ରାଜଧାନୀରେ ପାଗ ମେଘୁଆ ସହ କିଛି ସ୍ଥାନରେ ହାଲକା ବର୍ଷା, ଆଜିଠୁ ନାହିଁ ହିଟୱେଭ ୱାର୍ଣ୍ଣିଂ

ଭୁବନେଶ୍ୱର(କେନ୍ୟୁଜ):ରାଜ୍ୟରେ ବଦଳିଲା ପାଗର ମିଜାଜ। ଆସହ୍ୟ ତାତିରୁ ମିଳିଲା ସାମାନ୍ୟ ଆଶ୍ୱସ୍ତି। ସକ୍ରିୟ ହେଲା କାଳବୈଶାଖୀ। ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ଦିନ ତାପମାତ୍ରା ସାମାନ୍ୟ ତଳକୁ ଖସିବା ସମ୍ଭାବନା ରହିଛି।

୨ରୁ ୩ ଡିଗ୍ରୀ ସେଲସିୟସ ଯାଏ ଖସିବ ଦିନର ତାପମାତ୍ରା । ଆଜିଠୁ ହିଟୱେଭ ୱାର୍ଣ୍ଣିଂ ନାହିଁ । ଆସନ୍ତା ୪ ଦିନରେ କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା ରହିଛି । ଆଜି ସକାଳୁ ରାଜଧାନୀରେ ପାଗ ମେଘୁଆ ରହିବା ସହ କିଛି ସ୍ଥାନରେ ହାଲକା ବର୍ଷା ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.