Below header

ଘନ କଳା କେଶ ଚାହାଁନ୍ତି କି ? ଆପଣାନ୍ତୁ ଏହି ଘରୋଇ ନୁସ୍କା

ସୁନ୍ଦର କେଶ କିଏ ନ ଚାହେଁ । ସୌନ୍ଦର୍ଯ୍ୟର ଅନ୍ୟ ଏକ ଶୃଙ୍ଗାର ହେଉଛି କେଶ ବିନ୍ନ୍ୟାସ । ସୁନ୍ଦର ଘନ କଳା କେଶ ବ୍ୟକ୍ତିର ସୌନ୍ଦର୍ଯ୍ୟ ବଢ଼ାଇଥାଏ । ତେଣୁ ସୁନ୍ଦର କଳା କେଶ ପାଇଁ ଆପଣଙ୍କୁ ଆଜି ଆମେ ଏପରି କିଛି ଟିପ୍ସ ଦେବୁ ଯାହା ଆପଣ ଘରେ ମଧ୍ୟ ପ୍ରସ୍ତୁତ କରି ଏହାକୁ ବ୍ୟବହାର କରିପାରିବେ । ବଜାରରେ ଉପଲବ୍ଧ କେମିକାଲ ଅପେକ୍ଷା ଏହା ପ୍ରାକୃତିକ ଉପାୟରେ ଆପଣଙ୍କ କେଶକୁ ସୁନ୍ଦର ଓ ମୁଲାୟମ କରିବ । ଆସନ୍ତୁ ଜାଣିବା ଏହିସବୁ ମିଶ୍ରଣ କରିବାର ତରିକା ।

ପ୍ରଥମେ ଆପଣ କଳାଜିରା ଓ ମେଥିଦାନାକୁ ଗୁଣ୍ଡ କରି ପାଉଡର ବନାନ୍ତୁ । ପୁଣି ଧିମା ଆଞ୍ଚରେ ଶୋରିସ ତେଲ ଗରମ କରି ଏଥିରେ ସବୁ ପାଉଡର ପକାନ୍ତୁ ।

ଆପଣ ଏହି ତେଲକୁ ୨ ରୁ ୩ ମିନିଟ ଯାଏ ମିଶାନ୍ତୁ । ଏବେ ଏଥିରେ ହେନା ପାଉଡର ପକାଇ ୧ ମିନିଟ ଯାଏ ମିଶାନ୍ତୁ । ଏବେ ଗ୍ୟାସ ବନ୍ଦ କରି ଦିଅନ୍ତୁ ଓ ତେଲକୁ ଥଣ୍ଡା ହେବା ଯାଏ ଅପେକ୍ଷା କରନ୍ତୁ । ଏବେ ଏହି ତେଲକୁ ଛାଣି ବାଳରେ ଲଗାଇ ଏକ ଘଣ୍ଟା ପରେ ସାମ୍ପୁ କରନ୍ତୁ ।

ଯଦି ରାତି ସାରା ଏହି ତେଲକୁ ବାଳରେ ରଖିବାକୁ ଚାହାଁନ୍ତି ତେବେ ରଖିପାରିବେ । ସକାଳେ ସାମ୍ପୋ କରି ଦିଅନ୍ତୁ ।

ଏହି ତେଲ ଧଳା ବାଳ ଉପରେ ମଧ୍ୟ କାର୍ଯ୍ୟ କରିବ । କିଛି ଦିନ ପରେ ଦେଖିବେ ଆପଣଙ୍କ ଧଳା ବାଳ ଗାଏବ ହୋଇଯାଇଛି । ଏହାକୁ ଲଗାଇବା ଦ୍ୱାରା ଆପଣଙ୍କ ବାଳ କଳା, ଘନ ଓ ସୁନ୍ଦର ହୋଇଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.