ମନିଷ ଅନୁରାଗଙ୍କ ସୈତାନ ସାଙ୍ଗ ଗଲେ ଜେଲ, ୫ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଛି ପୋଲିସ

କେନ୍ୟୁଜ୍(ବ୍ୟୁରୋ): ମନିଷ ଅନୁରାଗ ମୃତ୍ୟୁ ମାମଲାରେ ଜେଲ୍‌ ଗଲେ ୩ ଅଭିଯୁକ୍ତ । ଜାମିନ ଆବେଦନ ଖାରଜ ହେବା ପରେ ସମସ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ପୋଲିସ ସେମାନଙ୍କୁ ଅଧିକ ପଚରାଉଚରା ପାଇଁ ୫ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଛି । ଆସନ୍ତାକାଲି ରିମାଣ୍ଡ ଆବେଦନର ଶୁଣାଣି ରହିଛି । ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ସିନ୍‌ ରିକ୍ରିଏସନ୍‌ ସହ ଅଧିକ ତଥା ଉଗାରିବ ପୋଲିସ ।

୩ ଅଭିଯୁକ୍ତଙ୍କ ବିରୋଧରେ ଆଇପିସିର ଧାରା ୩୦୨, ୨୦୧, ୩୪ ଓ ୩୬୪(A)ରେ ମାମଲା ରୁଜୁ ହୋଇଛି । ୯ ତାରିଖ ସନ୍ଧ୍ୟାରେ ମନିଷ ୩ ଅଭିଯୁକ୍ତଙ୍କ ସହ ପ୍ରଥମେ ଲକ୍ଷ୍ମୀସାଗର ଅଞ୍ଚଳ ଯାଇଥିଲେ । ପରେ ୪ ବନ୍ଧୁ ବିଳମ୍ବିତ ରାତିରେ ଯାଇଥିଲେ ପାତ୍ରପଡ଼ା ସ୍ଥିତ ହୋଟେଲ୍‌ ସାଉଥ୍‌ ସିଟି । ୩ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବ ପୋଲିସ । ସେମାନଙ୍କୁ ନେଇ ଘଟଣାସ୍ଥଳରେ ସିନ୍‌ ରିକ୍ରିଏସନ୍‌ କରାଯିବ । ମାମଲାରେ ଆଉ କାହାର ସଂପୃକ୍ତି ଅଛି କି ନାହିଁ ସେଦିଗରେ ତଦନ୍ତ ଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.