Below header

କେବଳ ଡେଡ୍‌ ସ୍କିନ ନୁହଁ ବ୍ଲାକହେଡ୍ସ ଏବଂ ଟ୍ୟାନିଂରୁ ରକ୍ଷା କରିବ ଏହି ନେଚୁରାଲ ସ୍କ୍ରବ

ସ୍କ୍ରବିଂ କରିବାର ଉଚିତ ସମୟ ରାତି ହୋଇଥାଏ । ରାତିରେ ଶୋଇବା ପୂର୍ବରୁ ସ୍କ୍ରବିଂ କରନ୍ତୁ । ଏହି ସମୟରେ ସ୍କ୍ରବିଂ କରିବା ଦ୍ୱାରା ସମସ୍ତ ଚେହେରାରୁ ଲାଗିଥିବା ଧୂଳି ସଫା ହୋଇଯାଏ ଏବଂ ତ୍ୱଚାକୁ ଆରାମ ମିଳିଥାଏ ।

ଡେଡ୍‌ ସ୍କିନ, ବ୍ଲାକ ଏବଂ ହ୍ଵାଇଟ ହେଡ୍ସକୁ କମାଇବା ପାଇଁ ଆପଣ ଅନେକ ଉପାୟ ଆପଣାନ୍ତି । ପାର୍ଲର ଯାଇ ଫେସିଆଲ ଏବଂ ଷ୍ଟିମ୍‌ ନେଇଥାନ୍ତି । କିନ୍ତୁ ଏହି ଉପାୟରେ ସମସ୍ୟା ଦୂର ହୋଇନଥାଏ । ଏପରିସ୍ଥିତିରେ ହୋମମେଡ ସ୍କ୍ରବିଂକୁ ଆପଣାଇ ଆପଣ ଏହି ସମସ୍ୟାକୁ ଅନେକମାତ୍ରାରେ କମାଇ ପାରିବେ । ତେବେ ଏଭଳି ସମସ୍ୟାରୁ କିପରି ମୁକ୍ତି ପାଇବେ ଆସନ୍ତୁ ଜାଣିବା ।

ନଡ଼ିଆ କ୍ଷୀର ଏବଂ ବାଦାମର ପ୍ରସ୍ତୁତ ଫେସ ସ୍କ୍ରବ ତ୍ୱଚାକୁ ଏକ୍ସଫୋଲିଏଟ କରିଥାଏ ଏବଂ ସେଲ୍ୟୁଲାଇଟର ଉପସ୍ଥିତିକୁ କମ କରିବା ପାଇଁ ସାହାଯ୍ୟ କରିଥାଏ । ରଫ ଏବଂ ଡଲ୍‌ ସ୍କିନର ଚମକ ବଢ଼ାଇବାରେ ଏହି ସ୍କ୍ରବ ବହୁତ ଲାଭଦାୟକ ହୋଇଥାଏ ।

ଏହି ସ୍କ୍ରବ ପ୍ରସ୍ତୁତ କରିବା ପାଇଁ ୨ ଚାମଚ ମୁଲତାନି ମାଟି, ୧ ଚାମଚ ଓଟମିଲ, ୪ ଚାମଚ ବାଦାମ ପାଉଡର, ୨ ଚାମଚ ଗୋଲାପ ଫୁଲ ଗୁଣ୍ଡ ଆବଶ୍ୟକ ହୋଇଥାଏ ।

ଏକ ପାତ୍ରରେ ସମସ୍ତ ସାମଗ୍ରୀ ମିଶ୍ରଣ କରନ୍ତୁ । ପାଖାପାଖି ୧୦ ମିନିଟ ପର୍ଯ୍ୟନ୍ତ ଏହାକୁ ମୁହଁରେ ଲଗାଇ ସ୍କ୍ରବିଂ କରନ୍ତୁ । ଏହା ପରେ ଚେହେରାକୁ ଧୋଇ ନିଅନ୍ତୁ । ଚେହେରା ସଫା କରିବା ପରେ ଫେସ କ୍ରିମ ନିଶ୍ଚିତ ଭାବେ ଲଗାନ୍ତୁ । ସପ୍ତାହରେ ଦୁଇ ଥର ଏହି ସ୍କ୍ରବକୁ ବ୍ୟବହାର କରନ୍ତୁ ।

ଟମାଟୋରେ ଏପରି କିଛି ତତ୍ୱ ରହିଥାଏ ଯାହା ଟ୍ୟାନିଂକୁ ଦୂର କରିଥାଏ । ଏହା ବ୍ୟତୀତ ଦହିରେ ପ୍ରାକୃତିକ ବ୍ଲିଚ ଭାବେ କାମ କରିଥାଏ, ଯାହା ତ୍ୱଚାର ରଙ୍ଗକୁ ବଢ଼ାଇଥାଏ । ଯଦି ଆପଣ ଚେହେରାର ନେଚୁରାଲ ଗ୍ଲୋ ବଢ଼ାଇବାକୁ ଚାହୁଁଛନ୍ତି, ତେବେ ଏହି ନେଚୁରାଲ ଡି- ଟ୍ୟାନିଂ ସ୍କ୍ରବକୁ ଲଗାନ୍ତୁ ।

ଏହି ସ୍କ୍ରବ ପ୍ରସ୍ତୁତ କରିବା ପାଇଁ ଆପଣ ୨ ଚାମଚ ଟମାଟୋ ପେଷ୍ଟ, ୨ ଚାମଚ ଦହି ଏବଂ ୧ ଚାମଚ ଲେମ୍ବୁ ରସ ନିଅନ୍ତୁ ।

ଏହି ସମସ୍ତ ଜିନିଷକୁ ଗୋଟିଏ ପାତ୍ରରେ ଭଲ ଭାବେ ମିଶାନ୍ତୁ । ଏହି ମିଶ୍ରଣକୁ ତୁଳାରେ ବୁଡ଼ାଇ ଭଲ ଭାବେ ଚେହେରାରେ ଲଗାଇ ସ୍କ୍ରବ କରନ୍ତୁ । କିଛି ସମୟ ପରେ ଏହାକୁ ଧୋଇ ନିଅନ୍ତୁ । ସପ୍ତାହରେ ଦୁଇ ଥର ଏହି ସ୍କ୍ରବ ବ୍ୟବହାର କରନ୍ତୁ । ଏହା ଦ୍ୱାରା ଟ୍ୟାନ ହୋଇଥିବା ତ୍ୱଚା ସତେଜ ହେବ ।

ଡାଲଚିନି ଏବଂ ମହୁର ମିଶ୍ରଣରେ ପ୍ରସ୍ତୁତ ସ୍କ୍ରବ ଚେହେରାକୁ ସଫା କରେ ଏବଂ ତ୍ୱଚାର ଚମକ ବଢ଼ାଇଥାଏ । ମହୁ ଏବଂ ଡାଲଚିନିରେ ଆଣ୍ଟି- ବ୍ୟାକ୍ଟେରିଆଲ ଗୁଣ ଥାଏ, ଯାହା ଚେହେରାରେ ଥିବା ମଇଳାକୁ ସଫା କରିବାରେ ସାହାଯ୍ୟ କରିଥାଏ ।

ଏହି ସ୍କ୍ରବ ପ୍ରସ୍ତୁତ କରିବା ପାଇଁ ୧ ଚାମଚ ଡାଲଚିନି ପାଉଡର ଏବଂ ୩ ଚାମଚ ମହୁ ଆବଶ୍ୟକ ହୋଇଥାଏ ।

ଏହି ସାମଗ୍ରୀକୁ ଏକ ପାତ୍ରରେ ରଖି ଭଲଭାବେ ମିଶାନ୍ତୁ । ଏହାକୁ ଚେହେରାରେ ଲଗାଇ ସ୍କ୍ରବ କରନ୍ତୁ । ୧୫ ମିନିଟ ପରେ ଭଲ ଭାବେ ଧୋଇ ନିଅନ୍ତୁ । କିଛି ମିନିଟରେ ଅଏଲି ତ୍ୱଚାରୁ ଆପଣଙ୍କୁ ମୁକ୍ତି ମିଳିବ ।

ତେବେ ଜାଣି ରଖନ୍ତୁ ସ୍କ୍ରବିଂ କରିବାର ଉଚିତ ସମୟ ରାତି ହୋଇଥାଏ । ରାତିରେ ଶୋଇବା ପୂର୍ବରୁ ସ୍କ୍ରବିଂ କରନ୍ତୁ । ଏହି ସମୟରେ ସ୍କ୍ରବିଂ କରିବା ଦ୍ୱାରା ସମସ୍ତ ଚେହେରାରୁ ଲାଗିଥିବା ଧୂଳି ସଫା ହୋଇଯାଏ ଏବଂ ତ୍ୱଚାକୁ ଆରାମ ମିଳିଥାଏ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.