୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା, ମୁକାବିଲା ପାଇଁ ସବୁ ଜିଲ୍ଲାପାଳଙ୍କୁ SRCଙ୍କ ପକ୍ଷରୁ ଆଲର୍ଟ

ପ୍ରବଳ ବର୍ଷା ପ୍ରଭାବରେ ଅଚାନକ ବନ୍ୟା, ବନ୍ୟା ଭଳି ସ୍ଥିତି କିମ୍ବା ତଳି ଅଞ୍ଚଳ ଜଳମଗ୍ନ ହେବାର ସମ୍ଭାବନା ଥିବାରୁ ମୁକାବିଲା ପାଇଁ ପଦକ୍ଷେପ ନେବାକୁ କୁହାଯାଇଛି । ଏନେଇ ଏସଆରସି ସତ୍ୟବ୍ରତ ସାହୁ ସବୁ ଜିଲ୍ଲାପାଳ ଓ ପୌର କମିଶନରଙ୍କୁ ଚିଠି ଲେଖିଛନ୍ତି

କେନ୍ୟୁଜ୍(ବ୍ୟୁରୋ): ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ପରିସ୍ଥିତିର ମୁକାବିଲା ପାଇଁ ସବୁ ଜିଲ୍ଲାପାଳଙ୍କୁ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ଆଲର୍ଟ କରାଯାଇଛି । ପ୍ରବଳ ବର୍ଷା ପ୍ରଭାବରେ ଅଚାନକ ବନ୍ୟା, ବନ୍ୟା ଭଳି ସ୍ଥିତି କିମ୍ବା ତଳି ଅଞ୍ଚଳ ଜଳମଗ୍ନ ହେବାର ସମ୍ଭାବନା ଥିବାରୁ ମୁକାବିଲା ପାଇଁ ପଦକ୍ଷେପ ନେବାକୁ କୁହାଯାଇଛି । ଏନେଇ ଏସଆରସି ସତ୍ୟବ୍ରତ ସାହୁ ସବୁ ଜିଲ୍ଲାପାଳ ଓ ପୌର କମିଶନରଙ୍କୁ ଚିଠି ଲେଖିଛନ୍ତି । ଅଚନାକ ବନ୍ୟା ଓ ଜଳବନ୍ଦୀ ଜନିତ ପରିସ୍ଥିତିର ମୁକାବିଲା ପାଇଁ କ୍ଷେତ୍ର ସ୍ତରୀୟ ଅଧିକାରୀଙ୍କୁ ନିୟୋଜିତ କରିବାକୁ କୁହାଯାଇଛି । ସେମାନେ ହେଡକ୍ୱାର୍ଟର ଛାଡ଼ିବେ ନାହିଁ ।

ସହରାଞ୍ଚଳରେ ତଳିଆ ଅଞ୍ଚଳ, ରାସ୍ତା ଓ ଡ୍ରେନ ବୁଡ଼ିବାର ଆଶଙ୍କା ରହିଛି । ଏଥିପାଇଁ ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସାମୟିକ ଭାବେ ସୁରକ୍ଷିତ ସ୍ଥାନାକୁ ସ୍ଥାନାନ୍ତର କରିବାକୁ ପରାମର୍ଶ ଦିଆଯାଇଛି । ଡ୍ରେନଗୁଡ଼ିକ ଯେପରି ଅବରୋଧ ନ ହେଉ ସେଥିପ୍ରତି ଦୃଷ୍ଟି ଦିଆଯିବା ଦରକାର । ଆବଶ୍ୟକତା ଅନୁସାରେ ପାଣି ନିଷ୍କାସନ ପାଇଁ ପମ୍ପ ନିୟୋଜିତ କରିବାକୁ କୁହାଯାଇଛି । ନଦୀ ଓ କେନାଲ ବନ୍ଧର ଦୁର୍ବଳ ସ୍ଥାନରେ ନଜର ରଖିବାକୁ ଏସଆରସିଙ୍କ ନିର୍ଦ୍ଦେଶ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.