Below header

ଓଜନ ଏବଂ ପେଟର ଚର୍ବିକୁ କମ୍‌ କରିଥାଏ କଳା ଜିରା, ଜାଣନ୍ତୁ କେମିତି କରିବେ ଉପଯୋଗ

କଳା ଜିରା ଓଜନ କମିବାରରେ ସହାୟତା କରିଥାଏ । ଏକ ଚାମଚ କଳାଜିରା ଗୁଣ୍ଡ କରି କରି ଗ୍ଲାସେ ଗରମ ପାଣିରେ ଏକ ଚାମଚ ମହୁ ଓ ଏକ ଚାମଚ ଲେମ୍ବୁ ରସ ମିଶାଇ ସକାଳେ ଖାଲି ପେଟରେ ପିଇବା ଦ୍ୱାରା ଓଜନ କମ୍‌ ହୋଇଥାଏ ।

ବର୍ତ୍ତମାନ ଲୋକମାନଙ୍କର ଏକମାତ୍ର ସମସ୍ୟା ହେଉଛି ମୋଟାପଣ ବା ମେଦବହୁଳତା । ଆଉ ଏଥିପାଇଁ ଅନେକ ଲୋକ ବ୍ୟସ୍ତ ମଧ୍ୟ ରହିଥାନ୍ତି । ମୋଟାପଣ କମାଇବା ପାଇଁ ଜିମ୍‌ ଯିବା ଠାରୁ ଆରମ୍ଭ କରି ଡାଏଟ କରିବା ପର୍ଯ୍ୟନ୍ତ ସବୁକିଛି କରୁଛନ୍ତି ଯୁବପିଢି । ହେଲେ ଆଜିକାଲିର ଯୁବପିଢି ବାହାରେ ଖାଇବାରୁ ବର୍ତ୍ତୁ ନାହାନ୍ତି । ଯୁବପିଢି ବାହାରେ ମିଳୁଥିବା ଫାଷ୍ଟଫୁଡ ଖାଇବାରେ ମାହିର ହୋଇଯାଇଛନ୍ତି । ଆଉ ବାହାରେ ଏଣୁତେଣୁ ଖାଇବା ଦ୍ୱାରା ଓଜନ ବଢିଥାଏ । ଯଦି ନିଜ ଓଜନ ଓ ପେଟର ଚର୍ବି କମେଇବା ପାଇଁ ଚାହୁଁଛନ୍ତି ତାହେଲେ ଡାଏଟ ସହିତ କଳାଜିରା ମଧ୍ୟ ସାମିଲ କରନ୍ତୁ । କଳାଜିରା ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ ।

କଳାଜିରା କେବଳ ରୋଷେଇ କରିବାରେ ନୁହେଁ ଓଜନ କମ୍‌ କରିବାରେ ମଧ୍ୟ ସାହାଯ୍ୟ କରିଥାଏ । କଳାଜିରା ଆଚାର ଓ ଖାସ୍ତା କଚୋରି ବନେଇବାରେ ବ୍ୟବହାର କରାଯାଏ । କଳାଜିରା ଅନେକ ପ୍ରକାର ଶାରୀରିକ ସମସ୍ୟାର ସମାଧାନ କରିବାରେ ମଧ୍ୟ ସାହାଯ୍ୟ କରିଥାଏ ।

ଯଦି ଓଜନ କମ କରିବା ପାଇଁ ଚାହୁଁଛନ୍ତି , ତାହେଲେ ବ୍ୟାୟାମ ଓ ଡାଏଟ ସହ କଳାଜିରା ସାମିଲ କରନ୍ତୁ । ଓଜନ କମ କରିବା ପାଇଁ କଳାଜିରା ବହୁତ ଲାଭଦାୟକ ହୋଇଥାଏ । କଳାଜିରା ଶରୀରରେ ଫାଇବର ମାତ୍ରା ବଢାଇଥାଏ , ଯାହା ଖାଦ୍ୟ ଅଧିକ ଖାଇବାରୁ ରୋକିଥାଏ । ଏହି ମଞ୍ଜି ଖାଇବା ଦ୍ୱାରା ପେଟ ଫୁଲ ରହିଥାଏ । ଭୋକ କମ ଲଗିଥାଏ ।

କେମିତି ଖାଇବେ :

ଏକ ଚାମଚ କଳାଜିରା ଗ୍ରାଇଣ୍ଡି କରି ଗ୍ଲାସେ ଗରମ ପାଣିରେ ଏକ ଚାମଚ ମହୁ ଓ ଏକ ଚାମଚ ଲେମ୍ବୁ ରସ ମିଶାଇ ସକାଳେ ଖାଲି ପେଟରେ ପିଇବା ଦ୍ୱାରା ଓଜନ କମ୍‌ ହୋଇଥାଏ ।

କଳାଜିରାର ୮ରୁ ୧୦ଟି ଚାମଚ ଏକ ଗ୍ଲାସ ଗରମ ପାଣିରେ ମିଶାଇ ରାତିଭରି ରଖି ସକାଳୁ ଛଣି ଖାଲି ପେଟରେ ପିଇବେ ।

ଡାଇବେଟିସ୍ ରୋଗୀମାନଙ୍କ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ । କଳାଜିରାରେ ଅନେକ ପ୍ରକାର ଗୁଣ ଅଛି ଯାହା ରକ୍ତରେ ସୁଗାର ପରିମାଣ କମ ବା ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ସେଥିପାଇଁ ଡାଇବେଟିସ୍ ରୋଗୀମାନେ ଏହାକୁ ନିଜ ଡାଏଟରେ ମିଶାଇ ପାରିବେ । ଏହା ଶରୀରରେ ଅନ୍ୟ ସମସ୍ୟାରୁ ମଧ୍ୟ ମୁକ୍ତି ଦିଏ ।

କଳାଜିରାରେ ଆଣ୍ଟି- ଇନଫ୍ଲାମେଣ୍ଟାରୀ ଗୁଣ ରହିଛି ଯାହା ଶରୀର ଫୁଲିବାକୁ ଦିଏନାହିଁ । ଏହାଛଡା କୋଲେଷ୍ଟ୍ରୋଲ କମ କରିବାରେ ମଧ୍ୟ ସାହାଯ୍ୟ କରିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.