Below header

ଗାଁମୁଣ୍ଡରୁ ସନ୍ଦେହଜନକ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର, ଆତ୍ମହତ୍ୟା ନା ହତ୍ୟା ବଢ଼ିଲା ରହସ୍ୟ

ମୃତକ ହେଲେ କାଟ୍ରାଆମ୍ବ ଗାଁର କୁନି ମୁଦୁଲି । ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ । ଘଟଣାସ୍ଥଳରେ ଦଶମନ୍ତପୁର ଥାନା ପୋଲିସ ପହଞ୍ଚି ଅଧିକ ଖୋଳତାଡ କରୁଛି । କୁନି ବହୁ ଦିନରୁ ଗାଁରେ ରହୁ ନଥିଲେ । ହଠାତ୍‌ ବ୍ୟାଗ୍‌ ସହ ଗାଁ ମୁଣ୍ଡରୁ ମୃତଦେହ ମିଳିବା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

କୋରାପୁଟ(କେନ୍ୟୁଜ୍): ଗାଁମୁଣ୍ଡରୁ ସନ୍ଦେହଜନକ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର । ଆତ୍ମହତ୍ୟା ନା ହତ୍ୟା ବଢ଼ିଲା ରହସ୍ୟ । କୋରାପୁଟ ଜିଲ୍ଲା ଦଶମନ୍ତପୁର ଥାନା କାଟ୍ରାଆମ୍ବ ଗାଁ ମୁଣ୍ଡରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ପରେ ତନାଘନା ହୋଇଥିଲା । ପଥର ଉପରେ ଶୋଇଥିବା ଅବସ୍ଥାରେ ଉଦ୍ଧାର ହୋଇଛି ମୃତଦେହ । ଘଟଣାସ୍ଥଳରୁ ମିଳିଛି ଦୁଇଟି ବ୍ୟାଗ୍‌ ।

ଯୁବତୀଙ୍କ ପାଟିରୁ ଫେଣ ବାହାରୁଥିଲା । ମୃତକ ହେଲେ କାଟ୍ରାଆମ୍ବ ଗାଁର କୁନି ମୁଦୁଲି । ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ । ଘଟଣାସ୍ଥଳରେ ଦଶମନ୍ତପୁର ଥାନା ପୋଲିସ ପହଞ୍ଚି ଅଧିକ ଖୋଳତାଡ କରୁଛି । କୁନି ବହୁ ଦିନରୁ ଗାଁରେ ରହୁ ନଥିଲେ । ହଠାତ୍‌ ବ୍ୟାଗ୍‌ ସହ ଗାଁ ମୁଣ୍ଡରୁ ମୃତଦେହ ମିଳିବା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସେଠାକୁ ସେ କେମିତି ଆସିଲେ ? ମୃତ ନା ଜୀବିତ ଅବସ୍ଥାରେ ଆସିଥିଲେ ? ହତ୍ୟା ନା ଆତ୍ମହତ୍ୟା ? କେହି ତାଙ୍କୁ ମାରି ଗାଁମୁଣ୍ଡରେ ଫିଙ୍ଗି ଦେଇ ପଳାଇଛନ୍ତି କି ? ପୋଲିସ ବିଭିନ୍ନ ଦିଗକୁ ନେଇ ଖୋଳତାଡ କରୁଥିବା ବେଳେ ପୋଷ୍ଟମର୍ଟମ ରିପୋର୍ଟରୁ ଜଣା ପଡିବ ମୃତ୍ୟୁର ପ୍ରକୃତ କାରଣ କଣ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.