ହାତୀ କରୁଛି ଉପଦ୍ରବ, ଅଧିକାରୀ ନଶୁଣିବାରୁ ବିଭାଗ ବନ କର୍ମଚାରୀଙ୍କ ଉପରେ ଆକ୍ରମଣ କଲେ ଲୋକେ

ହାତୀ ଉପଦ୍ରବ କରୁଥିବାରୁ ଲୋକମାନେ ଅତିଷ୍ଠ ହେଇ ବନ ବିଭାଗ କର୍ମଚାରୀଙ୍କ ଉପରେ ଆକ୍ରମଣ କରିଛନ୍ତି । ଦୁଧିଆଣି ରେଞ୍ଜ ଅଞ୍ଚଳରେ ୨୩ ଟିକିଆ ହାତୀପଲକୁ ଘଉଡାଇବା ବେଳେ ବନ ବିଭାଗ କର୍ମଚାରୀ ଗାଡି ଉପରକୁ ଆକ୍ରମଣ ହୋଇଛି ।

କରଞ୍ଜିଆ (କେନ୍ୟୁଜ୍):  ଶିମିଳିପାଳରେ ବନ କର୍ମଚାରୀଙ୍କ ଉପରେ ଆକ୍ରମଣ । ହାତୀ ଉପଦ୍ରବ କରୁଥିବାରୁ ଲୋକମାନେ ଅତିଷ୍ଠ ହେଇ ବନ ବିଭାଗ କର୍ମଚାରୀଙ୍କ ଉପରେ ଆକ୍ରମଣ କରିଛନ୍ତି । ଦୁଧିଆଣି ରେଞ୍ଜ ଅଞ୍ଚଳରେ ୨୩ ଟିକିଆ ହାତୀପଲକୁ ଘଉଡାଇବା ବେଳେ ବନ ବିଭାଗ କର୍ମଚାରୀ ଗାଡି ଉପରକୁ ଆକ୍ରମଣ ହୋଇଛି ।

ଗାଡି ଉପରକୁ ଆକ୍ରମଣ ସମୟରେ ବନ ବିଭାଗ କର୍ମଚାରୀ ଦୌଡି ପଳାଇ ଯାଇଥିଲେ । ଦୁଧିଆଣି ରେଞ୍ଜ ଅଞ୍ଚଳରେ ସପ୍ତାହ ମଧ୍ୟରେ ଦୁଇଟି ଘଟଣା ସାମ୍ନାକୁ ଆସିଛି । ଏନେଇ କରଞ୍ଜିଆ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଦୁଧିଆଣି ରେଞ୍ଜ ଅଫିସର ପ୍ରଦୀପ ପୃଷ୍ଟି । କରଞ୍ଜିଆ ଥାନା ପକ୍ଷରୁ ଏକ ମାମଲା ରୁଜୁ ହୋଇ ତଦନ୍ତ ଚଳାଇଛି ପୋଲିସ । ଦୁଧିଆଣି ରେଞ୍ଜ ଅଞ୍ଚଳରେ ୨୩ ଟିକିଆ ହାତୀପଲ ଅଛନ୍ତି । ହାତୀପଲକୁ ଘଉଡ଼ାଇବା ପାଇଁ ବନ ବିଭାଗ କର୍ମଚାରୀ ନିୟୋଜିତ ଅଛନ୍ତି । କରଞ୍ଜିଆ ବନ ଖଣ୍ଡରେ ଭିନ୍ନ ଭିନ୍ନ ସ୍ଥାନରେ ୩୬ଟି ହାତୀ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.