କଂଗ୍ରେସର ଦୁଇ ବରିଷ୍ଠ ନେତା ସସପେଣ୍ଡ୍, ବିଧାୟକ ମୋକିମ୍ ଓ ଚିରଞ୍ଜୀବ ବିଶ୍ୱାଳ ବହିସ୍କୃତ
ପୂର୍ବରୁ ଉଭୟ ନେତା କଂଗ୍ରେସ ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ନେଇ ପିସିସି ସଭାପତି ଶରତ ପଟ୍ଟନାୟକ ଅଭିଯୋଗ କରିଥିଲେ । ଯାହାକୁ ନେଇ ଉଭୟଙ୍କ ଠାରୁ ଏକ୍ସପ୍ଲାନେସନ ମଧ୍ୟ ମଗାଯାଇଥିଲା । ମଗାଯାଇଥିବା ପ୍ରଶ୍ନର ଉତ୍ତର ଦେଇଥିଲେ ଉଭୟ ନେତା । ହେଲେ ଉଭୟଙ୍କଠାରୁ ମିଳିଥିବା ଉତ୍ତର ସନ୍ତୋଷଜନକ ନଥିବା କହିଛି ଡିଏସି

କେନ୍ୟୁଜ୍(ବ୍ୟୁରୋ): କଂଗ୍ରେସର ଦୁଇ ବରିଷ୍ଠ ନେତା ସସପେଣ୍ଡ୍ । ବାରବାଟୀ ବିଧାୟକ ମୋକିମ୍ ଓ ଚିରଞ୍ଜୀବ ବିଶ୍ୱାଳଙ୍କୁ ଦଳରୁ ସସ୍ପେଣ୍ଡ କରାଯାଇଛି । ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଦଳ ସସ୍ପେଣ୍ଡ କରିଥିବା ସୂଚନା ଦିଆଯାଇଛି । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅଭିଯୋଗ ଆଧାରରେ ଉଭୟେ ସସ୍ପେଣ୍ଡ ହୋଇଛନ୍ତି ବୋଲି ଜଣାପଡ଼ିଛି ।
ପୂର୍ବରୁ ଉଭୟ ନେତା କଂଗ୍ରେସ ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ନେଇ ପିସିସି ସଭାପତି ଶରତ ପଟ୍ଟନାୟକ ଅଭିଯୋଗ କରିଥିଲେ । ଯାହାକୁ ନେଇ ଉଭୟଙ୍କ ଠାରୁ ଏକ୍ସପ୍ଲାନେସନ ମଧ୍ୟ ମଗାଯାଇଥିଲା । ମଗାଯାଇଥିବା ପ୍ରଶ୍ନର ଉତ୍ତର ଦେଇଥିଲେ ଉଭୟ ନେତା । ହେଲେ ଉଭୟଙ୍କଠାରୁ ମିଳିଥିବା ଉତ୍ତର ସନ୍ତୋଷଜନକ ନଥିବା କହିଛି ଡିଏସି । ତେଣୁ ଉଭୟଙ୍କୁ ସସ୍ପେଣ୍ଡ ନେଇ ଡିସିପ୍ଲିନାରୀ ଆକ୍ସନ କମିଟିର ନିଷ୍ପତ୍ତି ନେଇଥିବା ସୂଚନା ଦିଆଯାଇଛି ।