ମୋଟାପାକୁ ନେଇ ଏବେ ନୂଆ କଥା, ହାଡ ଦୁର୍ବଳ ଥିଲେ ବଢେ ସମସ୍ୟା

ମେଦବହୁଳତା ଉପରେ ଏକ ନୂତନ ଆମେରିକୀୟ ଅଧ୍ୟୟନ ଏକ ନୂଆ ଖୁଲାସା କରିଛି । ଏହି ନୂତନ ଆମେରିକୀୟ ଅଧ୍ୟୟନରେ ଦାବି କରାଯାଇଛି ଯେ ଯେଉଁ ମାନଙ୍କର ଶରୀରରେ ଚର୍ବି ଅଧିକ ଥାଏ, ସେମାନଙ୍କର ହାଡର ଘନତା ସାଧାରଣ ଚର୍ବି ସ୍ତର ଥିବା ପୁରୁଷଙ୍କ ତୁଳନାରେ କମ ଅଟେ । ଏହାର ସଂଯୋଗ ମେଦବହୁଳତା ସହିତ ରହିଛି । ୬୦ବର୍ଷରୁ କମ ପ୍ରାୟ ୧୧ହଜାର ଲୋକଙ୍କ ତଥ୍ୟ ବିଶ୍ଳେଷଣ କରିବା ପରେ ଏହି ଫଳାଫଳ ସାମନାକୁ ଆସିଛି । ଏହି ଅନୁସନ୍ଧାନ କାଗଡ ଜର୍ଣ୍ଣାଲ ଅଫ କ୍ଲିନିକାଲ ଏଣ୍ଡୋକ୍ରିନୋଲୋଜି ଏବଂ ଏଣ୍ଡୋକ୍ରାଇନ ସୋସାଇଟିର ମେଟାବୋଲିଜିମରେ ପ୍ରକାଶିତ ହୋଇଛି ।

ସିଦ୍ଧାନ୍ତରେ ପହଞ୍ଚିବା ପାଇଁ ହାଡର ମିନେରାଲ, ସାନ୍ଦ୍ରତା ଏବଂ ୬୦ବର୍ଷରୁ କମ ୧୦ହଜାରରୁ ଅଧିକ ଲୋକଙ୍କ ଶରୀର ଗଠନକୁ ବିଶ୍ଳେଷଣ କରାଯାଇଥିଲା । ଏଥିପାଇଁ ସେ ଆମେରିକାର ଜାତୀୟ ସ୍ୱାସ୍ଥ୍ୟ ଏବଂ ପୁଷ୍ଟିକର ପରୀକ୍ଷଣ ସର୍ଭେରୁ ତଥ୍ୟ ନେଇଥିଲେ । ଏହି ସଂଖ୍ୟାଗୁଡିକ ୨୦୧୧ରୁ ୨୦୧୮ପର୍ଯ୍ୟନ୍ତ ଥିଲା ।ଇଲିନୋଇସର ଚିକାଗୋ ମେଡିସିନ ୟୁନିଭରସିଟିରେ ରାଜେଶ ଜେନ କହିଛନ୍ତି ଯେ ଆମେ ଜାଣିବାକୁ ପାଇଲୁ ହାଡର ଘନତା ସହିତ ଅଧିକ ଚର୍ବି ଗ୍ରହଣ କରାଯାଏ । ଏବଂ ମହିଳାଙ୍କ ଅପେକ୍ଷା ପୁରୁଷଙ୍କ ଠାରେ ଏହା ଅଧିକ ଦେଖାଯାଏ । ଏମିତିକି ଜଣାପଡିଥିଲା ଯେ ହାଡର ଖଣିଜ ସାନ୍ଧ୍ରତା ସହିତ କମ ଚର୍ବି ଗ୍ରହଣ ସକରାତ୍ମକ ଭାବରେ ଜଡିତ ଏବଂ ଏହା ଉଭୟ ପୁରୁଷ ଏବଂ ମହିଳାଙ୍କ ପାଇଁ ପ୍ରଯୁଜ୍ୟ ।

ଜେନ କହିଛନ୍ତି, ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ ମାନଙ୍କୁ ଅଧିକ ଓଜନ ବିଶିଷ୍ଟ ରୋଗୀମାନଙ୍କଠାରେ ଅଷ୍ଟିଓପୋରୋସିସ ସ୍କି୍ରନିଂକୁ ବିଚାର କରିବା ଉଚିତ । ବିଶେଷତ ଅଧିକ ବୟସ୍କ, ହାଡ ଭଙ୍ଗା, ପାରିବାରିକ ଇତିହାସ କିମ୍ବା ଷ୍ଟେରଏଡ ବ୍ୟବହାର ଭଳି ଅନ୍ୟ କାରଣ ଏହାର କାରଣ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.