ସ୍ୱପ୍ନରେ ଘରର ଦ୍ୱାର ଖୋଲାଥିବା ଦେଖିଲେ ଭାଗ୍ୟ ଖୋଲିବାର ସଂକେତ, ସ୍ୱପ୍ନ ଶାସ୍ତ୍ରରେ ଜାଣନ୍ତୁ ଏହାର ଅର୍ଥ

ସ୍ୱପ୍ନରେ ଆମେ ଏମିତି କିଛି କଥା ଦେଖିଥାଉଁ, ଯାହା ସମ୍ପର୍କରେ ସର୍ବଦା ଚିନ୍ତା କରିବାକୁ ପଡିଥାଏ । ସ୍ୱପ୍ନରେ ପ୍ରତ୍ୟେକ ଜିନିଷକୁ ଦେଖିବାର ଅର୍ଥ ରହିଛି । ସ୍ୱପ୍ନ ଶାସ୍ତ୍ରରେ ସ୍ୱପ୍ନ ସମ୍ପର୍କରେ କୁହାଯାଇଛି । କେଉଁ ସ୍ୱପ୍ନ ଦେଖିଲେ କ’ଣ ଫଳ ମିଳିଥାଏ । ଏହାର ବି ସୂଚନା ଦିଆଯାଇଛି ।

ଯଦି ଆପଣଙ୍କୁ ସ୍ୱପ୍ନରେ ଘରର ଦ୍ୱାର ଖୋଲାଥିବା ଦେଖାଯାଏ, ତେବେ ଏହାର ମଧ୍ୟ ଅଲଗା ଅର୍ଥ ଥାଏ । ସାଧାରଣତଃ ଖୋଲା ଦ୍ୱାର ସଂକେତ ଦେଇଥାଏ ଯେ ଖୁବ୍‌ ଶୀଘ୍ର ଆପଣଙ୍କ ଭାଗ୍ୟ ଖୋଲିବାକୁ ଯାଉଛି । ଆପଣଙ୍କ ସବୁ କଷ୍ଟ ଖୁବ୍‌ ଶୀଘ୍ର ଦୂର ହେବ । ଆସନ୍ତୁ ଜାଣିବା ସ୍ୱପ୍ନରେ କେଉଁ ପ୍ରକାର ଦ୍ୱାର ଦେଖିଲେ କ’ଣ ସଂକେତ ଦେଇଥାଏ ।

ଖୋଲା ଦ୍ୱାରର ସ୍ୱପ୍ନ

ସ୍ୱପ୍ନରେ ଖୋଲା ଦୁଆର ଦେଖିବା ଏକ ବିଶେଷ ଫଳ ଦେଇଥାଏ । ବିଶେଷ କରି ସକାଳ ସମୟରେ ଏହି ସ୍ୱପ୍ନ ଦେଖିବା ବହୁତ ଶୁଭ ହୋଇଥାଏ । ସ୍ୱପ୍ନରେ ଯଦି ଆପଣ ବାହାରୁ କିଛି ଘରକୁ ଦେଖୁଛନ୍ତି ଓ ଏହାର ଦ୍ୱାର ଖୋଲା ରହିଛି । ତେବେ ଏହି ସ୍ୱପ୍ନ ଅତି ଉତ୍ତମ ହୋଇଥାଏ । ଏହାର ଅର୍ଥ ଆପଣଙ୍କ ଭାଗ୍ୟର ଦୁଆର ଖୋଲି ଯାଇଛି । ଆପଣଙ୍କ ସବୁ ଅଟକିଥିବା କାମ ପୁରା ହେବାକୁ ଯାଉଛି । ଚାକିରିରେ ଆପଣଙ୍କ ଉନ୍ନତି ହେବାକୁ ଯାଉଛି । ଖୋଲା ଦୁଆର ସ୍ୱପ୍ନ ବହୁତ ଭାଗ୍ୟଶାଳୀ ମନାଯାଇଥାଏ । ଏହି ସ୍ୱପ୍ନ ଘରେ ଖୁସିର ବି ସଂକେତ ଦେଇଥାଏ ।

ବନ୍ଦ ଦ୍ୱାର ସ୍ୱପ୍ନ

ସ୍ୱପ୍ନରେ ବନ୍ଦ ଦୁଆର ଦେଖିବା ବହୁତ ଶୁଭ ମନାଯାଇଥାଏ । ଏହି ସ୍ୱପ୍ନ ନକାରାତ୍ମକ ଶକ୍ତି ଆଣିଥାଏ । ଏହା ଆପଣଙ୍କୁ କ୍ଷତି ପହଞ୍ଚାଇଥାଏ । ଏହି ସ୍ୱପ୍ନ କହିଥାଏ ଯେ ଆପଣଙ୍କ ଭଲ ଦିନରେ କିଛି ବାଧା ଆସିବାକୁ ଯାଉଛି । ହୋଇପାରେ କିଛି ଦିନ ପାଇଁ ଆପଣଙ୍କ ଧନ ଆଗମନ ଅଟକି ଯାଇପାରେ । ଚାକିରିରେ କିଛି ବାଧା ଆସିପାରେ । ଆପଣ ଯଦି ଏପରି ସ୍ୱପ୍ନ ଦେଖୁଛନ୍ତି ତ ଆପଣଙ୍କ ଇଷ୍ଟ ଦେବଙ୍କୁ ପ୍ରାର୍ଥନା କରନ୍ତୁ ଓ ମାଳା ଜପ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.