Below header

ଟଏଲଟ୍‌ ସିଟ୍‌ ଠାରୁ ବି ୧୦ ଗୁଣ ଅଧିକ ସଂକ୍ରମିତ ଆପଣଙ୍କ ଫୋନ୍‌, ମୋବାଇଲ ଉପରେ ଥିବା ଏହି ବ୍ୟାକ୍ଟେରିଆ ବହୁତ ଖତରନାକ

ଫୋନର ବ୍ୟବହାର ଅଧିକାଂଶ ଲୋକ କରିଥାନ୍ତି । କେହି କେହି ଖାଇବା ବେଳେ ମଧ୍ୟ ଫୋନ୍‌ର ବ୍ୟବହାର କର୍ରିଥାନ୍ତି । ହେଲେ ଆପଣ ଜାଣନ୍ତି କି ଆପଣଙ୍କ ଫୋନ ଉପରେ କେତେ ଜୀବାଣୁ ଅଛନ୍ତି । ଏକ ରିପୋର୍ଟ ଅନୁସାରେ ମୋବାଇଲ୍‌ ଫୋନ୍‌ ଟଏଲେଟ ସିଟ୍‌ ଠାରୁ ୧୦ ଗୁଣ ଅଧିକ ଅପରିସ୍କାର । ଯାହାକି ଆପଣଙ୍କୁ ସାଂଘାତିକ ରୋଗରେ ପକାଇପାରେ ।

ଯଦି ଆପଣ ଫୋନକୁ ମଝିରେ ମଝିରେ ସଫା କରୁ ନାହାଁନ୍ତି ତେବେ ଆପଣ ରୋଗକୁ ନିମନ୍ତ୍ରଣ କରୁଛନ୍ତି । ଏକ ଗବେଷଣା ଅନୁଯାୟୀ ଜଣେ ବ୍ୟକ୍ତି ଦିନସାରା ମୋବାଇଲ ଫୋନକୁ ପ୍ରାୟ ୮୦ ଥର ହାତ ଲଗାଇଥାନ୍ତି । ଏହାର ଅର୍ଥ ଫୋନ ଉପରେ ଆମର ହାତ ସର୍ବଦା ଲାଗି ରହିଥାଏ ।

ଅନ୍ୟ ବଡ଼ କାରଣ ହେଲା ଫୋନ୍‌ ଉପରେ ରହୁଥିବା ବ୍ୟାକ୍ଟେରିଆ ଫୋନ୍‌ ହିଟରୁ ବାହାରିଥାଏ । ଅନ୍ୟ କାରଣ ହେଲା ଲୋକେ ଟଏଲେଟକୁ ମଧ୍ୟ ଫୋନ ନେଇକରି ଯାଆନ୍ତି । ଏଥିପାଇଁ ମଧ୍ୟ ବ୍ୟାକ୍ଟେରିଆ ଫୋନ ଉପରକୁ ଆସିଥାଏ । ଏହାଛଡ଼ା ଅନ୍ୟ ଜିନିଷ ଛୁଇଁ ମଧ୍ୟ ଲୋକେ ସିଧା ସଳଖ ଫୋନ ଛୁଇଁଥାନ୍ତି । ତେଣୁ ଫୋନ ସବୁଠୁ ସଂକ୍ରମିତ ସ୍ଥାନ ।

ଫୋନ ଉପରେ ବିଶେଷ କରି E. Coil ବ୍ୟାକ୍ଟେରିଆ ସାଧାରଣ । ଏହାଛଡ଼ା ସାର୍ସ ବ୍ୟାକ୍ଟେରିଆ ମଧ୍ୟ ଫୋନ ଉପରେ ରହିଥାଏ । ତେଣୁ ଖାଇବା ବେଳେ ଫୋନକୁ ଆଦୌ ବ୍ୟବହାର କରନ୍ତୁ ନାହିଁ । ମଝିରେ ମଝିରେ ଫୋନ ଓ ନିଜ ହାତକୁ ସାନିଟାଇଜ କରନ୍ତୁ । ଏହାଦ୍ୱାରା ଆପଣ ଫୋନ ଜୀବାଣୁରୁ ନିଜକୁ ବଞ୍ଚାଇ ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.