Below header

ପୁଣି ମୁଣ୍ଡଳୀ ବ୍ରିଜରେ ଗାଡ଼ି ରଖି ମହାନଦୀକୁ ଡେଇଁଲେ ଯୁବକ, ବର୍ତ୍ତମାନ ସୁଦ୍ଧା ମିଳୁନି ପତ୍ତା

କଟକ(କେନ୍ୟୁଜ୍): ପୁଣି ମୁଣ୍ଡଳୀ ବ୍ରିଜ୍ ନିକଟରେ ଅଘଟଣ।  ମୁଣ୍ଡଳୀ ବ୍ରିଜରେ ଗାଡ଼ି ରଖି ମହାନଦୀକୁ ଡେଇଁଲେ ଜଣେ ଯୁବକ।  ବର୍ତ୍ତମାନ ସୁଦ୍ଧା ଯୁବକ ଜଣକ ନିଖୋଜ ଥିବା ସୂଚନା ମିଳିଛି। ଆଜି ଅପରାହ୍ନ ପ୍ରାୟ ୩ଟା ସମୟରେ ଏହି ଅଘଟଣ ଘଟିଛି। ଏହି ଘଟଣାର ସୂଚନା ମିଳିବା ପରେ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି। ଯୁବକ ଜଣକ ଭୁବନେଶ୍ବର ସିଆରପି ଅଞ୍ଚଳର ଓ  ସେ ଏକ ଘରୋଇ ସଂସ୍ଥାରେ ଏଚଆର୍ ଭାବେ କାମ କରୁଥିଲେ ବୋଲି ସୂଚନା ମିଳିଛି।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ ଭୁବନେଶ୍ବର ପଟୁ ଆଜି ଅପରାହ୍ନ ପ୍ରାୟ ୩ଟାରେ ଜଣେ ଯୁବକ ସ୍କୁଟି (ଓଡି ୦୭ ପି-୧୨୮୬)ରେ କଟକ ଅଭିମୁଖେ ଆସୁଥିଲେ।  ଯୁବକ ଜଣକ  ମୁଣ୍ଡଳୀ ବ୍ରିଜ୍‌ ଉପରେ ଗାଡ଼ି ରଖିଥିଲେ ଓ ସ୍କୁଟି ଉପରେ ମୋବାଇଲ ରଖିଥିଲେ। ଏହା ପରେ ମହାନଦୀକୁ ଡେଇଁପଡ଼ିଥିଲେ।

ବ୍ରିଜ୍‌ ଉପରେ  ଯାଉଥିବା କିଛି ଲୋକେ ପାଟି କରି ଚିଲାଇଛନ୍ତି। ହେଲେ ଯୁବକ ଜଣକ କାହା କଥା ନଶୁଣି ନଦୀକୁ ଡେଇଁ ପଡିଛନ୍ତି। ଡେଇଁ ପଡିବା ପରେ  କିଛି  ଲୋକ ବ୍ରିଜ୍ ଉପରୁ  ମଧ୍ୟ ସେମାନଙ୍କୁ ଉଦ୍ଧାର କରିବାକୁ  ଚେଷ୍ଟା କରିଥିଲେ କିନ୍ତୁ  ସଫଳ ହେଲେ ନାହିଁ।   ଯୁବକଙ୍କୁ ମହାନଦୀର ଜଳସ୍ରୋତ ଠେଲି ନେଉଥିବା ମଧ୍ୟ ଲୋକେ ଦେଖିଛନ୍ତି। ତେବେ ଯୁବକ ଜଣକ କାହିଁକି ନଦୀକୁ ଡେଇଁଲେ ତାହା ଜଣାପଡ଼ିନି। ବର୍ତ୍ତମାନ ସୁଦ୍ଧା ଯୁବକଙ୍କର କିଛି ବି ଖୋଜ ଖବର ମିଳିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.