Below header

ଓରିଗାନୋର ଅଧିକ ବ୍ୟବହାର ସ୍ୱାସ୍ଥ୍ୟ ପାଇଁ ହୋଇପାରେ ବିପଜ୍ଜନକ, ଜାଣନ୍ତୁ କି କି ରୋଗର ରହିଛି ଆଶଙ୍କା

ଆଜିକାଲି ପିଜ୍ଜା, ପାସ୍ତା ଓ ସାଣ୍ଡଉଇଚ୍ ଆଦି ଖାଦ୍ୟରେ ଲୋକମାନେ ଅଧିକ ପରିମାଣର ଓରିଗାନୋ ବ୍ୟବହାର କରୁଛନ୍ତି। ଏହା ପିଲାଠୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ପସନ୍ଦ ଆସୁଛି। ଏହାକୁ କାଶ, ଥଣ୍ଡା, ମୁଣ୍ଡ ବିନ୍ଧା ଆଦି ସମସ୍ୟା ଦୂର କରିବାକୁ ମଧ୍ୟ ବ୍ୟବହାର କରାଯାଏ।

ତେବେ ପାଟିକୁ ସ୍ଵାଦିଷ୍ଟ ଲାଗିବାକୁ ବ୍ୟବହାର କରାଯାଉଥିବା ଏହି ଦ୍ରବ୍ୟ ଦେହ ପାଇଁ କିନ୍ତୁ ଏତେଟା ଭଲ ନୁହେଁ। ଅଧିକ ପରିମାଣରେ ଓରିଗାନୋ ବ୍ୟବହାର କରିବା ଦ୍ୱାରା କେତେକ ସ୍ୱାସ୍ଥ୍ୟ ସମସ୍ୟା ବି ଉପୁଜେ। ଆସନ୍ତୁ ଜାଣିବା ଓରିଗାନୋ ଖାଇବା ଦ୍ୱାରା କି କି ଅସୁବିଧା ଦେଖାଦିଏ…

ଅଧିକ ଓରିଗାନୋ ଖାଇବା ଦ୍ୱାରା ସ୍କିନ ଆଲର୍ଜି ହୁଏ।

ଅଧିକ ଦିନ ଧରି ବହୁ ପରିମାଣର ଓରିଗାନୋ ସେବନ କଲେ ପେଟ ସମ୍ବନ୍ଧୀୟ ସମସ୍ୟା ଦେଖାଦିଏ।

କିଛି ଲୋକଙ୍କ ଠାରେ ରକ୍ତ ଜମାଟ ବାନ୍ଧିବା ସମସ୍ୟା ଦେଖାଦିଏ। ଏଭଳି ବ୍ୟକ୍ତି ଓରିଗାନୋ ସେବନରୁ ବିରତ ରହିବା ଉଚିତ।

ଗର୍ଭବତୀ ମହିଳା ଓରିଗାନୋ ଖାଇବା ଅନୁଚିତ। ଗର୍ଭପାତ ହୋଇପାରେ।

ଓରିଗାନୋ ଖାଇବା ଦ୍ୱାରା ବ୍ଲଡ ସୁଗାର ଲେବଲ କମ୍ ହୋଇପାରେ। ଏଣୁ ଜଗି ରଖି ଏହାକୁ ସେବନ କରିବା ଉଚିତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.