Below header

ଲଞ୍ଚ ହେଲା OPPOର ୩ଟି ନୂଆ ସ୍ମାର୍ଟଫୋନ, ଶସ୍ତା ଦାମ ସହ ରହିଛି ଦମଦାର ଫିଚର୍ସ

ସ୍ମାର୍ଟଫୋନ କମ୍ପାନୀ OPPO Reno 6 ସିରିଜର ୩ ଟି ସ୍ମାର୍ଟଫୋନ ଲଞ୍ଚ କରିଛି । ଏହି ସିରିଜରେ Reno 6, Reno 6 Pro, Reno 6 Pro+ ଫୋନ ସାମିଲ ଅଛି । ଏହି ୩ଟି ଫୋନରେ ଫାଷ୍ଟ ଚାର୍ଜିଂ ସପୋର୍ଟ ସହ ୩୨ ମେଗାପିକ୍ସଲର ସେଲଫି କ୍ୟାମେରା ରହିଛି । ଏହି ୩ଟି ସ୍ମାର୍ଟଫୋନ ମଧ୍ୟରୁ Oppo Reno 6 Pro+ ପ୍ରିମିୟମ ମଡେଲ । ଏଥିରେ Qualcomm Snapdragon 870 ପ୍ରୋସେସର ଦିଆଯାଇଛି । ତେବେ ଚାଲନ୍ତୁ ଜାଣିବା ଏହାର ଦାମ ଓ ଫିଚର୍ସ ସଂପର୍କରେ ।

ଦାମ୍‌:

Reno 6, Reno 6 Pro, Reno 6 Pro+କୁ ଚୀନରେ ଲଞ୍ଚ କରାଯାଇଛି । Reno 6ରେ ୮ ଜିବି ର‌୍ୟାମ ସହ ୧୨୮ ଜିବି ଇଣ୍ଟରନାଲ ଷ୍ଟୋରେଜ ରହିଛି । ଯାହାର ଦାମ୍ ୩୧,୮୦୦ଟଙ୍କା ରହିଛି । Reno 6 Pro ମଡେଲର ଦାମ ୩୯,୮୦୦ ଟଙ୍କା ରହିଛି । ଏହାସହ Reno 6 Pro+ର ଦାମ ୪୫,୦୦୦ ଟଙ୍କା ରଖାଯାଇଛି । ଏହା ଭାରତରେ ଲଞ୍ଚ ହେବା ନେଇ କୈାଣସି ସୂଚନା ମିଳିନାହିଁ ।

ସ୍ପେଶିଫିକେସନ:

Reno 6ରେ ୫ଟି ହୋଲ କ୍ୟାମେରା ରହିଛି । 90Hz ରିଫ୍ରେଶ ରେଟ ସହ 6.43 ଇଞ୍ଚ FHD+ AMOLED  ଡିସପ୍ଲେ ରହିଛି । ସେହିପରି Reno 6 Pro 6.55 ଇଞ୍ଚ FHD+ AMOLED ଡିସପ୍ଲେ ରହିଛି । Reno 6ରେ 900 SoC  ଡାଇମେନସନ ଥିବା ବେଳେ Reno 6 Pro 1200 SoC ମିଡିଆଟେକ ଡାଇମେନସନ ରହିଛି । ଏହାସହ Reno 6 Pro+ରେ  ସ୍ନାପଡ୍ରାଗନ 870 ଚିପସେଟ ମିଳୁଛି । Reno 6, Reno 6 Pro, Reno 6 Pro+ରେ  4,300mAh ର ବ୍ୟାଟେରୀ ସିଷ୍ଟମ ରହିଛି । 64MP ପ୍ରାଇମେରୀ ସେଂସର , 8MP ୱାଇଡ ଆଙ୍ଗଲ ଲେନ୍ସ ସହ 2mP ମାକ୍ରୋ ଲେନ୍ସ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.