ସୁବର୍ଣ୍ଣରେଖାରେ ଆସିବ ମଧ୍ୟମ ଧରଣର ବନ୍ୟା, ସନ୍ଧ୍ୟାରେ ରାଜଘାଟରେ ଛୁଇଁବ ବିପଦ ସଙ୍କେତ

ଭଦ୍ରକ: ସୁବର୍ଣ୍ଣରେଖାରେ ଆସିବ ମଧ୍ୟମ ଧରଣର ବନ୍ୟା। ଆଜି ସନ୍ଧ୍ୟା ୬ଟାରେ ରାଜଘାଟ ପାଖରେ ବିପଦ ସଙ୍କେତ ଛୁଇଁବ ବୋଲି କହିଛନ୍ତି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ। ସେ କହିଛନ୍ତି, ତଳିଆ ଅଞ୍ଚଳ ଲୋକ ସର୍ତକ ରୁହନ୍ତୁ। ଉପରେ ମୁଣ୍ଡରେ ବର୍ଷା ହୋଇଥିବାରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।

ଆଜି ସନ୍ଧ୍ୟା ପରେ ସୁବର୍ଣ୍ଣରେଖାରେ ବନ୍ୟା ଆସବା ସମ୍ଭାବନା ଥିବାରୁ ଲୋକମାନେ ନଦୀଗର୍ଭକୁ ଯାଆନ୍ତୁ ନାହିଁ। ବନ୍ୟାକୁ ନେଇ ଲୋକମାନେ ଭୟଭୀତ ହୁଅନ୍ତୁ ନାହିଁ । ବୁଢାବଳଙ୍ଗରେ ପାଣି ନାହିଁ। ବୈତରଣୀରେ କାଲି ୮ଟାରେ ବିପଦ ସଙ୍କେତ ଛୁଇଁଥିଲା। ମାତ୍ର ଆଜି ସକାଳ ୪ଟାରୁ ପାଣି କମିବାରେ ଲାଗିଛି। ଆନନ୍ଦପୁରରେ ମଧ୍ୟ ଜଳସ୍ତର କମିଲାଣି। ମଲ୍ଲିକାପୁର ପାଖରେ ଦଶରଥପୁର ବ୍ଲକ କାଣି ନଦୀରେ ଛୋଟ ଘାଇ ହୋଇଛି। ଏହାର ମରାମତି ଚାଲିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.