Browsing Tag

Yaas

ସୁବର୍ଣ୍ଣରେଖାରେ ଆସିବ ମଧ୍ୟମ ଧରଣର ବନ୍ୟା, ସନ୍ଧ୍ୟାରେ ରାଜଘାଟରେ ଛୁଇଁବ ବିପଦ ସଙ୍କେତ

ଭଦ୍ରକ: ସୁବର୍ଣ୍ଣରେଖାରେ ଆସିବ ମଧ୍ୟମ ଧରଣର ବନ୍ୟା। ଆଜି ସନ୍ଧ୍ୟା ୬ଟାରେ ରାଜଘାଟ ପାଖରେ ବିପଦ ସଙ୍କେତ ଛୁଇଁବ ବୋଲି କହିଛନ୍ତି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ। ସେ କହିଛନ୍ତି, ତଳିଆ ଅଞ୍ଚଳ ଲୋକ ସର୍ତକ ରୁହନ୍ତୁ। ଉପରେ ମୁଣ୍ଡରେ ବର୍ଷା ହୋଇଥିବାରୁ ବନ୍ୟା…

‘ୟସ’ ପରର ପ୍ରଭାବ: ଶୋଇଥିବା ସମୟରେ ଭୁଶୁଡିଲା କାନ୍ଥ ସହିତ ଘରର ଛାତ, ଅଳ୍ପକେ ବର୍ତ୍ତିଲେ ପରିବାର ୪ ଜଣ

କରଞ୍ଜିଆ: 'ୟସ' ଗଲା ପରର ପ୍ରଭାବ। ଭୁଶୁଡି ପଡିଲା ଘରର କାନ୍ଥ ସହ ଛାତ। ଅଳ୍ପକେ ବର୍ତ୍ତିଲେ ପରିବାର ୪ ଜଣ। ସୂଚନା ଅନୁଯାୟୀ, ଘରେ ଶୋଇଥିବା ସମୟରେ ଭୁଶୁଡିଲା କାନ୍ଥ ଓ ଛାତ। ଯଶୀପୁର ଥାନା ମହାର୍ଦ୍ଦାପଳସା ଢ଼ିପା ସାହିରେ ଘଟିଛି ଏହି ଅଭାବନୀୟ ଘଟଣା। ମେନା ହୋ ଓ ତାଙ୍କ ସ୍ତ୍ରୀ ସହ ଦୁଇ…

ସଙ୍କଟ ବେଳେ ନୂଆ ସମ୍ଭାବନା: ବାତ୍ୟା ‘ୟସ’ ସମୟରେ ଜନ୍ମନେଲେ ୭୫୦ ନବଜାତ

ଭୁବନେଶ୍ବର: ସଙ୍କଟ କାଳରେ ନୂଆ ସମ୍ଭାବନା। ବାତ୍ୟା ୟସ କାଳରେ ଜନ୍ମନେଲେ ୭୫୦ ନବଜାତ। ବାତ୍ୟା ପ୍ରଭାବିତ ଜିଲ୍ଲାର ୨୧ଶହ ଆସନ୍ନ ପ୍ରସବା ଓ ଗର୍ଭବତୀ ମହିଳାଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ ମହିଳା ଏବଂ ଶିଶୁବିକାଶ ବିଭାଗ ଓ ସ୍ୱାସ୍ଥ୍ୟକର୍ମୀ। ବାତ୍ୟା ଆସିବା ଏମାନଙ୍କୁ…

ବିପଦ ଭିତରେ କେନ୍ଦ୍ରାପଡା ଜିଲ୍ଲାର ତଳିଆ ଅଞ୍ଚଳ, ହଜାର ହଜାର ହେକ୍ଟର ଚାଷ ଜମି ଏବେ ଜଳମଗ୍ନ

ଆଳି: ସମ୍ଭାବ୍ୟ ବାତ୍ୟାକୁ ନେଇ କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକର ୩୪ ପଞ୍ଚାୟତ ସମେତ ନଦୀ ତଟବର୍ତ୍ତୀ ଗ୍ରାମମାନଙ୍କରେ ଆତଙ୍କିତ ଅବସ୍ଥା ଲାଗିରହିଛି। ଗତକାଲି ଠାରୁ ଅନବରତ ବର୍ଷା ଲାଗି ରହିଥିବା ବେଳେ ଆଜି ସକାଳୁ ତୁହାକୁତୁହା ପବନ ଲାଗିରହିଛି। ଅପରପକ୍ଷରେ ତଳିଆ ଅଞ୍ଚଳ ମାନଙ୍କରେ…

ଭଦ୍ରକରେ ‘ୟସ୍’ର ପ୍ରଭାବ, ପବନରେ ଓଲଟିଲାରୁ ଅଳ୍ପକେ ବର୍ତ୍ତିଲା ବୋଲେରୋ

ଭଦ୍ରକ: ବାତ୍ୟା ‘ୟସ୍’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଜାରି ରହିଛି । ଏହାର ‘ୟାସ୍’ର ପ୍ରଭାବ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାରେ । ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ଜୋରରେ ପବନ ବୋହୁଛି । ପବନରେ ଓଲଟିଲାରୁ ଅଳ୍ପକେ ବର୍ତ୍ତିଯାଇଛି ବୋଲେରୋ ଗାଡି । ଭଦ୍ରକ ପୌରପାଳିକା ୧୮ନମ୍ବର ୱାର୍ଡରେ…

ରେମୁଣା ଓ ବାହାନଗା ସଦର ମଧ୍ୟରେ ଲ୍ୟାଣ୍ଡଫଲ୍‌ କରୁଛି ବାତ୍ଯା ‘ୟସ୍‌’

ଭୁବନେଶ୍ବର: ସକାଳ ୯ଟାରୁ ବାତ୍ଯା ୟସ୍‌ ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଛି । ବାହାନଗା-ରେମୁଣା ନିକଟରେ ଲ୍ୟାଣ୍ଡଫଲ୍ କରୁଛି ‘ୟସ୍’ । ୩-୪ ଘଣ୍ଟା ମଧ୍ୟରେ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ହେବ । ଦିନ ଗୋଟାେ ପୂର୍ବରୁ ବାତ୍ୟା ‘ୟସ୍’ ଲ୍ୟାଣ୍ଡଫଲ୍ କରିବ ବୋଲି ଆଶା କରାଯାଉଛି ।…

ଆଜି ମଧ୍ୟାହ୍ନରେ ସ୍ଥଳଭାଗ ଛୁଇଁବ ବାତ୍ୟା ‘ୟସ୍‌’: ୯ଟାରୁ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ

କେନ୍ଯୁଜ୍: ଆଜି ମଧ୍ୟାହ୍ନରେ ସ୍ଥଳଭାଗ ଛୁଇଁବ ବାତ୍ୟା ‘ୟସ୍‌’। ବାସୁଦେବପୁର -ବାହାନଗା ମଧ୍ୟ ଦେଇ ଅତିକ୍ରମ କରିବ। ୯ଟାରୁ ଆରମ୍ଭ ହେବ ‘ୟସ୍‌’ର ଲ୍ୟାଣ୍ଡଫଲ ପ୍ରକ୍ରିୟା। ଦିନ ୩ଟା ପର୍ଯ୍ୟନ୍ତ ଜାରି ରହିବ ପ୍ରକ୍ରିୟା। ୧୧ଟାରୁ ଦିନ ୧ଟା ମଧ୍ୟରେ କେନ୍ଦ୍ରବିନ୍ଦୁ ଉପକୂଳ ଅତିକ୍ରମ କରିବ।…

ଯାଜପୁର ଜିଲ୍ଲାରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ଜାରି, ବିଭିନ୍ନ ବ୍ଲକର ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ କରାଯାଇଛି…

ଯାଜପୁର: ବାତ୍ୟା ୟସ୍‌ ପ୍ରଭାବରେ ଯାଜପୁର ଜିଲ୍ଲାରେ ପ୍ରବଳ ବର୍ଷା ସାଙ୍ଗକୁ ପବନ। ଜିଲ୍ଲାର ଯାଜପୁର, ଦଶରଥପୁର, ବିଂଝାରପୁର, ବରୀ ଓ କୋରେଇ ବ୍ଲକର ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। କେବଳ ଦଶରଥପୁର ବ୍ଲକରୁ ୭ହଜାର ଲୋକଙ୍କୁ ଅଣାଯାଇଛି। ଉଦ୍ଧାର କାର୍ଯ୍ୟରେ…

ଘଣ୍ଟାପ୍ରତି ୧୫ କିମି ବେଗରେ ଆଗକୁ ମାଡ଼ି ଚାଲିଛି ୟସ, ଏବେ ଏହା ଧାମରା ଠାରୁ ମାତ୍ର ୪୦ କିମି ଦୂରରେ ରହିଛି

ଭୁବନେଶ୍ବର: ଅତି ଭୀଷଣ ବାତ୍ୟା ୟସ ଏବେ ସମୁଦ୍ର ମଧ୍ୟରେ ତା’ର ଗତିକୁ ବଢ଼ାଇ ଦେଇଛି।  ୟସ ଏବେ ଘଣ୍ଟାପ୍ରତି ୧୫ କିମି ବେଗରେ ଆଗକୁ ମାଡ଼ି ଚାଲିଛି। ଏବେ ଏହା ଧାମରା ଠାରୁ ମାତ୍ର ୪୦ କିମି ଦୂରରେ ରହିଛି। ସେହିପରି ପାରାଦୀପ ଠାରୁ ୮୦ କିମି ଓ ବାଲେଶ୍ୱର ଠାରୁ ୧୦୫ କିମି ଦୂରରେ କେନ୍ଦ୍ରୀଭୂତ…

ଭୟଙ୍କର ହେଉଛି ବାତ୍ୟା ୟସ୍‌ ! ପାରାଦୀପ ଠାରୁ ୩୬୦ ଓ ବାଲେଶ୍ୱରଠାରୁ ୪୬୦ କିଲୋମିଟର ଦୂରରେ

ଭୁବନେଶ୍ବର: ଓଡ଼ିଶା ଉପକୂଳ ଆଡକୁ ମାଡି ଆସୁଛି ୟସ୍‌ । ସମୁଦ୍ର ଭିତରେ ଘୂରି ବୁଲୁଛି । ଅଧିକ ଜଳୀୟ ବାଷ୍ପ ଧାରଣ କରି ଭୟଙ୍କର ହେଉଛି ୟସ୍‌ । ବଙ୍ଗୋପସାଗରରେ ଆଗକୁ ଆଗକୁ ବଢୁଛି ବାତ୍ୟା । ଘଣ୍ଟାପ୍ରତି ୯ କିଲୋମିଟର ବେଗରେ ଉପକୂଳ ଆଡକୁ ଗତି କରୁଛି ବାତ୍ୟା । ପାରାଦୀପ ଠାରୁ ୩୬୦ ଓ…