ରେମୁଣା ଓ ବାହାନଗା ସଦର ମଧ୍ୟରେ ଲ୍ୟାଣ୍ଡଫଲ୍‌ କରୁଛି ବାତ୍ଯା ‘ୟସ୍‌’

ଭୁବନେଶ୍ବର: ସକାଳ ୯ଟାରୁ ବାତ୍ଯା ୟସ୍‌ ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଛି । ବାହାନଗା-ରେମୁଣା ନିକଟରେ ଲ୍ୟାଣ୍ଡଫଲ୍ କରୁଛି ‘ୟସ୍’ । ୩-୪ ଘଣ୍ଟା ମଧ୍ୟରେ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ହେବ । ଦିନ ଗୋଟାେ ପୂର୍ବରୁ ବାତ୍ୟା ‘ୟସ୍’ ଲ୍ୟାଣ୍ଡଫଲ୍ କରିବ ବୋଲି ଆଶା କରାଯାଉଛି । ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ୧୩୦ କି.ମି.ରୁ ୧୪୦ କି.ମି. ମଧ୍ୟରେ ରହିବ ।

ବାଲେଶ୍ବର ଜିଲ୍ଲା ଦେଇ ମୟୁରଭଞ୍ଜ ଜିଲ୍ଲାକୁ ଯିବ ବାତ୍ୟା ‘ୟାସ୍’ । ମୟୁରଭଞ୍ଜ ଜିଲ୍ଲାରେ ପହଞ୍ଚିବା ବେଳକୁ ପବନର ବେଗ ଘଣ୍ଟା ପ୍ରତି ୧୦୦ କି.ମି. ବା ତାଠାରୁ ଟିକେ ଅଧିକ ରହିପାରେ । ବାଲେଶ୍ବରରେ ବାତ୍ୟା ‘ୟାସ୍’ର ଅଧିକ ପ୍ରଭାବ ପଡିବ । ଭଦ୍ରକ, ବାଲେଶ୍ବରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ମୟୁରଭଞ୍ଜରେ ମଧ୍ୟ ବାତ୍ୟା ‘ୟାସ୍’ ପ୍ରଭାବ ପକାଇବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.