ଭୟଙ୍କର ହେଉଛି ବାତ୍ୟା ୟସ୍‌ ! ପାରାଦୀପ ଠାରୁ ୩୬୦ ଓ ବାଲେଶ୍ୱରଠାରୁ ୪୬୦ କିଲୋମିଟର ଦୂରରେ

ଭୁବନେଶ୍ବର: ଓଡ଼ିଶା ଉପକୂଳ ଆଡକୁ ମାଡି ଆସୁଛି ୟସ୍‌ । ସମୁଦ୍ର ଭିତରେ ଘୂରି ବୁଲୁଛି । ଅଧିକ ଜଳୀୟ ବାଷ୍ପ ଧାରଣ କରି ଭୟଙ୍କର ହେଉଛି ୟସ୍‌ । ବଙ୍ଗୋପସାଗରରେ ଆଗକୁ ଆଗକୁ ବଢୁଛି ବାତ୍ୟା । ଘଣ୍ଟାପ୍ରତି ୯ କିଲୋମିଟର ବେଗରେ ଉପକୂଳ ଆଡକୁ ଗତି କରୁଛି ବାତ୍ୟା । ପାରାଦୀପ ଠାରୁ ୩୬୦ ଓ ବାଲେଶ୍ୱରଠାରୁ ୪୬୦ କିଲୋମିଟର ଦୂରରେ ରହିଛି । ଆଜି ମଧ୍ୟାହ୍ନରେ ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମ ରୂପ ନେବ ସିଭିୟର ସାଇକ୍ଲୋନିକ ଷ୍ଟର୍ମ ।

ଆଜି ୧୨୦ରୁ ୧୩୦ କିଲୋମିଟର ବେଗରେ ପବନ ବହିପାରେ । ପବନର ବେଗ ୧୪୫ କିଲୋମିଟର ପର୍ଯ୍ୟନ୍ତ ଝଟକା ଦେଇପାରେ । ଆସନ୍ତାକାଲି ସକାଳେ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ପାଦ ଥାପିବ । ମଧ୍ୟାହ୍ନ ବେଳକୁ ପାରାଦୀପ ଓ ସାଗର ଦ୍ୱୀପର ବାଲେଶ୍ୱର ଉପକୂଳ ନିକଟରେ ଲାଣ୍ଡଫଲ୍‌ କରିବ ବାତ୍ୟା । ଓଡ଼ିଶାରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ଅଧିକ । ଧାମରାରୁ-ଚାନ୍ଦିପୁର ଭିତରେ ହିଟ୍‌ କରିପାରେ । ବାତ୍ୟାର ଲାଣ୍ଡଫଲ ସମୟରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ଭୟଙ୍କର ପବନ ସହ ସମୁଦ୍ରରେ ବଡ଼ ଜୁଆର ଆସିବ । ବାଲେଶ୍ୱର ଓ ଭଦ୍ରକରେ ୨-୪ ମିଟର ଏବଂ କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ୨ ମିଟରରୁ ଅଧିକ ଜୁଆର ଆସିପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.