ଘଣ୍ଟାପ୍ରତି ୧୫ କିମି ବେଗରେ ଆଗକୁ ମାଡ଼ି ଚାଲିଛି ୟସ, ଏବେ ଏହା ଧାମରା ଠାରୁ ମାତ୍ର ୪୦ କିମି ଦୂରରେ ରହିଛି

ଭୁବନେଶ୍ବର: ଅତି ଭୀଷଣ ବାତ୍ୟା ୟସ ଏବେ ସମୁଦ୍ର ମଧ୍ୟରେ ତା’ର ଗତିକୁ ବଢ଼ାଇ ଦେଇଛି।  ୟସ ଏବେ ଘଣ୍ଟାପ୍ରତି ୧୫ କିମି ବେଗରେ ଆଗକୁ ମାଡ଼ି ଚାଲିଛି। ଏବେ ଏହା ଧାମରା ଠାରୁ ମାତ୍ର ୪୦ କିମି ଦୂରରେ ରହିଛି। ସେହିପରି ପାରାଦୀପ ଠାରୁ ୮୦ କିମି ଓ ବାଲେଶ୍ୱର ଠାରୁ ୧୦୫ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି। ଦିଘା ଠାରା ବାତ୍ୟା୧୦୦ କିମି ଦୂରରେ ରହିଛି।

ବାତ୍ୟା ୟସ ପ୍ରଭାବରେ ସମୁଦ୍ର ମଧ୍ୟରେ ପବନାର ଘଣ୍ଟା ପ୍ରତି ବେଗ ୧୪୦ରୁ ୧୫୦ କିମି ରହିଛି। ସ୍ଥଳ ଭାଗ ଆଡ଼କୁ ବାତ୍ୟା ୟାସ ଯେତିକି ଆଗକୁ ବଢ଼ୁଛି ପାରଦୀପ ଠାରୁ ଧାମରା ଯାଏ ପବନର ବେଗ ସେତିକି ବଢ଼ୁଛି। ଏଥିସହ ବର୍ଷାର ପରମାଣ ମଧ୍ୟ ବୃଦ୍ଧି ପାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.