ଘରର ମାଲିକ କେବେ ବି ତଳ ମହଲାରେ ରହିବା ଉଚିତ ନୁହେଁ, ଜାଣନ୍ତୁ କେଉଁଠି ରହିଲେ ଭଲ

ଆପଣ ଘର ଭଡା ଦେଉଛନ୍ତି କି ? ଘର ଭଡା ଦେବା ସମୟରେ ଆପଣ କରୁନାହାନ୍ତି ତ ଏପରି ଭୁଲ୍। ସୁବବେଳେ ଘର ମାଲିକ ଘର ଭଡା ଦେବା ପରେ ନିଜେ କେଉଁ ସ୍ଥାନରେ ରହିବେ, ତାହାକୁ ନେଇ ଦ୍ବନ୍ଦ୍ବରେ ରହିଥାନ୍ତି। ଭଡାଟିଆଙ୍କୁ କେଉଁଠି ଘର ଦେବେ, ନିଜେ କେଉଁଠି ରହିବେ, ତାହା ସ୍ପଷ୍ଟ କରିପାରନ୍ତି ନାହିଁ। ଘରର ମୁଖିଆ ଏବଂ ତାଙ୍କ ପରିବାର ସବୁବେଳେ ଉପର ମହଲାରେ ରହିବା ଉଚିତ। ତଳ ମହଲା ଭଡା ଲଗାଇବା ଉଚିତ।

ଅଦିକାଂଶ ସମୟରେ ଯେଉଁ ପରିବାର ବଡ ଏବଂ ଘରେ ବୟସ୍କ ରହିଥାନ୍ତି, ସେମାନେ ଗ୍ରାଉଣ୍ଡ ଫ୍ଲୋରରେ ରହିବାକୁ ପସନ୍ଦ କରନ୍ତି। ଏହି ସ୍ଥିତିରେ ସେହି ସମୟରେ ସକାରାତ୍ମକ ସ୍ଥିତି ରୁହେ, ଯେପର୍ଯ୍ଯନ୍ତ ଘରର ଉପର ମହଲାରେ ଘର ଲୋକ ରୁହନ୍ତି। ଯେମିତିକି କି ଆପଣଙ୍କ ଘରର ଉପରେ ଘରେ ପଢା ରୁମ୍ ରହିଲେ ଭଲ। ଏହାଛଡା ଘରକୁ ଆସୁଥିବା ଅତିଥିଙ୍କ ପାଇଁ ମଧ୍ ଉପର ମହଲା ରହିବା ପାଇଁ ଠିକ୍।

ଏହାର କାରଣ ସେମାନେ କିଛିଦିନ ମଧ୍ୟରେ ଘରୁ ଚାଲିଯାଆନ୍ତି। କିନ୍ତୁ ଘରରୁ ସମସ୍ଯା ସେତେବେଳେ ଆସେ, ଯେତେବେଳେ ଭଡାଟିଆ ଉପର ଘରେ ରୁହନ୍ତି। ଏପରି ସ୍ଥଳେ ଘରର ମାଲିକର ନିୟନ୍ତ୍ରଣ କମ୍ ହୋଇଯାଏ।

ଏହାର ସରଳ ଉପାୟ ହେଉଛି, ଆପଣ ଯଦି ଘର ଭଡା ଦେବାକୁ ଚାହୁଁଛନ୍ତି, ତେବେ ନିଜେ ଉପରେ ରହି ଭଡା ତଳ ଘର ଦିଅନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.