Below header

ଗଙ୍ଗଶିଉଳି ଫୁଲରେ ଭରି ରହିଛି ଅନେକ ଔଷଧୀୟ ଗୁଣ, ଜାଣନ୍ତୁ ଏହା ଆମ ଶରୀର ପାଇଁ କେତେ ଲାଭଦାୟକ

ଗଙ୍ଗଶିଉଳି ଫୁଲ ଗୋଟିଏ ସୁନ୍ଦର ଓ ବାସନାଯୁକ୍ତ ଫୁଲ ଅଟେ l ଏହାକୁ ମର୍ତ୍ୟ ଲୋକର ପାରିଜାତ ପୁଷ୍ପ ସହିତ ତୁଳନା କରାଯାଏ l ଯେଉଁଠାରେ ଗଙ୍ଗଶିଉଳି ଗଛ ଲଗାଯାଇଥାଏ ତାର ଚର୍ତୁର ପାର୍ଶ୍ଵର ବାତାବରଣ ମନ ମହକ ବାସ୍ନାରେ ଭରିଯାଏ l ଗଙ୍ଗଶିଉଳି ଗଛରେ ବର୍ଷକୁ ଥରେ ମାତ୍ର ଫୁଲ ହୋଇଥାଏ l ଶୀତ ଦିନର ଅଦ୍ୟଭାଗରେ ଗଙ୍ଗା ଶିଉଳି ଫୁଲ ଗଛକୁ ମଣ୍ଡିତ କରିଥାଏ l ଏହି ଫୁଲର ସମୟ କାଳ ବହୁତ କମ ଅଟେ , ରାତିରେ ଫୁଟି ସକାଳୁ ଝଡ଼ିପଡ଼େ l ଶୁଖିଯିବା ପରେ ମଧ୍ୟ ଏହି ଫୁଲର ବାସ୍ନା ସେହିପରି ରହିଥାଏ l ଗଙ୍ଗଶିଉଳି ଫୁଲର ଉପଯୋଗ ସାଜସଯ୍ୟରୁ ନେଇ ପୂଜା ପାଠ ,ଔଷଧୀୟ ତେଲ ଓ ଆୟୁର୍ବେଦ ଔଷଧ ବନାଇବାରେ ବ୍ୟବହାର ହୋଇଥାଏ l

* ଗଙ୍ଗଶିଉଳି ପତ୍ରରୁ ତିଆରି ହୋଇଥିବା ହର୍ବାଲ ଚା ଶରୀରପାଇଁ ଲାଭକାରୀ ଅଟେ l କାରଣ ଏହା ଅଣ୍ଟିଆକ୍ସିଡେଣ୍ଟରେ ଭରପୁର ଅଟେ l ଏହି ହର୍ବାଲ ଚା ଶରୀରର ଥକାପଣ ଦୂରକରିବା ସହିତ ମନକୁ ଶାନ୍ତି ଦେଇଥାଏ l

* ଗଙ୍ଗଶିଉଳି ଫୁଲରୁ ତିଆରି ହୋଇଥିବା ହର୍ବାଲ ତେଲ ଯନ୍ତ୍ରଣା ନାଶକ ତେଲ ଅଟେ l ଖାସ କରି ଏହା ଶରୀରର ଗଣ୍ଠିରେ ହେଉଥିବା ଯନ୍ତ୍ରଣା ପାଇଁ ଅତ୍ୟନ୍ତ ପ୍ରଭାବ ସାଳି ହୋଇଥାଏ l

* ଯେଉଁ ଲୋକମାନଙ୍କ ଆର୍ଥ୍ରାଇଟିସ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି ସେମାନଙ୍କର ଆଣ୍ଠୁ ,ଅଣ୍ଟା ,କାନ୍ଧ ,କହୁଣୀ ଓ ଗୋଇଠିରେ ଅସହନୀୟ ଯନ୍ତ୍ରଣା ହୁଏ ,ସେହି ସମୟରେ ଗଙ୍ଗଶିଉଳିର ହର୍ବାଲ ତେଲ ମାଲିସ କଲେ ଯନ୍ତ୍ରଣାରୁ ଆରାମ ମିଳେ l

* ଡେଙ୍ଗୁ ଜ୍ୱର ହେଉଥିବା ଲୋକ ମାନଙ୍କର ଅଧିକ ପୀଡା ଦାୟକ ଯନ୍ତ୍ରଣା ହୋଇଥାଏ ,ଏହି ସମୟରେ ରୋଗୀ ଚାଲିବାକୁ ମଧ୍ୟ କଷ୍ଟ ମଣିଥାଏ l ଏହି ସବୁ ଯନ୍ତ୍ରଣାରୁ ଉପଶମ ଦେବାପାଇଁ ଗଙ୍ଗଶିଉଳି ତେଲ ମାଲିସ କରିବା ଲାଭକାରୀ ଅଟେ l

* ଗଙ୍ଗଶିଉଳି ଫୁଲରୁ ତିଆରି ହୋଇଥିବା ତେଲରେ ଆଣ୍ଟି ଏଲର୍ଜୀ ମଧ୍ୟ ରହିଥାଏ l ଯେଉଁ ସୌନ୍ଦର୍ଯ୍ୟ ପ୍ରସାଧନ ସାମଗ୍ରୀରେ ଏହି ତେଲର ବ୍ୟବହାର କରାଯାଏ ତାହାକୁ ଲଗାଇବା ଦ୍ୱାରା ଚର୍ମରେ କୌଣସି ପ୍ରକାରର ଏଲର୍ଜୀ ହୁଅ ନାହିଁ l

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.