ଜୀବନରେ ସବୁଠାରୁ ଅଧିକ ରୋଗର ଶିକାର ହୋଇଥାନ୍ତି ଏହି ବ୍ଲଡ଼ ଗ୍ରୁପର ଲୋକେ, ଜାଣନ୍ତୁ କାହିଁକି

ଏହି ଦୁନିଆରେ ଯେତେବି ଲୋକ ଅଛନ୍ତି ସମସ୍ତଙ୍କର ଏକ ବ୍ଲଡ଼ ଗ୍ରୁପ ରହିଛି । ଏହି ବ୍ଲଡ଼ ଗ୍ରୁପ ଅନୁଯାୟୀ ମଣିଷର ଶାରୀରିକ ସଂରଚନା ବିଷୟରେ ଜଣାପଡ଼ିଥାଏ । ଆଜି ଆମେ ମେଡିକାଲ ସାଇନ୍ସ ଦ୍ୱାରା ସେହି ବ୍ଲଡ଼ ଗ୍ରୁପ ବିଷୟରେ ଜାଣିବାକୁ ପାଇଛୁ ଯେଉଁ ବ୍ଲଡ଼ ଗ୍ରୁପର ଲୋକେ ଜୀବନରେ ସବୁଠାରୁ ଅଧିକ ବେମାର ପଡ଼ିଥାନ୍ତି । ତାହେଲେ ଆସନ୍ତୁ ଜାଣିବା କେଉଁ ବ୍ଲଡ଼ ଗ୍ରୁପର ଲୋକେ ନିଜ ଜୀବନରେ ଅଧିକ ମାତ୍ରାରେ ବେମାର ପଡ଼ିଥାନ୍ତି ।

କାଲିଫର୍ଣ୍ଣିଆ ୟୁନିଭର୍ସିଟିର ଗବେଷକ ମାନେ ଏକ ଗବେଷଣାରୁ ଜାଣିବାକୁ ପାଇଛନ୍ତି ଯେ ‘O’ ନେଗେଟିଭ ବ୍ଲଡ଼ ଗ୍ରୁପ ଲୋକେ ନିଜ ଜୀବନରେ ସବୁଠାରୁ ଅଧିକ ରୋଗରେ ପଡ଼ିଥାନ୍ତି । କାରଣ ଏହି ବ୍ଲଡ଼ ଗ୍ରୁପର ଲୋକମାନଙ୍କ ଶରୀରର ଇମ୍ୟୁନ ସିଷ୍ଟମ ଅନ୍ୟ ବ୍ଲଡ଼ ଗ୍ରୁପର ଲୋକମାନଙ୍କ ତୁଳନାରେ ଦୁର୍ବଳ ହୋଇଥାଏ ।

ଏହି ଗବେଷଣା ଅନୁଯାୟୀ ‘O’ ନେଗେଟିଭ ବ୍ଲଡ଼ ଗ୍ରୁପ ଲୋକମାନଙ୍କ ରକ୍ତରେ ପିଏଚ ଲେବୁଲ ମଧ୍ୟ କମ ରହିଥାଏ । ଯେଉଁ କାରଣରୁ ଏହି ବ୍ଲଡ଼ ଗ୍ରୁପ ଲୋକମାନଙ୍କଠାରେ ରକ୍ତ ଚାପର ସମସ୍ୟା ସବୁଠାରୁ ଅଧିକ ଦେଖାଯାଇଥାଏ । ଏହାସହିତ ସେମାନଙ୍କ ଶରୀରରେ ବ୍ଲଡ଼ ସର୍କୁଲେସନ ମଧ୍ୟ ଅନିୟନ୍ତ୍ରିତ ରହିଥାଏ ।

ଏହାସହ ପଢନ୍ତୁ ଯଦି ଷ୍ଟୋନର ସମସ୍ୟାରୁ ପାଇବାକୁ ଚାଁହୁଛନ୍ତି ମୁକ୍ତି ତାହେଲେ ଭୁଲରେ ବି ଖାଆନ୍ତୁ ନାହିଁ ଏହି ସବୁ ଖାଦ୍ୟ

ଏହି ଅଧ୍ୟୟନ କରିବା ସମୟରେ ଗବେଷକମାନେ ‘O’ ନେଗେଟିଭ ବ୍ଲଡ଼ ଗ୍ରୁପର 49 ଜଣ ଲୋକଙ୍କ ଉପରେ ଗବେଷଣା କରିଥିଲେ । ଏହାସହିତ ଏହି ଗ୍ରୁପର ଲୋକମାନଙ୍କ ଶାରୀରିକ ସଂରଚନା ବିଷୟରେ ମଧ୍ୟ ଜାଣିବାକୁ ଚେଷ୍ଟା କରିଥିଲେ । ଯାହାଦ୍ୱାରା ଏହା ପ୍ରମାଣିତ ହୋଇଥିଲା ଯେ ‘O’ ନେଗେଟିଭ ବ୍ଲଡ଼ ଗ୍ରୁପର ଲୋକ ଅନ୍ୟ ବ୍ଲଡ଼ ଗ୍ରୁପର ଲୋକଙ୍କ ତୁଳନାରେ ସବୁଠାରୁ ଅଧିକ ବେମାରରେ ପଡ଼ିଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.