ଏହି ମୂଳାଙ୍କ ଲୋକଙ୍କୁ ଶୀଘ୍ର ଆସିଥାଏ ବ ୃଦ୍ଧାବସ୍ଥା, ହେଲେ ଚେହେରାରେ ରହିଥାଏ ଚମକ ଓ ହୋଇଥାନ୍ତି ଧନବାନ

ଯେମିତି ହାତର ରେଖା, ମସ୍ତିସ୍କ ରେଖା, ଶରୀରରେ ଥିବା ଚିହ୍ନ ଆଧାରରେ ବ୍ୟକ୍ତିର ସ୍ୱଭାବ, ଗୁଣ, ପ୍ରେମ ଓ ବୈବାହିକ ଜୀବନ, ବ୍ୟବସାୟୀକ ଜୀବନ,କ୍ୟାରିଅର ଆଦି ବିଷୟରେ ଜଣାପଡ଼େ । ସେହିପରି ଅଙ୍କ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ବ୍ୟକ୍ତିର ଜନ୍ମ ତାରିଖ ଆଧାରରେ ବ୍ୟକ୍ତିର ସମ୍ପର୍କରେ ବହୁତ କିଛି କୁହାଯାଇପାରେ ।

ଆଜି ଆମେ ଆପଣଙ୍କୁ ମାସର ୬, ୧୫, ଓ ୨୪ ତାରିଖରେ ଜନ୍ମିତ ଲୋକଙ୍କ ବ୍ୟକ୍ତିତ୍ୱ ଓ ଜୀବନ ସମ୍ପର୍କରେ କହିବୁ । ଏହି ତାରିଖରେ ଜନ୍ମିତ ବ୍ୟକ୍ତିଙ୍କ ମୂଳାଙ୍କ ୬ ହୋଇଥାଏ । ଏମାନେ ସର୍ବଦା ସଜେଇ ହୋଇ ରହିବାକୁ ପସନ୍ଦ କରିଥାନ୍ତି । ଏମାନେ ଭୌତିକ ସୁଖର ଖୁବ ଆନନ୍ଦ ଉଠାନ୍ତି । ଆସନ୍ତୁ ଜାଣିବା ୬ ମୂଳାଙ୍କ ଲୋକଙ୍କ ବେଶେଷତ୍ୱ ।

ଏହି ମୂଳାଙ୍କର ଲୋକେ ନୂଆ ନୂଆ କପଡା ପିନ୍ଧିବାର ସୌକୀନ ଥାଆନ୍ତି । ଏମାନେ ସର୍ବଦା ସଜେଇ ହୋଇ ରହିବାକୁ ପସନ୍ଦ କରନ୍ତି । ଏମାନେ ସର୍ବଦା ବାସ୍ତବିକ ବୟସ ଠାରୁ ଛୋଟ ଦେଖା ଯାଆନ୍ତି । ଏମାନେ ବିଶ୍ୱସନୀୟ ହୋଇଥାନ୍ତି । ଏମାନେ ଦୀର୍ଘାୟୁ, ସ୍ୱସ୍ଥ, ବଳବାନ ଓ ହସମୁଖ ହୋଇଥାନ୍ତି । ଏମାନଙ୍କ ଭିତରେ ଅନ୍ୟକୁ ସମ୍ମୋହନ କରିବାର ଶକ୍ତି ଥାଏ । ଏମାନେ ଉଚ୍ଚ ଶିକ୍ଷା ମଧ୍ୟ ହାସଲ କରିଥାନ୍ତି ।

ଏମାନଙ୍କ ଆର୍ଥିକ ସ୍ଥିତି ସର୍ବଦା ଠିକ ରହିନଥାଏ । ଏମାନଙ୍କୁ ନିଜ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ନଥାଏ । ଏମାନେ ଜୀବନରେ ବହୁତ ପଇସା ଆୟ କରନ୍ତି । ସେହିପରି ଖର୍ଚ୍ଚ ମଧ୍ୟ କରିଥାନ୍ତି । ଧନ ମାମଲାରେ ଏମାନଙ୍କୁ ବହୁତ ଅଦାଲତ କାମରେ ଫସିବାକୁ ପଡ଼ିଥାଏ । ମୂଳାଙ୍କ ୬ ବାଲାଙ୍କ ପାଇଁ ଫିଲ୍ମ,ନାଟକ, ସୁନା, ରୁପା ଓ ହୀରା ଆଦି ସହିତ ଜଡ଼ିତ କାମ ଓ ଖାଦ୍ୟ ପାନୀୟ ସମ୍ବନ୍ଧିତ କାର୍ଯ୍ୟ ବହୁତ ଶୁଭ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.