Below header

କେବେ ଭାବିଛନ୍ତି ମନ ଭାଙ୍ଗିଗଲେ କଷ୍ଟ କାହିଁକି ହୋଇଥାଏ ? ଉତ୍ତର ତାହା ନୁହେଁ ଯାହା ଆପଣ ଏବେ ଭାବୁଛନ୍ତି, ପଢନ୍ତୁ ରିପୋର୍ଟ

ଭାବନାତ୍ମକ ନୁହେଁ ରହିଛି ବୈଜ୍ଞାନିକ କାରଣ

ଭାରି ମନରେ କାହାକୁ ଅଲବିଦା କହିବା, ମନ କଷ୍ଟ ହେବା, ମନ ଦୁଃଖ କରିବା, ମନ ଭାଙ୍ଗିବା . . . . ଆପଣ କେବେ ନା କେବେ ଏହି ଶବ୍ଦର ବ୍ଯବହାର ନିଶ୍ଚୟ କରିଥିବେ । ତେବେ କିଛି ଲୋକ ଏହାକୁ କେବଳ କହିବା କଥା ଭାବନ୍ତି । ହେଲେ କେବେ ଆପଣ ଚିନ୍ତା କରିଛନ୍ତି ସମ୍ପର୍କ ଭାଙ୍ଗିବା ପରେ କେବଳ ଏମିତି କଥା ହିଁ କାହିଁକି ମୁହଁରୁ ବାହାରିଥାଏ ।

ଏହାକୁ ହାର୍ଟବ୍ରେକ୍ କୁହାଯାଏ । କାରଣ ଏକ ଖାସ୍ ସମ୍ପର୍କ ଭାଙ୍ଗିବା ପରେ କେବଳ ଭାବନାତ୍ମକ କଷ୍ଟ ହୁଏ ନାହିଁ ବରଂ ଶାରୀରିକ କଷ୍ଟ ମଧ୍ୟ ହୋଇଥାଏ । ବ୍ରେକଅପ୍ କାରଣରୁ କେବଳ ଦୁଃଖ ନୁହେଁ ଭୟ, ଉଦାସୀନ ଏବଂ ଖୁସିକୁ ଖୋଜିବା ଆଦି ଅନୁଭବର ପ୍ରଭାବ ଆମ ଶରୀର ଉପରେ ମଧ୍ୟ ପଡିଥାଏ ।

ହଁ , ମନ ଭାରି ଭାରି ଲାଗିବାରେ ଆପଣ ଏକା ନୁହଁନ୍ତି । କିଛି ଲୋକଙ୍କୁ କଷ୍ଟ ବା ଭାରି ଲାଗିବା ଛାତିରେ ଅନୁଭୂତ ହୋଇଥାଏ, କାହାକୁ ପେଟରେ ହୋଇଥାଏ। କିଛି ଲୋକ ଏମିତି ଥାନ୍ତି ଯାହାଙ୍କୁ ପୁରା ଶରୀରରେ କଷ୍ଟ ହୋଇଥାଏ । ଏହା ବୈଜ୍ଞାନିକ ରୂପରେ ପ୍ରମାଣିତ ହୋଇସାରିଛି ଭାବନାରେ ପରିବର୍ତ୍ତନ ହେଲେ ଶାରୀରିକ ପରିବର୍ତ୍ତନ ମଧ୍ୟ ହୋଇଥାଏ ।

ଆମକୁ ଜୀବିତ ରଖିବା ଜରୁରୀ ଏହି ଶାରୀରିକ ପ୍ରତିକ୍ରିୟା :

heartacheଆମେ ମଣିଷ ରୂପରେ ଏକ ସାମାଜିକ ପ୍ରାଣୀ । ଆମକୁ ସୁସ୍ଥ ଜୀବନ ପାଇଁ ଆବଶ୍ଯକ ଖୁସିର ସମ୍ପର୍କ । ସେଥିପାଇଁ ଯେତେବେଳେ ଆମର କୌଣସି ପ୍ରିୟ ଆମଠାରୁ ଦୂର ହୋଇଯାଏ, ବ୍ରେକ୍ ଅପ୍ ହୋଇଥାଏ କିମ୍ବା ଭୟ କରିବାର ସ୍ଥିତି ହୋଇଥାଏ ସେତେବେଳେ ଆମ ଶରୀର ଏବଂ ମସ୍ତିସ୍କ ଆମକୁ ବିପଦରୁ ରକ୍ଷା କରିବା ପାଇଁ ଡ୍ଯାମେଜ୍ କଣ୍ଟ୍ରୋଲ୍ ମୋଡକୁ ଚାଲିଯାଏ ।

ଦୁଃଖ, ପ୍ରତ୍ଯାଖ୍ଯାନ ଏବଂ କାହାକୁ ହରାଇବାର ଅନୁଭବ ପ୍ରତି ଆମର ଶାରୀରିକ ପ୍ରତିକ୍ରିୟା ନିଜକୁ ଜୀବିତ ରଖିବା ପାଇଁ ହୋଇଥାଏ । ଆମ ମସ୍ତିସ୍କ ଏକ ଆଲର୍ମ ସିଷ୍ଟମ୍ ବିକଶିତ କରିଛି, ଯାହା ଆମକୁ ଆମ ନିଜ ଲୋକଠାରୁ ଯେଉଁମାନଙ୍କ ଯୋଗୁଁ ଜୀବିତ ଅଛେ, ସେମାନଙ୍କଠାରୁ ଦୂର ହେବାରୁ ଗୋଟିଏ ଚେତାବନୀ ଦେଇଥାଏ ।

ଏକ ଅଧ୍ୟୟନରୁ ଜଣାପଡିଛି , ସାମାଜିକ ଅସ୍ବୀକୃତି ଆମ ମସ୍ତିସ୍କର ଏକ ଭାଗକୁ ହାଇଜାକ୍ କରିଥାଏ । ଯାହା କଷ୍ଟର ସଙ୍କେତ ଦେଇ ଜଣାଇଥାଏ ଯେ ଏହା ବାସ୍ତବରେ ଏକ ଗମ୍ଭୀର ସ୍ଥିତି , ଏହି ଭାବନାତ୍ମକ କଷ୍ଟର ପରିଣାମ ସେମିତି ହୋଇଥାଏ ଯେମିତି ଶାରୀରିକ କଷ୍ଟରେ ହୋଇଥାଏ । ସେଥିପାଇଁ ଯେତେବେଳେ କୌଣସି ନିଜ ବ୍ଯକ୍ତିଙ୍କୁ ହରାଇଥାଉ, ଏହା ଆମ ମସ୍ତିସ୍କର ସେହି ଭାଗକୁ କ୍ଷତ୍ରିୟକୁ ସକ୍ରିୟ କରିବାର ପ୍ରକ୍ରିୟାକୁ ବନ୍ଦ କରିଥାଏ ଯାହା ଆମକୁ ଶାରୀରିକ କଷ୍ଟ ଅନୁଭୂତ କରାଇଥାଏ । ଏହା ଏଥିପାଇଁ ହୋଇଥାଏ ଯେ ଆମେ ସ୍ଥିତିକୁ ବୁଝି ପାରିବୁ ଏବଂ କୌଣସି ସମାଧାନ ବାହାର କରିପାରିବା।

ମାନସିକ ଚାପରୁ ନେଇ ବ୍ରୋକନ୍ ହାର୍ଟ ସିଣ୍ଡ୍ରୋମ୍ :

heart-acheବ୍ରେକ୍ ଅପ୍ ବା ମନ ଭାଙ୍ଗିବା ଭାବନାତ୍ମକ ଘଟଣା ଆମର ଚାପର କାରଣ ହୋଇଥାଏ । ଏବଂ ଏହା ଶାରୀରିକ ପ୍ରତିକ୍ରିୟା ଭାବରେ ସାମ୍ନାକୁ ଆସିଥାଏ । ବ୍ରୋକନ୍ ହାର୍ଟ ସିଣ୍ଡ୍ରୋମରେ ଆମ ହାର୍ଟର ଏକ ଅଂଶ କିଛି ସମୟ ପାଇଁ ବଢିଯାଇଥାଏ ଏବଂ ଠିକ୍ ଭାବରେ ପମ୍ପ୍ କରିନଥାଏ । ଯେତେବେଳେ କି ହାର୍ଟର ବାକି ଅଂଶ ଠିକ୍ ଭାବରେ କାମ କରିଥାଏ କିମ୍ବା ଅଧିକ ଚାପରେ କାମ କରିଥାଏ ।

ତେବେ କିଛି ଲୋକ କହିଥାନ୍ତି ସେମାନଙ୍କୁ ଏମିତି କେବେ ଅନୁଭବ ହୋଇନାହିଁ । ଏହା କିଛି ମାତ୍ରାରେ ଠିକ୍ ମଧ୍ୟ । କାରଣ ସମସ୍ତେ ଗୋଟିଏ ପ୍ରକାର ପରିସ୍ଥିତିରେ ସମାନ ପ୍ରକାର ପ୍ରତିକ୍ରିୟା ଦେଇନଥାନ୍ତି । ପରିସ୍ଥିତିକୁ ଆକଳନ କରି ପ୍ରତିକ୍ରିୟା ଦେବା ସମ୍ପୂର୍ଣ୍ଣ ଭାବରେ ବ୍ଯକ୍ତିଗତ । ମନ ଭାଙ୍ଗିଲେ କିଛି ଲୋକ ଅଳ୍ପ ଉଦାସ ହୋଇଥାନ୍ତି ଆଉ କିଛି ଡିପ୍ରେସନକୁ ଚାଲିଯାଇଥାନ୍ତି ।

ଭୟ କିମ୍ବା ଦୁଃଖ ହେଲେ ପେଟରେ କିଛି ଅନୁଭୂତ ହେବା :

ଅନେକ ସମୟରେ ଅନୁଭବ କରିଥିବେ ଏବଂ ଶୁଣିଥିବେ ମଧ୍ୟ ଯେ ଭୟ କିମ୍ବା ଚିନ୍ତା ହେଲେ, ମନ ଭାଙ୍ଗିଲେ ଅବଶ୍ଯକତାଠାରୁ ଅଧିକ ଖାଦ୍ଯ ଖାଇଥାଉ ନଚେତ୍ ଭୋକ ହୋଇନଥାଏ । ଏମିତି ବି ହୁଏ ପେଟରେ କିଛି କିଛି ଅନୁଭବ ହୋଇଥାଏ । ପ୍ରକୃତରେ ଏହା ଏକଥା ଉପରେ ନିର୍ଭର କରିଥାଏ ଯେ ସେହି ପରିସ୍ଥିତିକୁ ଆମର ମସ୍ତିସ୍କ କେମିତି ଦେଖିଥାଏ ।

pain

ଚିନ୍ତା କରିବା କିମ୍ବା ବ୍ଯସ୍ତ ହେବାର କାରଣ ଭିନ୍ନ ଭିନ୍ନ ହୋଇପାରେ । ଏବଂ ଆପଣଙ୍କୁ ଭଲ ଭାବରେ ପତ୍ତା ହେବା ଜରୁରୀ ଯେ ଆପଣଙ୍କ ଚିନ୍ତାର କାରଣ କଣ । ଏହା ଆପଣଙ୍କ ମସ୍ତିସ୍କରେ ଫ୍ଲାଇଟ୍ କିମ୍ବା ଫାଇଟ୍ ପ୍ରତିକ୍ରିୟାକୁ ସକ୍ରିୟ କରିଥାଏ । ଆପଣଙ୍କ ଶରୀର ଆପଣଙ୍କୁ ଆସୁଥିବା ବିପଦକୁ ଲୁଚି ପଳାଇବା କିମ୍ବା ତାହା ସହ ଲଢିବା ପାଇଁ ପ୍ରସ୍ତୁତ କରିବାକୁ ଚେଷ୍ଟା କରେ । ଏଡ୍ରେନଲିନ୍ ହରମୋନ୍ ରିଲିଜ୍ ହେବା ଯୋଗୁଁ ଆପଣଙ୍କ ଶରୀରର ବ୍ଲଡ୍ ଜୋରରେ ସଂଚାରିତ ହୋଇଥାଏ । ହୃତସ୍ପନ୍ଦନ ବଢିଯାଇଥାଏ ଏବଂ ଅନ୍ତନଳୀରେ ରକ୍ତ ଜୋରରେ ପ୍ରବାହିତ ହୋଇଥାଏ । ଯାହା ଫଳରେ ପେଟ ମୋଡି ହେବା ଏବଂ ଉତ୍ତେଜନା ଭଳି ଅନୁଭୂତ ହୋଇଥାଏ ।

ଅନ୍ତନଳୀରେ ଏହି ରକ୍ତ ଅଭାବ ମାଂଶପେଶୀରେ ଟାଣିହେବାର କାରଣ ହୋଇଥାଏ ଏବଂ ପାଚନ ପ୍ରକ୍ରିୟା ପ୍ରଭାବିତ ହୋଇଥାଏ । ପେଟରେ ରକ୍ତ ଏବଂ ଅକ୍ସିଜେନର ଏହି ଅଭାବ ଯୋଗୁଁ ସମ୍ବେଦ ତନ୍ତ୍ରିକା ଜଣାଇଥାଏ ଯେ ଏହି ସ୍ଥତି ଠିକ୍ ନାହିଁ । ଯାହା ଫଳରେ ଭୋକ ଲାଗିବାର ଅଭ୍ଯାସ ଏବଂ ଡାଏଟ୍ ବଦଳିଯାଇଥାଏ ।

ତେଣୁ ଏମିତି କେବେ ଭାବନ୍ତୁ ନାହିଁ ଯେ ଏହା କେବଳ ଆପଣଙ୍କ ସହ ହେଉଛି ବୋଲି । ମନର କଷ୍ଟ ଏବଂ ଭାବନାତ୍ମକ କଷ୍ଟର ପ୍ରଭାବ ଶରୀର ଉପରେ ପଡିଥାଏ । ହେଲେ ଏହା ସହ ଆପଣ କେମିତି ଡିଲ୍ କରିବେ ଏହା ଆପଣଙ୍କ ଉପରେ ନିର୍ଭର କରେ । ହଁ ଧୀରେ ଧୀରେ ଏବଂ ଲାଗାତାର ଏଭଳି ସମସ୍ଯାର ମୁକାବିଲା ଏଭଳି ପରିସ୍ଥିତିକୁ କାବୁ କରାଯାଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.