Below header

ରାଜଧାନୀକୁ ହାଇକୋର୍ଟ ସ୍ଥାନାନ୍ତର ଦାବିରେ ଆଇନଜୀବୀଙ୍କ ବିକ୍ଷୋଭ

ଭୁବନେଶ୍ବର (କେନ୍ୟୁଜ୍) : ଜୋର ଧରିଲା ଓଡିଶା ରାଜଧାନୀକୁ ହାଇକୋର୍ଟ ସ୍ଥାନାନ୍ତର ଦାବିରେ ଭୁବନେଶ୍ୱର ବାର୍‌ ଆସୋସିଏସନ ପକ୍ଷରୁ ବିକ୍ଷୋଭ । କୋର୍ଟ ଆଗରେ ଆନ୍ଦୋଳନ କରିବା ସହ ରାସ୍ତାରୋକ କରିଥିଲେ । ଟାୟାର ଜାଳି ରାସ୍ତାରୋକ କରିବାରୁ କଟକ-ପୁରୀ ରାସ୍ତାରେ ଯାନବାହନ ଚଳାଚଳ ପ୍ରଭାବିତ ହୋଇଥିଲା । ଦେଶର ସବୁ ରାଜ୍ୟର ରାଜଧାନୀରେ ହାଇକୋର୍ଟ କିମ୍ବା ବେଞ୍ଚ ଥିବା ବେଳେ ଭୁବନେଶ୍ୱରରେ ହାଇକୋର୍ଟ କିମ୍ବା ବେଞ୍ଚ ନାହିଁ ।

ADVOCATE-2

୧୯୯୧ ମସିହାରେ ତତକାଳୀନ ଆଇନମନ୍ତ୍ରୀ ନରସିଂହ ମିଶ୍ର ଓ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକ ରାଜଧାନୀ ଭୁବନେଶ୍ୱରକୁ ହାଇକୋର୍ଟ ସ୍ଥାନାନ୍ତର ପାଇଁ ନୀତିଗତ ଭାବେ ନିଷ୍ପତ୍ତି କରିଥିବା ବିଧାନସଭାରେ ବିଧିବଦ୍ଧ ଘୋଷଣା କରିଥିଲେ । ତେବେ ଏପର୍ଯ୍ୟନ୍ତ ଏ ସମ୍ପର୍କରେ କୌଣସି ପଦକ୍ଷେପ ନିଆଯାଇ ନଥିବାରୁ ଆଇନଜୀବୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.