ମାଲକାନଗିରି ବିଚ୍ଛିନ୍ନାଞ୍ଚଳରେ ମାଓବାଦୀଙ୍କ ପ୍ରଜାମେଳି

ମାଲକାନଗିରି (କେନ୍ୟୁଜ୍) : ବିଚ୍ଛିନ୍ନାଞ୍ଚଳରେ ମାଓବାଦୀଙ୍କ ପ୍ରଜାମେଳି । ଗତ ତିନି ଦିନ ହେବ ପ୍ରଜାମେଳି କରି ମାଓବାଦୀମାନେ ଲଞ୍ଚ ସେବା ବନ୍ଦ କରିଛନ୍ତି । ମଙ୍ଗଳବାର ଚିତ୍ରକୋଣ୍ଡା ଲଞ୍ଚ ଘାଟିରୁ ଯାଇଥିବା ୨ଟି ଲଞ୍ଚକୁ ଅଟକ ରଖିଥିଲେ ମାଓବାଦୀ । ତିନି ଦିନ ହେବ ଲଞ୍ଚ କର୍ମଚାରୀଙ୍କୁ ଅଟକ ରଖିଥିଲେ । ଆଜି ସେମାନଙ୍କୁ ମୁକ୍ତ କରିଛନ୍ତି । ପ୍ରଶାସନ ପକ୍ଷରୁ ବିଚ୍ଛିନ୍ନାଞ୍ଚଳରେ ଯାତାୟତ କରୁଥିବା ଏହି ଲଞ୍ଚ ଗୁଡିକରେ ମାଓବାଦୀଙ୍କ ବ୍ୟାନର ଲାଗିଥିଲା । ପୋଲିସ ଲଞ୍ଚରୁ ମାଓ ବ୍ୟାନର ସବୁ କାଢିଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.