Below header

ଭଦ୍ରକ, ରୋଷେଇ କଲାବେଳେ କାନ୍ଥ ପଡ଼ି ମହିଳା ମୃତ

ଭଦ୍ରକ (କେନ୍ୟୁଜ୍) : ଚାନ୍ଦବାଲି ବ୍ଲକ କସ୍ତୁରିକଣ ଗାଁରେ କାନ୍ଥ ପଡି ମହିଳାଙ୍କ ମୃତ୍ୟୁ । ମୃତକ ହେଲେ ଏହି ଗାଁର ସିତା ବେହେରା । ବୃଦ୍ଧା ଜଣକ ରୋଷେଇ କରୁଥିବା ବେଳେ ତାଙ୍କ ଉପରେ ହଠାତ ମାଟି କାନ୍ଥ ଭୁଶୁଡି ପଡିଥିଲା । ବୃଦ୍ଧାଙ୍କ ପାଟିଶୁଣି ଗାଁ ଲୋକେ ପହଂଚି ତାଙ୍କୁ ଉଦ୍ଧାର କରିଥିଲେ । ତାଙ୍କୁ ଚାନ୍ଦବାଲି ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି କରିଛନ୍ତି ଗାଁ ଲୋକେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.