Below header

ଶୀତ ସକାଳେ ଗରମ ଗରମ “କୋବି ପରଠା”ର ମଜା ନିଅନ୍ତୁ, ଜାଣି ରଖନ୍ତୁ ପ୍ରସ୍ତୁତ କରିବାର ସଠିକ ତରିକା

ଦିନର ଆରମ୍ଭ ଏକ ସ୍ୱାସ୍ଥ୍ୟପ୍ରଦ ଜଳଖିଆରୁ ନିହାତି ଆରମ୍ଭ କରିବା ଉଚିତ । ଯାହାକି ଦିନ ତମାମ ଶରୀରକୁ ଶକ୍ତି ଯୋଗାଇବା ସହିତ ଶରୀରକୁ ମଧ୍ୟ ସୁସ୍ଥ ରଖିବ । ଆଉ ବର୍ତ୍ତମାନ ର ଶୀତ ଦିନରେ ପ୍ରଚୁର ପରିମାଣରେ କୋବି ମିଳୁଛି । ତେଣୁ କୋବିରେ ବିଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତ ଖାଦ୍ୟ ପ୍ରସ୍ତୁତ କରି ଖିଆଯାଇଥାଏ । କିନ୍ତୁ କୋବି ପରଠାର ମଜା କିଛି ଅଲଗା । ଅନେକେ ଏହାକୁ ପ୍ରସ୍ତୁତ କରିବା ଜାଣି ନଥିବାରୁ ସେତେଟା ସ୍ୱାଦିଷ୍ଟ ଲାଗି ନଥାଏ । ତେବେ ଆସନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ ବିଷୟରେ ଜାଣିରଖିବା ।

ଆବଶ୍ୟକୀୟ ସାମଗ୍ରୀ:

ଗୋଟେ କପ ଅଟା

ଅଧା କପ ନଖ ଉଷୁମ ପାଣି

ଗୋଟେ ଚାମଚ ଲୁଣ

ଗୋଟେ ଚାମଚ ତେଲ

ଗୋଟେ କପ କୋରା ଯାଇଥିବା ଫୁଲକୋବି

ଅଧା ଚାମଚ ଧନିଆ ଗୁଣ୍ଡ

gobi paratha

ଅଧା ଚାମଚ ଜୁଆଣି

କଞ୍ଚା ଲଙ୍କା କଟା ଯାଇଥିବା

ସ୍ୱାଦ ଅନୁସାରେ ଲୁଣ

ଗରମ ମସଲା

କେମିତି ପ୍ରସ୍ତୁତ କରିବେ:

ପ୍ରଥମେ ଗୋଟେ ପାତ୍ରରେ ଅଟା, ତେଲ ଲୁଣକୁ ଭଲ ଭାବରେ ମିଶାଇ ଦିଅନ୍ତୁ । ଏବେ ନଖ ଉଷୁମ ପାଣି ଦେଇ ଧୀରେ ଧୀରେ ଏକ ନରମ ଚକଟା ପ୍ରସ୍ତୁତ କରନ୍ତୁ । ଅଧ ଘଣ୍ଟା ପାଇଁ ଛାଡି ଦିଅନ୍ତୁ । ଏବେ ଏହି ଚକଟାକୁ 4ଟି ସମାନ ଭାଗରେ ବାଣ୍ଟି ନିଅନ୍ତୁ । କୋରା ଯାଇଥିବା ଫୁଲକୋବି, ଧନିଆ ଗୁଣ୍ଡ, କଂଚା ଲଙ୍କା, ଜୁଆଣିକୁ ଭଲ ଭାବରେ ହାତରେ ଗୋଳାଇ ନିଅନ୍ତୁ । ଏବେ ଚୁଲାରେ ଏକ ପ୍ୟାନ ବସାନ୍ତୁ । ସେଥିରେ କିଛି ତେଲ ଦିଅନ୍ତୁ । ଉପରୋକ୍ତ ମିଶ୍ରଣକୁ ଭାଜି ଦିଅନ୍ତୁ । ଏବେ ଅଟା ଗୁଳା ମଝିରେ ଏହି ପୁରକୁ ଦେଇ ପରଠା ପରି ବେଲି ଦିଅନ୍ତୁ ।

ଏବେ ତାୱାରେ ରୁଟିକୁ ସେକି ଦିଅନ୍ତୁ । ମଝିରେ ମଝିରେ ଟିକେ ଟିକେ ତେଲ ଦିଅନ୍ତୁ । ପରଠା ଫୁଲି ଆସିଲେ ଜାଣିବେ ଆପଣଙ୍କ ପରଠା ପ୍ରସ୍ତୁତ ହୋଇଗଲା । ଏବେ ଏହାକୁ ଦହି ସହିତ ନିଜେ ଖାଆନ୍ତୁ ଆଉ ଘର ଲୋକଙ୍କୁ ଖୁଆନ୍ତୁ | କାରଣ ଦହି ସହିତ ପରଠା ଖାଇଲେ ତା ସ୍ୱାଦ ବଢି ଯାଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.