Below header

ସକାଳ ଜଳଖିଆରେ ପ୍ରସ୍ତୁତ କରି ଖାଆନ୍ତୁ ଓ ଖୁଆନ୍ତୁ ଗରମ ଗରମ “ମେଥି ପରଠା”

ବର୍ତ୍ତମାନ ସମୟରେ ଯଦି ଦେଖାଯାଏ ତେବେ ପ୍ରତି ଘରେ ଅତି କମରେ ଜଣେ ହେଲେବି ମଧୁମେହ ରୋଗରେ ଆକ୍ରାନ୍ତ ଥିବେ । ଏହି ରୋଗୀ ମାନଙ୍କୁ ନିଜ ଖାଦ୍ୟର ମୋହକୁ ଅନେକ ସମୟରେ ମାରିବାକୁ ପଡେ । ମନରେ ଇଛା ଥିଲେ ବି ଏମାନେ ବହୁ ଜିନିଷ ଖାଇପାରନ୍ତି ନାହିଁ । କିନ୍ତୁ ମେଥି ଏହିଧାରଣର ରୋଗୀଙ୍କ ପାଇଁ ଅମୃତ ସଦୃଶ ହୋଇଥାଏ । ଯଦି ମେଥିରେ ପ୍ରସ୍ତୁତ ପରଠା କରି ସେମାନେ ଖାଆନ୍ତି ତେବେ ତାଙ୍କ ସ୍ୱାସ୍ଥ୍ୟ ପ୍ରତି ସେତେଟା ଭୟ ନଥାଏ । ତେବେ ଆସନ୍ତୁ ଆଜି ରାତିରେ ମେଥି ପରଠା ପ୍ରସ୍ତୁତ କରି ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ଖୁଆନ୍ତୁ ।

methi paratha

ଆବଶ୍ୟକୀୟ ସାମଗ୍ରୀ:

ଗହମ ଅଟା- ୨୦୦ ଗ୍ରାମ
ମୈଦା-୨୦୦ ଗ୍ରାମ
ତେଲ -୨୦ ମିଳି
ଲୁଣ – ସ୍ୱାଦ ଅନୁସାରେ
ରସୁଣ ପେଷ୍ଟ- ଗୋଟେ ଚାମଚ
ଲଙ୍କା ଗୁଣ୍ଡ- ଅଧା ଚାମଚ
ଜିରା ଗୁଣ୍ଡ – ଅଧା ଚାମଚ
ମେଥି – ୧୫୦ ଗ୍ରାମ
ବଟର- ଅଳ୍ପ କିଛି

methi paratha

ପ୍ରସ୍ତୁତି ପ୍ରଣାଳୀ:

-ସର୍ବ ପ୍ରଥମେ ଏକ ପାତ୍ରରେ ପୂର୍ବରୁ ରଖାଯାଇଥିବା ଅଟା, ମଇଦା, ତେଲ, ଲୁଣ, ରସୁଣ ପେଷ୍ଟ ନିଅନ୍ତୁ ।

-ଏବେ ସେଥିରେ ଉଷୁମ ପାଣି ଦିଅନ୍ତୁ ଓ ନରମ ନରମ କରି ଚକଟନ୍ତୁ

– ଏବେ ଏହି ଚକଟାକୁ ଅଧା ଘଣ୍ଟା ବା ୩୦ ମିନିଟ ପାଇଁ ଛାଡ଼ି ଦିଅନ୍ତୁ । ଏବେ ଏକ ପ୍ୟାନରେ ୨୦ ମିଲି ତେଲ ଗରମ କରନ୍ତୁ । ଏଥିରେ ଏକ ଚାମଚ ରସୁଣ ପେଷ୍ଟ ଦିଅନ୍ତୁ ଓ ଭଲ ଭାବେ ଘାଣ୍ଟି ଦିଅନ୍ତୁ ।

– ଏବେ ସେଥିରେ ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ, ଓ ମେଥି ଗୁଣ୍ଡ ପକାଇ ଭଲ ଭାବେ ମିଶାନ୍ତୁ । ଧିମା ଆଞ୍ଚରେ ୫-୭ ମିନିଟ ପାଇଁ ବସାନ୍ତୁ । ଏବେ ଏଥିରେ ଲୁଣ ଦିଅନ୍ତୁ ।

– ଏବେ ପୂର୍ବରୁ ପ୍ରସ୍ତୁତ ଥିବା ଅଟା ଗୁଳାରେ ଏହି ମେଥି ମିଶ୍ରଣକୁ ପୁରାନ୍ତୁ ।  ତାହାକୁ ସତର୍କତାର ସହ ବେଲି ରୁଟିର ଆକାର ଦିଅନ୍ତୁ । ତାୱା ଗରମ କରି ତାକୁ ସତର୍କତାର ସହ ସେକି ଦିଅନ୍ତୁ । ପ୍ରସ୍ତୁତ ହେବା ପରେ କୌଣସି ତରକାରୀ ବା ଚଟଣି ସହ ଗରମ ଗରମ ପରଶନ୍ତୁ |

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.