Below header

ଆଜି ପବିତ୍ର ଧନୁ ସଂକ୍ରାନ୍ତି, ମାସେ ଧରି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଲାଗି ହେବ ପହିଲି ଭୋଗ

ପୁରୀ : ଆଜି ପବିତ୍ର ଧନୁ ସଂକ୍ରାନ୍ତି । ଆଜିଠାରୁ ପୌଷମାସ । ଶ୍ରୀଜଗନ୍ନାଥଙ୍କୁ ପହିଲି ଭୋଗଲାଗି ପରମ୍ପରା ଆଜିଠାରୁ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ । ମାସେ ଧରି ଏହି ନୀତି ଚାଲିବ। ପୌଷମାସ ସାରା ଏ ପରମ୍ପରା ଦେଖିବାକୁ ମିଳିବ । ମକର ସଂକ୍ରାନ୍ତିରେ ଏ ନୀତି ଶେଷ ହେବ । ପହିଲି ଭୋଗର ବିଶେଷତ୍ୱ ହେଉଛି ଏହି ସମୟରେ ମାଆଲକ୍ଷ୍ମୀ ବାପଘରକୁ ଯାଇଥାନ୍ତି । ମହାଲକ୍ଷ୍ମୀଙ୍କ ବଦଳରେ ମହାପ୍ରଭୁଙ୍କୁ ଏ ସମୟରେ ମାଆଙ୍କ ହାତ ରାନ୍ଧଣା ଖାଇବାକୁ ମିଳେ । ଏ ଭୋଗ ଶୀଘ୍ର ଲାଗୁଥିବାରୁ ଏବଂ ପ୍ରଥମେ ଲାଗୁଥିବାରୁ ଏହାକୁ ପହିଲି ଭୋଗ କୁହାଯାଏ । ପହିଲି ଭୋଗ ପାଇଁ ପ୍ରତିଦିନ ରାତି ୩ଟାରୁ ଶ୍ରୀମନ୍ଦିରରେ ଦ୍ୱାରଫିଟା ନୀତି ଅନୁଷ୍ଠିତ ହେବ। ରାତି ୧୧ଟାରେ ପହୁଡ ପଡିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.