ଆଜି ଡିନରରେ ବନାନ୍ତୁ Mexican Cheesy Pepper Rice, ସମସ୍ତେ ମିଶି ଏକାଠି ଖାଆନ୍ତୁ

ଭାରତୀୟ ଘରେ ଡିନରରେ ସବୁବେଳେ ସବଜୀ ସହିତ ପରଠା କିମ୍ବା ରୁଟି ଖାଇବାକୁ ପ୍ରସ୍ତୁତ ହୋଇଥାଏ। କିଛି ଲୋକ ରାତିରେ ଖେଚୁଡି ଭଳି ପଲାଉ ଖାଇବାକୁ ମଧ୍ୟ ପସନ୍ଦ କରନ୍ତି। ଯଦି ଆପଣ କିଛି ନୁଆ କରିବାକୁ ଚାହୁଁଛନ୍ତି, ତେବେ ଆଜି ସନ୍ଧ୍ୟାରେ ଘରେ ମେକ୍ସିକାନ ଚିଜ୍‌ ପେପର ରାଇସ ବନାଇପାରିବେ। ତେବେ ଆସନ୍ତୁ ଜାଣିବା ଏଥିପାଇଁ ଦରକାର

ଆବଶ୍ୟକ ସାମଗ୍ରୀ: ୨ କପ୍‌ ବାସୁମତୀ ଚାଉଳ, ୧ ଚାମଚ ଅଲିଭ ତେଲ, ୧ ଚାମଚ ରସୁଣ, ୧/୨ କଟା ହୋଇଥିବା ପିଆଜ, ୧/୨ କପ୍‌ ଛୋଟ କଟା ଗାଜର, ୧/୩ କପ୍‌ ସିମଲା ଲଙ୍କା, ୨ ଚାମଚ ଟମାଟୋ କ୍ଯାଚଅପ୍‌, ୧ ଚାମଚ ଚିଲି ସସ୍‌, ୧ ଚାମଚ ଓରିଗାନୋ, ଲୁଣ ସ୍ୱାଦନୁସାରେ, ଚିଜ, ଗୋଲମରିଚ ଗୁଣ୍ଡ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏହକୁ ବନାଇବା ପାଇଁ ଏକ ପାତ୍ରରେ ବାସୁମତୀ ଚାଉଳକୁ ରାନ୍ଧି ଥଣ୍ଡା ହେବାକୁ କାଢିଦିଅନ୍ତୁ। ଏବେ ଅଲଗା ଏକ ପ୍ୟାନରେ ଅଲିଭ ତେଲ ଗରମ କରନ୍ତୁ। ସେଥିରେ ରସୁଣ ପକାଇ ଭାଜନ୍ତୁ। ସେଥିରେ କଟା ପିଆଜ ପକାଇ ସୁନେଲି ରଙ୍ଗ ହେବା ପର୍ଯ୍ୟନ୍ତ ଫ୍ରାଏ କରନ୍ତୁ। ଏବେ ଏଥିରେ ଗାଜର, ସିମଲା ଲଙ୍କା, ଭାତ, ଲୁଣ, ଚିଲି ସସ୍‌, ଓରିଗାନୋ, ଟମାଟୋ କ୍ୟାଚଅପ୍‌ ପକାଇ ୩ ମିନିଟ ପର୍ଯ୍ୟନ୍ତ ଭାଜନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା Mexican Cheesy Pepper Rice । ତା’ ଉପରେ ଗୋଲମରିଚ ପାଉଡର ଏବଂ ଚିଜ୍‌ ପକାଇ ଗରମ ଗରମ ପରଷନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.