Below header

ସୁରୁଖୁରରେ ପୁରୀ ରଥଯାତ୍ରା ଶେଷ ପାଇଁ ବଡ଼ଦାଣ୍ଡରେ ପୋଲିସର ଫ୍ଲାଗ୍‌ମାର୍ଚ୍ଚ

ପୁରୀ (କେନ୍ୟୁଜ) : ପାଖେଇ ଆସୁଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ସୁରୁଖୁରରେ ଯାତ୍ରା ଶେଷ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ବଡ଼ଦାଣ୍ଡରେ ପୋଲିସ ପକ୍ଷରୁ ଫ୍ଲାଗ୍‌ମାର୍ଚ୍ଚ କରାଯାଇଛି। ରଥଯାତ୍ରା ସମୟରେ SOP କଡ଼ାକଡ଼ି ଭାବେ ପାଳନ କରାଯିବ। SOP ବିରୋଧରେ ଜିରୋ ଟଲୋରାନ୍ସ ଗ୍ରହଣ କରାଯିବ । ସମସ୍ତ ସାହି ବାସିନ୍ଦା ଓ ମୁରବୀଙ୍କ ସହ ଆଲୋଚନା କରିଛି ପୋଲିସ ପ୍ରଶାସନ। ଆଜି ସନ୍ଧ୍ୟାରେ ଗୁଣ୍ଡିଚା ମନ୍ଦିରର ଅନୁଧ୍ୟାନ କରାଯିବ ବୋଲି ପୁରୀ SP କେ. ବିଶାଲ ସିଂହ ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.