ଘରେ ବସି କରିପାରିବେ ଅସଲି-ନକଲି ମହୁର ଚିହ୍ନଟ, ଜାଣନ୍ତୁ ବହୁତ ସହଜ ଉପାୟ

ମହୁର ଫାଇଦା ବିଷୟରେ ଆୟୁର୍ବେଦରେ କୁହାଯାଇଛି। ହଜାର ହଜାର ବର୍ଷ ଧରି ଏହା ଭାରତୀୟ ଭୋଜନର ଏକ ଅଂଶ ରହିଆସିଛି। ମହୁର ସ୍ୱାଦ ଏମିତି ଯେ ସବୁ ବୟସର ଲୋକେ ଏହାକୁ ଖାଇବାକୁ ପସନ୍ଦ କରିଥାଆନ୍ତି। କିନ୍ତୁ ଆଜିକାଲି ବଜାରରୁ ମହୁ କିଣିଲା ବେଳେ ଲୋକଙ୍କ ମନରେ ହଜାରେ ପ୍ରଶ୍ନ ଆସୁଛି। ମହୁରେ କୌଣସି ଅପମିଶ୍ରଣ ହୋଇନି ତ? ଏହା ଅସଲି ନା ନକଲି, ଏମିତି ଅନେକ ପ୍ରଶ୍ନ ମନ ଭିତରକୁ ଆସୁଛି। ଏହାକୁ ନଜରରେ ରଖି ଆଜି ଆମେ ଆପଣଙ୍କୁ କହିବୁ ଘରେ ରହି ଆପଣ କେମିତି ଚିହ୍ନି ପାରିବେ ମହୁ ଅସଲି ନା ନକଲି।

ଏମିତି କରନ୍ତୁ ଅସଲି-ନକଲି ମହୁର ଚିହ୍ନଟ

୧. ଏହି ତରିକାକୁ ଲୋକେ ଶହ ଶହ ବର୍ଷ ଧରି ଆପଣାଇ ଆସୁଛନ୍ତି। ପ୍ରଥମେ ଗରମ ପାଣି ନିଅନ୍ତୁ। ଏହାକୁ କାଚ ଗ୍ଲାସ କିମ୍ବା ଏକ ଛୋଟ ପାତ୍ରରେ ଭରନ୍ତୁ। ଏଥିରେ ଏକ ଚାମଚ ମହୁ ପକାନ୍ତୁ। ଯଦି ମହୁ ତୁରନ୍ତ ପାଣିରେ ମିଶିଯାଏ, ତ ଜାଣିବେ କି ଏଥିରେ ଅପମିଶ୍ରଣ ହୋଇଛି। ଯଦି ମହୁ ମୋଟା ତାର ରୂପେ ଯାଇ ତଳେ ବସିଗଲା, ତ ଜାଣିବେ କି, ଏହା ଅସଲି।

୨. ମହମବତି ଜଳାନ୍ତୁ। ଏକ କାଠିରେ ତୁଳା ଗୁଡ଼ାଇ ସେଥିରେ ମହୁ ଲଗାନ୍ତୁ। ମହୁ ଲାଗିଥିବା ତୁଳାକୁ ନିଅାଁ ଆଞ୍ଚରେ ରଖନ୍ତୁ। ଯଦି ତୁଳା ଜଳିବାକୁ ଲାଗିବ, ତା’ହେଲେ ମହୁ ଶୁଦ୍ଧ ଅଛି। ଯଦି ଜଳିବାରେ ଏହା ସମୟ ନେବ, ତ ଭାବିବେ କି ମହୁରେ ପାଣି ମିଶିଛି।

୩. ଟିସ୍ୟୁ ପେପର ନିଅନ୍ତୁ। ଏହା ଉପରେ ମହୁର ଏକ ବୁନ୍ଦା ପକାନ୍ତୁ। ଶୁଦ୍ଧ ମହୁ ପେପର ଉପରେ ହିଁ ଜମା ହୋଇଯିବ।

୪. ଶୁଦ୍ଧ ମହୁ ମୋଟା ହୋଇଥାଏ। ଏହାର ଏକ ବୁନ୍ଦା ଆଙ୍ଗୁଳିରେ ନେଇ ତାହାକୁ ତାର ବନାଇବାକୁ ଚେଷ୍ଟା କରନ୍ତୁ। ଅସଲି ମହୁରୁ ମୋଟା ତାର ବାହାରିଥାଏ।

୫. ମହୁ ଆଙ୍ଗୁଳିରେ ନିଅନ୍ତୁ। ଅସଲି ମହୁ ଆଙ୍ଗୁଳି ଆଗରେ ଜମା ହୋଇ ରହିବ ଏବଂ ନକଲି ମହୁ ତୁରନ୍ତ ଆଙ୍ଗୁଳିରୁ ଖସିବା ଆରମ୍ଭ କରିଦେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.