Below header

କେବେ ପ୍ରସ୍ତୁତ କରିଛନ୍ତି କି ପୁଦିନା ଆଳୁ ରେସିପି, ଚଟାପଟ୍ ହେବା ସହିତ ଖାଇବାକୁ ମଧ୍ୟ ଟେଷ୍ଟି

କରୋନା ସଂକ୍ରମଣ ବଢିବା ଯୋଗୁଁ ସରକାର ଲକଡାଉନ ଘୋଷଣା କରିଛନ୍ତି। ତେଣୁ ଲୋକେ ଘରେ ବସି ବସି ବିରକ୍ତି ହୋଇଗଲେଣି। ଏମିତିରେ ଘର ନୂଆ ନୂଆ ସବୁ ରେସିପି କରିବାରେ ଅଧିକାଂଶ ଲୋକ ବ୍ଯସ୍ତ ରହିଛନ୍ତି। ଆଉ ଏହି କରୋନା କାଳରେ ଇମ୍ଯୁନିଷ୍ଟ ବୁଷ୍ଟ କରିବା ପାଇଁ ବିଭିନ୍ନ ପ୍ରକାର ଖାଦ୍ଯ ଖାଇବାକୁ ଡାକ୍ତର କହିଛନ୍ତି। କିନ୍ତୁ ଘରେ କେବ ପୁଦିନା ଆଳୁର ଖଟାମିଟା ରେସିପି ଟ୍ରାଏ କରିଛନ୍ତି କି ? ତେବ ଆଜି ଆସନ୍ତୁ ପ୍ରସ୍ତୁତ କରିବା ପୁଦିନା ଆଳୁ ସବଜୀ।

ଆବଶ୍ଯକୀୟ ସାମଗ୍ରୀ: ଆଳୁ, ତେଲ, ସୋରିଷ, ଜିରା, ଲୁଣ, ଗୋଲମରିଚ ଗୁଣ୍ଡ, ଟମାଟୋ ସସ୍, ପୁଦିନା ପତ୍ର।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କଢେଇରେ ତେଲ ଗରମ କରି ଆଳୁକୁ ଭଲଭାବେ ଭାଜିଦିଅନ୍ତୁ। ତା’ ପରେ ପ୍ଯାନରେ ଦୁଇ ଚାମଚ ତେଲ ଗରମ କରିବା ପରେ ସୋରିଷ ପକାନ୍ତୁ। ତା’ ପରେ ଜିରା ପକାଇ ଭାଜନ୍ତୁ। ପୂର୍ବରୁ ଭାଜି ରଖିଥିବା ଆଳୁକୁ ପ୍ଯାନରେ ପକାଇ ଲୁଣ, ଗୋଲମରିଚ ଗୁଣ୍ଡ, ଟମାଟୋ ସସ୍ ପକାଇ ଭଲ ଭାବେ ମିଶାନ୍ତୁ। ଏବେ ସେଥିରେ ପୁଦିନା ପତ୍ର ପକାଇ ଘୋଡାଇ ଦିଅନ୍ତୁ। ଅଳ୍ପ ଆଞ୍ଚରେ କିଛି ସମୟ ରଖିବା ପରେ କାଢିଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ପୁଦିନା ଆଳୁ। ରୁଟି କିମ୍ବା ପରାଠା ସହିତ ଗରମ ଗରମ ଖାଆନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.