ଭାରତରେ କରୋନାକୁ ଗୋଟିଏ ଡୋଜରେ ହରାଇବ Sputnik-V ଭ୍ୟାକସିନ, ରିପୋର୍ଟରୁ ପ୍ରକାଶ

କରୋନାର ୨ୟ ଲହରରେ ଭାରତ ଭ୍ୟାକସିନକୁ ନେଇ ଚିନ୍ତାରେ ପଡିଛି । ସବୁ ଲୋକଙ୍କୁ ଭ୍ୟାକସିନ ଦେବା ପାଇଁ ଚେଷ୍ଟା ମଧ୍ୟ ଜାରି ରଖିଛି । ଏଥିପାଇଁ କୋଭିସିଲ୍ଡ ଓ କୋଭାକ୍ସିନ ଭ୍ୟାକସିନ ଦିଆଯାଉଛି । ଏହାପରେ ଏବେ ଭ୍ୟାକସିନ ରୂପେ Sputnik-V ମଧ୍ୟ ଆସନ୍ତା ସପ୍ତାହରେ ମାର୍କେଟରେ ଉପଲବ୍ଧ ହେବାକୁ ଯାଉଛି ।

ତେବେ Sputnik-Vର ଲାଇଟ ଭର୍ସନ ବଜାରକୁ ଆସୁଛି । ଯେଉଁଥିରେ ଲୋକଙ୍କୁ ଡବଲ ଡୋଜ ନେବାକୁ ପଡିବନି । ସିଙ୍ଗଲ ବା ଗୋଟିଏ ଡୋଜରେ ଲୋକ କରୋନାକୁ ମାତ୍ ଦେବେ । କରୋନା ସହ ଲଢ଼ିବେ । ତେବେ ଚାଲନ୍ତୁ ଜାଣିବା ଏହି ସିଙ୍ଗଲ ଡୋଜ ବିଷୟରେ ।

89
pc: Business standard

Sputnik-V ସିଙ୍ଗଲ ଡୋଜରେ ହିଁ କରୋନାକୁ ହରେଇବାର ବିଶ୍ୱାସ ରହିଛି । ଋଷର କହିବା ଅନୁଯାୟୀ, ଏହାର ୮୦% ପ୍ରଭାବ ଶରୀରରେ ରହିବ। ଯାହାକି କେବଳ ସିଙ୍ଗଲ ଡୋଜରେ ମିଳିବ । ଏଥିପାଇଁ ଡବଲ ଡୋଜ ନେବାର ଆବଶ୍ୟକତା ନାହିଁ । ଏହାକୁ ଋଷ ସରକାରଙ୍କ ଦ୍ୱାରା ମଞ୍ଜୁରୀ ମଧ୍ୟ ମିଳିଛି ।

ଭାରତରେ ଏହି ଭ୍ୟାକସିନକୁ ଅପ୍ରେଲ ମାସରୁ ମଞ୍ଜୁରୀ ଦିଆଯାଇଛି । ଭାରତର କେନ୍ଦ୍ରୀୟ ଔଷଧି ପ୍ରାଧିକରଣର ମଧ୍ୟ ଏହାକୁ ବ୍ୟବହାର କରିବା ପାଇଁ ମଞ୍ଜୁର କରିଛି । ଏହା ଉପରେ ଡିସିଜିଆଇ ମଧ୍ୟ ନିଜର ମୋହର ଲଗାଇଛନ୍ତି । ଏହା ସବୁଠୁ ପ୍ରଭାବଶାଳୀ ଟିକା ରୂପେ ଏବେ ଉଭାନ ହୋଇଛି । ଆଶା ଅଛି ଏହାର ପ୍ରଭାବ ମଧ୍ୟ ସେତିକି ସକାରାତ୍ମକ ହେବ । କରୋନା ଲଢ଼େଇରେ ଏହା ସବୁଠସ୍ତ୍ୱଡ଼ ଅସ୍ତ୍ର ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.