Below header

ଦିଲ୍ଲୀରେ ପୁଣି ଆଉ ସପ୍ତାହେ ବଢିଲା ଲକଡାଉନ୍‌ ଅବଧି, ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ

ନୂଆଦିଲ୍ଲୀ : ଦିଲ୍ଲୀରେ ପୁଣି ବଢିଲା ଲକଡାଉନ୍‌ ଅବଧି। ଆଉ ଏକ ସପ୍ତାହ ଲକଡାଉନ୍‌ ବଢାଇଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ। ମେ’୨୪ ଯାଏଁ ବଢ଼ିଲା ଲକ୍‌ଡାଉନ୍‌। ଲକଡଉାନ ସମୟରେ ଦିଲ୍ଲୀରେ ସଂକ୍ରମଣ କମିଛି।

ମାତ୍ର ଏପର୍ଯ୍ୟନ୍ତ ୫ ପ୍ରତିଶତ ତଳକୁ ଯାଇନି। କିଛି ଦିନ ଲକଡାଉନରେ ଆମେ ଯାହା ହାସଲ କରିଛୁ, ତାହା ହରାଇବାକୁ ଚାହୁଁନୁ। ତେଣୁ ଆଉ ଏକ ସପ୍ତାହ ଲକଡାଉନ୍‌ ବୃଦ୍ଧି କରୁଛୁ ବୋଲି କହିଛନ୍ତି କେଜ୍ରିଓ୍ଵାଲ। ପୂର୍ବରୁ ମେ’ ୧୭ ଯାଏଁ ଥିଲା ଲକ୍‌ଡାଉନ ଅବଧି। କଟକଣାରେ କୋହଳ କରାଯିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ।ଦିଲ୍ଲୀରେ ୨୪ ଘଣ୍ଟାରେ ୬ହଜାର ୪୩୦ ଜଣ କରୋନାରେ ସଂକ୍ରମିତ ହୋଇଥିବାବେଳେ ୩୩୭ ଜଣଙ୍କ ଜୀବନ ନେଇଛି ମହାମାରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.