ଦୀପାବଳି ଅବସରରେ ସନ୍ଧ୍ୟାରେ ଘରେ ବନାନ୍ତୁ ଟେଷ୍ଟି ମୁଗ ଡାଲି ଟୀକ୍କା

ସାଧାରଣତଃ ପର୍ବ ପର୍ବାଣି ଅବସରରେ ଘରକୁ ଅତିଥି ଆସିଥାନ୍ତି । ଆମେ ବହୁ ସମୟରେ ହଡ ବଡ଼ ହେଇଯାଉ କି ଆସିଥିବା ଅତିଥି ମାନଙ୍କୁ କଣ କରି ଖାଇବାକୁ ଦେବୁ ବୋଲି । କିନ୍ତୁ ଆଜି ଆମେ ଆପଣଙ୍କ ପାଇଁ ଏକ ସହଜ ରେସିପି ବିଷୟରେ କହିବାକୁ ଯାଉଛୁ ଯାହାକୁ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ବେଶୀ କଷ୍ଟ କରିବାକୁ ପଡ଼ିବନି କି ବେଶୀ ସାମଗ୍ରୀର ଆୟୋଜନ କରିବାକୁ ପଡ଼ିବନି । ଏହା ସହ ଏହାର ସ୍ଵାଦରେ ଆପଣଙ୍କ ଅତିଥି ମାନେ ମଧ୍ୟ ଖୁସି ହୋଇଯିବେ । ଆମେ ପ୍ରତିଦିନ ଘରେ ମୁଗଡାଲି କରି ଖାଇଥାଉ । ଏହା ଯେତିକି ସ୍ୱାଦିଷ୍ଟ ସେତିକି ହିତକାରୀ ମଧ୍ୟ । କିନ୍ତୁ ପ୍ରାୟତ ଛୋଟ ପିଲା ମାନଙ୍କ ଡାଲି ଖାଇବାକୁ ଏତେଟା ପସନ୍ଦ ନଥାଏ । ତେବେ ଆସନ୍ତୁ ସେହି ମୁଗ ଡ଼ାଲିରେ ଅତି ସହଜରେ ଆମେ ଆଜି ଏକ ଖାଦ୍ୟ ପ୍ରସ୍ତୁତ କରିବା ।

moong dal tikk

ଏଥିପାଇଁ ଆବଶ୍ୟକ ହେଉଥିବା ସାମଗ୍ରୀ:

୧. ମୁଗ ଡାଲି( ପେସା ହୋଇଥିବା) ୨ କପ
୨. ଚାଉଳ ଅଟା ୨ କପ
୩.କଞ୍ଚା ଲଙ୍କା ପେଷ୍ଟ ୧ ଚାମଚ
୪.ଅଦା ପେଷ୍ଟ -ହାପ ଚାମଚ
୫. ଲଙ୍କା ଗୁଣ୍ଡ
୬.ହେଙ୍ଗୁ
୮. ଆବଶ୍ୟକ ଅନୁଯାୟୀ ତେଲ
୯. ସ୍ୱାଦ ଅନୁଯାୟୀ ଲୁଣ

ପ୍ରସ୍ତୁତି ପ୍ରଣାଳୀ:

ଗୋଟେ ବାଉଲରେ ମୁଗ ଡାଲି ଗୁଣ୍ଡ ଓ ଚାଉଳ ଗୁଣ୍ଡକୁ ଭଲ ଭାବେ ମିଶାଇ ଦିଅନ୍ତୁ । ପରେ ଏଥିରେ ଲଙ୍କା ପେଷ୍ଟ,ଅଦା ପେଷ୍ଟ,ଲଙ୍କା ଗୁଣ୍ଡ,ହେଙ୍ଗୁ ଓ ଲୁଣ ପକାଇ ଭଲ ଭାବେ ଫେଣ୍ଟି ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ । କିଛି ସମୟ ଏହାକୁ ଛାଡି ଦିଅନ୍ତୁ । ହଁ ମନେ ରଖିବେ ଏହା ଯେପରି ସାଧାରଣ ଅଟା ଚକଟା ଭଳି ହେବ । ପ୍ରାୟ ଏକ ଘଣ୍ଟା ପରେ ଛୋଟ ଛୋଟ ଗୁଳା ପ୍ରସ୍ତୁତ କରି ଗରମ ତେଲଲେ ଛାଣି ଦିଅନ୍ତୁ । ନଚେତ ତାୱାରେ ଅଳ୍ପ ଅଳ୍ପ ତେଲ ଦେଇ ଭାଜି ଦିଅନ୍ତୁ । ପରେ ସମସ୍ତଙ୍କୁ ଏକ ସ୍ୱାଦିଷ୍ଟ ଚଟଣି ସହ ଅନ୍ୟ ମାନଙ୍କୁ ପରସନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.