ଆଇସିୟୁରେ ଭର୍ତ୍ତି ମା’କୁ ବଞ୍ଚାଇବା ପାଇଁ ଶାହାରୁଖ ଆପଣାଇଥିଲେ ଏହି ଉପାୟ

ବଲିଉଡର କିଙ୍ଗଖାନ ଶାହାରୁଖ ତାଙ୍କ ମା’ଙ୍କୁ ବଞ୍ଚାଇବା ପାଇଁ ଏପରି ଉପାୟ ଆପଣାଇଥିଲେ, ଯାହାକୁ ଆପଣ ଶୁଣିଲେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ୧୫ବର୍ଷର ହୋଇଥିବା ବେଳେ ଶାହାରୁଖ୍ ଖାନଙ୍କ ବାପା ଦୁନିଆ ଛାଡ଼ି ଚାଲି ଯାଇଥିଲେ । ଏହା ପରେ ସମୟ ସହ ସେ ବାପାଙ୍କ ବିୟୋଗର ଦୁଃଖ ଭୁଲୁଥିବା ବେଳେ ୨୬ବର୍ଷ ବୟସରେ ତାଙ୍କ ମା’ ତାଙ୍କୁ ଛାଡ଼ି ଚାଲି ଯାଇଥିଲେ । ଏତେ କମ ବୟସରେ ଦୁହିଁଙ୍କୁ ହରାଇ ଭାଙ୍ଗି ପଡ଼ିଥିଲେ ଶାହାରୁଖ୍ । କିନ୍ତୁ ମା’ଙ୍କ ଯିବା ସମୟ ଆସି ଯାଇଥିବା ଜାଣି ସେ ନିଜ ମା’ଙ୍କୁ ଚିନ୍ତାଗ୍ରସ୍ତ କରାଇବାକୁ ଚେଷ୍ଟା କରୁଥିଲେ ବୋଲି କହିଛନ୍ତି ଶାହାରୁଖ୍ ।

22

ତାଙ୍କ କହିବା ଅନୁଯାୟୀ, ସେ ସମୟରେ ମୋ ମନରେ ଭୁଲ ଧାରଣା ଥିଲା । ଯିଏ ନିଜ ଜୀବନକୁ ନେଇ ସନ୍ତୁଷ୍ଟ ହୋଇଯାଏ, କେବଳ ସେ ହିଁ ମୃତ୍ୟୁବରଣ କରେ ବୋଲି ମୁଁ ଭାବୁଥିଲି । ମୋ ମା’ଙ୍କ ସ୍ୱାସ୍ଥ୍ୟାବସ୍ଥା ଦେଖି ମୁଁ ତାଙ୍କୁ ସନ୍ତୁଷ୍ଟ ହେବାକୁ ଦେବି ନାହିଁ ବୋଲି ଚିନ୍ତା କରିଥିଲି । ଏ ନେଇ ମୁଁ ସବୁବେଳେ ତାଙ୍କ ପାଖକୁ ଯାଇ, ତୁମେ ଯିବା ପରେ ମୁଁ ମଦ ପିଇବି, ଭଉଣୀକୁ ବିବାହ କରିବାକୁ ଦେବି ନାହିଁ, ତାକୁ ମାଡ଼ ମାରିବା ଭଳି କଥା କହୁଥିଲି । ଯାହାଦ୍ୱାରା ସେ ଅସନ୍ତୋଷ ହୋଇ ରହିବା କଥା ଚିନ୍ତା କରିବେ । କିନ୍ତୁ ସେଭଳି କିଛି ହୋଇ ନଥିଲା । କିଛି ଦିନ ପରେ ସେ ଛାଡ଼ି ଚାଲି ଯାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.