ହଳଦିଆ ଶାଢିରେ ଛାଇଗଲା ସାରା ଅଲ୍ଲୀ ଖାନ୍‌ଙ୍କ ଦିଓ୍ଵାଲି ଲୁକ୍‌, ପାର୍ଟିରେ ଛିଣ୍ଡିଲା ବରୁଣ ଧଓ୍ଵନଙ୍କ ଚପଲ!

ଦିଓ୍ଵାଲି ଧୂମ୍ ଏବେ ସବୁଆଡ଼େ ଛାଇଯାଇଛି। ବଲିଉଡ୍‌ରେ ମଧ୍ୟ ଗୋଟିଏ ପରେ ଗୋଟିଏ ଦିଓ୍ଵାଲି ପାର୍ଟି ଚାଲିଛି। ଫିଲ୍ମ ‘କୁଲି ନମ୍ବର ଓ୍ଵାନ୍‌’ର ଟିମ୍ ବି ଦିଓ୍ଵାଲି ସେଲିବ୍ରେଟ୍ କରିଛି। ଫିଲ୍ମର ପ୍ରଯୋଜକ ଜ୍ୟାକି ଭଗନାନୀ ଦୀପାବଳିକୁ ନେଇ ବଢ଼ିଆ ପାର୍ଟି ରଖିଥିଲେ। ଏଥିରେ ସାରା ଅଲ୍ଲୀ ଖାନ୍ ଓ ବରୁଣ ଧଓ୍ଵନ୍ ଫେଷ୍ଟିଭ୍ ଲୁକ୍‌ରେ ନଜର ଆସିଥିଲେ। ସାରା ହଳଦିଆ ରଙ୍ଗର ଶାଢିରେ ଖୁବ୍ ଷ୍ଟନିଂ ଲାଗୁଥିଲେ। ତାଙ୍କର ଏହି ଦିଓ୍ଵାଲି ବାଲା ଲୁକ୍ ଇଣ୍ଟରନେଟ୍‌ରେ ଭାଇରାଲ ହେବାରେ ଲାଗିଛି।

sara22

ସେପଟେ ବରୁଣ ଧଓ୍ଵନ ମଧ୍ୟ କିଛି କମ୍ ହ୍ୟାଣ୍ଡସମ୍ ଲାଗୁ ନ ଥିଲେ। ବରୁଣ ରେଡ୍ କଲରର କୁର୍ତ୍ତା ପିନ୍ଧିଥିଲେ। ଏହି ପାର୍ଟିର ଅତିଥି ବରୁଣଙ୍କ ମେଣ୍ଟର କରଣ ଜୋହର ବି ସାମିଲ ହୋଇଥିଲେ। ସେଠି ମନୀଷ ମାଲହୋତ୍ରା ଦିଓ୍ଵାଲି ପାର୍ଟି ସେଲିବ୍ରେଟ୍ କରିବାକୁ ପହଞ୍ଚିଥିଲେ। ଏବେ ପାର୍ଟି ଭିତରର କିଛି ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ପାର୍ଟିରେ ବରୁଣଙ୍କ ପ୍ରେମିକା ନତାଶା ଦଲାଲ୍ ନଜର ଆସିଥିଲେ। ନତାଶା ଏକ ପିଙ୍କ୍ ଶାଢି ପିନ୍ଧି ପହଞ୍ଚିଥିଲେ।

sara4

sara3

ଏହାସହ ପଢ଼ନ୍ତୁ: ହଟ୍‌ ବ୍ରାଲେଟ୍‌ ପିନ୍ଧି ଜାହ୍ନବୀ ଦେଖାଇଲେ ନିଜ ସେକ୍ସି ଷ୍ଟାଇଲ୍‌, ଫ୍ୟାନ୍‌ ହେଲେ ବାୟା!

ତେବେ ଏହାରି ଭିତରେ ବରୁଣଙ୍କ ସହ ଏକ ମଜାଳିଆ ଘଟଣା ଘଟିଥିଲା। ତାଙ୍କ କୁର୍ତ୍ତାକୁ ମ୍ୟାଚ୍ କରିଥିବା କୋହ୍ଲାପୁରୀ ଚପଲ ଛିଣ୍ଡିଯାଇଥିଲା। ମୋଟାମୋଟି ପାର୍ଟି ଖୁବ୍ ଜମିଥିଲା। ସମସ୍ତେ ଏହାର ମଜା ନେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.