Below header

ଏହି କିନ୍ନରଙ୍କ ପାଖରେ ରହିଛି ଏପରି ସ୍ୱତନ୍ତ୍ରତା ଯାହା ଦେଖିଲେ ଉଡିଯିବ ଆପଣଙ୍କ ହୋସ

ନିକଟରେ ଏକ କିନ୍ନରଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ଯଦିଓ ଏହା ଏକ ସାଧାରଣ କଥା ଅଟେ । କାରଣ ଏମିତିରେ ସୋସିଆଲ ମିଡିଆରେ ସବୁଦିନ କିଛି ନା କିଛି ଭାଇରଲ ହୋଇଥାଏ । କିନ୍ତୁ ଏହି କିନ୍ନରଙ୍କ ପାଖେ ରହିଛି ଏପରି ସ୍ୱତନ୍ତ୍ରତା ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସେ ଦେଖିବାକୁ କୌଣସି ବଲିଉଡ ଅଭିନେତ୍ରୀଙ୍କ ଠାରୁ କିଛି କମ ନୁହନ୍ତି ।

Image result for Bishesh Huirem

ସୋସିଆଲ ମିଡିଆରେ ଦାବି କରାଯାଇଛି ଯେ ଏହି କିନ୍ନରଙ୍କ ସୁନ୍ଦରତା ପ୍ରାକୃତିକ ଅଟେ ଏବଂ ସେ ଦୁନିଆର ସବୁଠାରୁ ସୁନ୍ଦର କିନ୍ନର ଅଟନ୍ତି । ତେବେ ଆଶ୍ଚର୍ଯ୍ୟର କଥା ଏହା ଯେ ସେ ଆମ ସମାଜର ଏକ ଅଂଶ ହୋଇଥିବା ସତ୍ତ୍ୱେ ମଧ୍ୟ ତାଙ୍କୁ କୌଣସି ଶ୍ରେଣୀରେ ଅନ୍ତର୍ଭୁକ୍ତ କରାଯାଏ ନାହିଁ । ଯଦିଓ ପ୍ରକୃତି ତାଙ୍କୁ ଏପରି ବନାଇଛି କିନ୍ତୁ ଯେତେହେଲେ ବି ତ ସେ ଏହି ସମାଜର ଅଂଶ । ଯାହାକି ଆମେ ଭୁଲିଯାଉଛେ ।

ଏହାସହ ପଢନ୍ତୁ ଏହି ରେସ୍ତୋରାଁରେ ଗ୍ରାହକ ମାନଙ୍କୁ ପିଇବାକୁ ଦିଆଯାଇଥାଏ ଟଇଲେଟର ପାଣି

ଏହି କିନ୍ନର ଜଣକ ନିଜ ସୁନ୍ଦରତା ପାଇଁ କେବଳ ଦେଶରେ ନୁହେଁ ବରଂ ସାରା ଦୁନିଆରେ ଫେମସ । ସୂଚନା ଅନୁଯାୟୀ ଏହି କିନ୍ନର ଜଣକ ମଣିପୁରରେ ବାସ କରନ୍ତି ଯାହାଙ୍କ ନାମ ହେଉଛି ବିଶେଷ ହୁଇରେମ । ହୁଇରେମଙ୍କର ସୁନ୍ଦରତା ଏତେ ଆକର୍ଷଣୀୟ ଯେ ତାଙ୍କ ସାମ୍ନାରେ ବଲିଉଡର ବହୁ ନାମୀ ଦାମୀ ଅଭିନେତ୍ରୀ ମଧ୍ୟ ହାର ମାନିଯିବେ । ଖବର ଅନୁଯାୟୀ ହୁଇରେମ ଥାଇଲ୍ୟାଣ୍ଡର ଏକ ବ୍ୟୁଟି କ୍ୱିନ କଣ୍ଟେଷ୍ଟରେ ଭାଗ ନେଇଥିଲେ ଯେଉଁଠି ସେ ଭାରତ ପାଇଁ ପ୍ରତିନିଧିତ୍ୱ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.