ଭୀଷଣ ସାମୁଦ୍ରିକ ଝଡ଼ର ରୂପ ନେଇଛି ବାତ୍ୟା କ୍ୟାର

ଆରବ ସାଗରରେ ଘନୀଭୂତ ହୋଇଥିବା ବାତ୍ୟା କ୍ୟାର ଭୀଷଣ ସାମୁଦ୍ରିକ ଝଡ଼ର ରୂପ ନେଇଛି। ୨୦୦୭ ପରଠାରୁ ଆରବ ସାଗରରେ ଏହା ସବୁଠାରୁ ଭୟଙ୍କର ସାମୁଦ୍ରିକ ଝଡ଼ ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଆଗାମୀ ୨୪ ଘଣ୍ଟାରେ ପ୍ରଚଣ୍ଡ ବାତ୍ୟାର ରୂପ ନେବ କ୍ୟାର। ମହାରାଷ୍ଟ୍ରର ଦକ୍ଷିଣାଞ୍ଚଳ ସମୁଦ୍ରତଟ ଓ ଉତ୍ତର କର୍ଣ୍ଣାଟକର ସମୁଦ୍ରତଟ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହେବାର ପୂର୍ବାନୁମାନ କରାଯାଇଛି । ମୁମ୍ବାଇ ଠାରୁ ୫୪୦ କି. ମି ଦୂରରେ ପଶ୍ଚିମ ଓ ଦକ୍ଷିଣ ପଶ୍ଚିମରେ ଏହା ଭୀଷଣ ଭାବେ ଘନୀଭୂତ ହୋଇଛି ।

ଏନେଇ ସଂପୃକ୍ତ ଅଞ୍ଚଳରେ ରେଡ ଆଲର୍ଟ ଜାରି କରାଯାଇଛି । ମହାରାଷ୍ଟ୍ର ଓ କର୍ଣ୍ଣାଟକର ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ଜାରି ରହିଛି । ଏହାର ପ୍ରଭାବରେ ଦକ୍ଷିଣ ଆଭ୍ୟନ୍ତରୀୟ ଅଞ୍ଚଳରେ ମଧ୍ୟ ବର୍ଷା ଜାରି ରହିଛି । ଆଗାମୀ ଦୁଇଦିନ ଧରି ଏଭଳି ସ୍ଥିତି ରହିବ ବୋଲି କୁହାଯାଇଛି । କ୍ୟାର ପ୍ରବଳ କ୍ଷୟକ୍ଷତି ଘଟାଇବାର ଆଶଙ୍କା ଥିବାକୁ ମହାରାଷ୍ଟ୍ର, ଗୋଆ ଓ କର୍ଣ୍ଣାଟକକୁ ଆଲର୍ଟ ରଖାଯାଇଛି । କୌଣସି ସ୍ଥିତିର ମୁକାବିଲା ପାଇଁ କୋଷ୍ଟ ଗାର୍ଡ ଜାହାଜ ଗୁଡ଼ିକ କର୍ଣ୍ଣାଟକ ଓ ଗୋଆ ଉପକୂଳରେ ପ୍ରସ୍ତୁତ ହୋଇ ରହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.