ଘରର କେଉଁ ଭାଗରେ ରହିଥାଏ ରାହୁ ପ୍ରଭାବ, ଏଠାରେ ଦୋଷ ହେବା କାରଣରୁ ଆସିଥାଏ ଅନେକ ସମସ୍ୟା

ଜ୍ୟୋତିଷ ଶାସ୍ତ୍ର ମୁତାବକ, ରାହୁ ଗ୍ରହକୁ ପାପ ଏବଂ କ୍ରୁର ଗ୍ରହ ବୋଲି କୁହାଯାଏ। ଏହାର ପ୍ରଭାବରେ ବ୍ୟକ୍ତି ପାଗଳପ୍ରାୟ ହୋଇଯାଏ। ଘରେ ଆଶନ୍ତି ବଢିଯାଏ। ଅର୍ଥହାନି ହୁଏ। ଯାହା ପାଇଁ ଘର ପରିବାର କରଜରେ ବୁଡିଯାଆନ୍ତି। ରାହୁ କାରଣରୁ ଘଟଣା ଏବଂ ଦୁର୍ଘଟଣା ହୋଇଥାଏ। ଘରର ଶୌଚାଳୟ ଏବଂ ସିଢି ଏମିତି ସ୍ଥାନରେ ରହିଥାଏ, ଯେଉଁଠାରେ ରାହୁର ପ୍ରଭାବ ରହିଥାଏ। ଏହି ସ୍ଥାନରେ ଯଦି ମଇଳା ଓ ଅପରିଷ୍କାର ରହିଥାଏ, ତେବେ ରାହୁ ରୋଷ କରନ୍ତୁ। ଘରେ ଅଶୁଭ ଫଳ ମିଳିଥାଏ। ଜାଣନ୍ତୁ ରାହୁ ସହିତ ଜଡିତ କିଛି କଥା…

ଘରର ଟଏଲେଟ ଭାଙ୍ଗି ଯାଇଥାଏ, ଅପରିଷ୍କାର ରହିଥାଏ, ଖରାପ ହୋଇଯାଏ, ତେବେ ସେଠାରେ ରାହୁଙ୍କର ନକାରାତ୍ମକ ପ୍ରଭାବ ପଡିଥାଏ। ଯାହା କାରଣରୁ ଘରେ ରୋଗ, ଦୋଷ, ଦୁଃଖ ଏବଂ ଅଶାନ୍ତି ଜନ୍ମନିଏ। ଏଥିପାଁଇଁ ରାହୁ ପ୍ରଭାବରୁ ବଞ୍ଚିବା ପାଇଁ ଶୌଚାଳୟକୁ ସବୁବେଳେ ସଫା ସୁତରା ରଖିବା ଉଚିତ।

ଶୌଚାଳୟ କେବେ ବି ଐଶ୍ୱାନ କୋଣରେ ରଖିବା ଉଚିତ ନୁହେଁ। ଯଦି ଭୁଲରେ ଏହା ଐଶ୍ୱାନ ଦିଗରେ ହୋଇଛି, ତେବେ ବହୁତ ଧନହାନୀ ଏବଂ ଅଶାନ୍ତିର କାରଣ ହୋଇଥାଏ। ଶୌଚାଳୟରେ ବସିବା ବ୍ୟବସ୍ଥା ଦକ୍ଷିଣ ଏବଂ ପଶ୍ଚିମ ମୁଖା ଉଚିତ।

ରାହୁର ଅଶୁଭ ଫଳରୁ ବଞ୍ଚିବା ପାଇଁ ଶୌଚାଳୟକୁ ସ୍ୱଚ୍ଛ, ସଫା, ସୁନ୍ଦର ଏବଂ ଶୁଖିଲା ରଖିବା ଉଚିତ। ଏହାକୁ ସୁଗନ୍ଧିତ ବାତାବରଣ ରଖିବା ଉଚିତ। ଏଥିରେ ରାହୁ ଦୋଷ ରଖିବା ଉଚିତ ନୁହେଁ। ଏଥିରୁ ବଞ୍ଚିବା ପାଇଁ ଶୌଚାଳୟର କୌଣସି କୋଣରୁ କର୍ପୁର ଏକ ଖଣ୍ଡ କିମ୍ବା ବଡ ଲୁଣ ଖଣ୍ଡକୁ କାଚ ଜାରରେ ରଖନ୍ତୁ।

toilet

ରାହୁର ଦ୍ୱିତୀୟ ସ୍ଥାନ ସିଢି ଉପରେ ରହିଥାଏ। ସିଢି ଯଦି ଭାଙ୍ଗି ଯାଇଥାଏ କିମ୍ବା ଅପରିଷ୍କାର ହୋଇଥାଏ, ତେବେ ରାହୁ ସକ୍ରିୟ ହୋଇଯାଆନ୍ତି। ଜୀବନରେ ଅଶାନ୍ତି ଫେରି ଆସେ। ଶତ୍ରୁ ସକ୍ରିୟ ହୋଇଯାଆନ୍ତି। ମଣିଷ କରଜରେ ବୁଡି ରହେବ।

ତେଣୁ ଘରେ ସିଢି ପୂର୍ବରୁ ପଶ୍ଚିମ କିମ୍ବା ଉତ୍ତରରୁ ଦକ୍ଷିଣ ଦିଗରେ ନିର୍ମିତ ହେବା ଉଚିତ। କେବେ ବି ଉତ୍ତର ପୂର୍ବରେ ସିଢି ତିଆରି କରିବା ଉଚିତ ନୁହେଁ। ଯଦି କୌଣସି କାରଣରୁ ସିଢି ଭୁଲ ଦିଗରେ ନିର୍ମାଣ କରିଛନ୍ତି, ତେବେ ତାହାକୁ ସବୁବେଳ ସଫା ସୁତରା ରଖନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.