ଦେଶରେ ୨୪ ଘଣ୍ଟାରେ ୨ଲକ୍ଷ ୮୧ହଜାର ୩୮୬ ସଂକ୍ରମିତ, ୪ହଜାର ୧୦୬ ମୃତ

ନୂଆଦିଲ୍ଲୀ : ଦେଶରେ କମୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଏପ୍ରିଲ ୨୨ରେ ୩ଲକ୍ଷ ଛୁଇଁଥିଲା କରୋନା ସଂକ୍ରମିତଙ୍କ ସଂଖ୍ୟା। ଦୀର୍ଘ ୨୫ଦିନ ପରେ ମେ ୧୭ରେ ୩ଲକ୍ଷ ତଳକୁ ଖସିଛି କରୋନା ମାମଲା। ଗତ ୨୪ ଘଣ୍ଟାରେ ୨ଲକ୍ଷ ୮୧ହଜାର ୩୮୬ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଅନ୍ୟପଟେ ମୃତ୍ୟୁ ସଖ୍ୟା ଚିନ୍ତା ବଢାଇଛି। ସଂକ୍ରମଣ କମୁଥିବାବେଳେ ମୃତ୍ୟୁ ସଂଖାରେ ବ୍ରେକ ଲାଗୁନି। ଗତକାଲି କରୋନାରେ ମୃତ୍ୟୁବରଣ କରିଛନ୍ତି ୪ହଜାର ୧୦୬ ଜଣ। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୪ କୋଟି ୯୬ଲକ୍ଷ ୪ହଜାର ୯୨୫ରେ ପହଞ୍ଚିଛି। ମୃତ୍ୟୁ ସଂଖ୍ୟା ୨ଲକ୍ଷ ୭୪ ହଜାର ୪୧୧ ପହଞ୍ଚିଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟାର ୭୪.୬୯ ପ୍ରତିଶତ ୧୦ଟି ରାଜ୍ୟରୁ ଆସିଛି। କର୍ଣ୍ଣାଟକ, ମହାରାଷ୍ଟ୍ର,କେରଳ, ରାଜସ୍ଥାନ, ତାମିଲନାଡୁ , ଆନ୍ଧ୍ରପ୍ରଦେଶ ଆଦି ରାଜ୍ୟରେ କରୋନା ସଂକ୍ରମଣ ଅଧିକ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.