ଖୁବ କମ ସମୟ ମଧ୍ୟରେ ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ସୁଜି ଉତ୍ତପମ

ଆବଶ୍ୟକୀୟ ସାମଗ୍ରୀ:

  • ଅଧା କପ୍ ସୁଜି
  • ଅଧା କପି ଖଟା ଦହି
  • କଞ୍ଚାଲଙ୍କା
  • ପିଆଜ ଗୋଟିଏ
  • ଲଙ୍କାଗୁଣ୍ଡ
  • ସ୍ୱାଦ ଅନୁଯାୟୀ ଲୁଣ
  • ଅଳ୍ପ ତେଲ

Oats Uttapam Recipe by Chef Reetu Uday Kugaji - NDTV Food

ପ୍ରସ୍ତୁତି ପ୍ରଣାଳୀ:

ସ୍ୱାଦିଷ୍ଟ ସୁଜି ଉତ୍ତପମ ପ୍ରସ୍ତୁତ କରିବା ପାଇଁ ସର୍ବପ୍ରଥମେ ଖଟା ଦହିରେ ସୁଜି ଓ ଲୁଣ ପକାଇ ଗୋଳାଇ ଦିଅନ୍ତୁ । ଯଦି ଆଣ ଟିକେ ମୋଟା ହୁଏ ତାହେଲେ ଏଥିରେ କିଛି ପାଣି ମିଶାନ୍ତୁ । ତା’ପରେ ଏହାକୁ ଦୁଇ ଘଣ୍ଟା ପାଇଁ ଫୁଲିବାକୁ ଦିଅନ୍ତୁ । ତାପରେ ଏଥିରେ ପିଆଜ ଓ କଞ୍ଚାଲଙ୍କା କାଟି ପକାଇ ଲଙ୍କାଗୁଣ୍ଡ ମିଶାଇ ଭଲଭାବେ ଗୋଳାଇ ଦିଅନ୍ତୁ । ବର୍ତ୍ତମାନ ଆପଣ ଏକ ପ୍ୟାନ ଗରମ କରନ୍ତୁ । ତାପରେ ସେଥିରେ ତେଲ ପକାଇ ଘୋଳକୁ ମୋଟା ଆକାରରେ ଦିଅନ୍ତୁ । ତେବେ ଉତ୍ତପମର ଗୋଟିଏ ପାର୍ଶ୍ଵ ଭଲଭାବେ ହୋଇଗଲା ପରେ ଏହାକୁ ଓଲଟାଇ ଦିଅନ୍ତୁ । କିଛି ସମୟ ପରେ ଏହାକୁ କାଢି ଗରମ ଗରମ ତରକାରୀ ସହିତ ସର୍ଭ କରନ୍ତୁ ସ୍ୱାଦିଷ୍ଟ ସୁଜି ଉତ୍ତପମ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.