ପୁରୁଷଙ୍କ ତୁଳନାରେ ମହିଳାଙ୍କର ଅଧିକ ହୋଇଥାଏ ମୁଣ୍ଡବିନ୍ଧା, ଜାଣନ୍ତୁ ଏହା ପଛର ଅସଲ କାରଣ

ଆପଣଙ୍କ ମୁଣ୍ଡ ବିନ୍ଧା ହେଉଛି କି ? ଏମିତି ପ୍ରତିଦିନ ହେଉଥିଲେ ସାବଧାନ। ଆଉ ଯଦି ଆପଣ ମହିଳା ହୋଇଥାନ୍ତି ତେବେ ସାବଧାନ ହୋଇଯାଆନ୍ତୁ। ପୁରୁଷଙ୍କ ତୁଳନାରେ ମହିଳାଙ୍କର ଅଧିକ ମୁଣ୍ଡବିନ୍ଧା ହୋଇଥାଏ । ଏହା ପଛର କାରଣ ଜୀବନଶୈଳୀ ହୋଇଥାଇପାରେ । ଏହା ବ୍ୟତୀତ ହରମୋନନ କାରଣରୁ ମଧ୍ୟ ମୁଣ୍ଡବିନ୍ଧା ହୋଇପାରେ । ମାତ୍ର କେତେକ ସ୍ଥିତିରେ ମୁଣ୍ଡବିନ୍ଧା ଶରୀରର କେଉଁଠି କିଛି ହୋଇଥିଲେ ଜଣାଇ ଦେଇଥାଏ । ପ୍ରକୃତରେ କହିବାକୁ ଗଲେ ମୁଣ୍ଡବିନ୍ଧା କେବଳ ମୁଣ୍ଡର ଯନ୍ତ୍ରଣା କାରଣରୁ ହୋଇନଥାଏ । ଏହା ପଛରେ କିଛି ଅଲଗା କାରଣ ମଧ୍ୟ ରହିଥାଇପାରେ । ଶରୀରର ଯେକୌଣସି ଅଂଶରେ ଯନ୍ତ୍ରଣା ଅଥବା କିଛି ଅନ୍ୟ ରୋଗ ହୋଇଥିଲେ ମଧ୍ୟ ମୁଣ୍ଡବିନ୍ଧା ହୋଇଥାଏ ।

କେଉଁ କାରଣରୁ ହୋଇପାରେ ମୁଣ୍ଡବିନ୍ଧା :

ପ୍ରକୃତରେ ମୁଣ୍ଡର କେଉଁ ଅଂଶରେ ଯନ୍ତ୍ରଣା ହେଉଛି ସେଥିରୁ ଆପଣଙ୍କ ମନର ସ୍ଥିତି କଣ ଅଛି ତାହା ଅନୁମାନ କରାଯାଇପାରିବ । ଯଦି ଆପଣଙ୍କ ମୁଣ୍ଡର ଉଭୟ ପାର୍ଶ୍ବରେ ଯନ୍ତ୍ରଣା ହେଉଛି ତେବେ ଜାଣିନିଅନ୍ତୁ ଯେ, ଏହା ଟେନସନ କାରଣରୁ ହେଉଛି । ଟେନସନ କାରଣରୁ ମୁଣ୍ଡର ଉଭୟ ପାର୍ଶ୍ବ ବିନ୍ଧା ହୋଇଥାଏ ।

ଯଦି ଆପଣଙ୍କର ମସ୍ତିସ୍କ ଅଂଶରେ ଯନ୍ତ୍ରଣା ହେଉଛି ତେବେ ଜାଣିନିଅନ୍ତୁ ଯେ ତାହା କୌଣସି ସାମାନ୍ୟ ଯନ୍ତ୍ରଣା ନୁହେଁ । ଏଭଳି ଯନ୍ତ୍ରଣା ମାଇଗ୍ରେନ୍ ହୋଇପାରେ । ଏହା ଆପଣଙ୍କ ନର୍ଭ ଯୋଗୁଁ ହୋଇଥାଏ । ମସ୍ତିଷ୍କ ଯନ୍ତ୍ରଣା ପ୍ରାୟତଃ ମୁଣ୍ଡର ମଧ୍ୟ ଅଂଶରେ ହୋଇଥାଏ । ଯଦି ଆପଣ ଏଭଳି ଯନ୍ତ୍ରଣା ଅନୁଭବ କରୁଛନ୍ତି ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।

କେତେକ ସମୟରେ ମୁଣ୍ଡବିନ୍ଧାର ସମ୍ପର୍କ ପେଟ ସମସ୍ୟା ସହ ଜଡିତ ହୋଇଥାଏ । ପାଚନକ୍ରିୟା ଠିକ୍ ଭାବେ ନହେବା ଫଳରେ ମୁଣ୍ଡବିନ୍ଧା ହୋଇପାରେ । ଯଦି ମୁଣ୍ଡର ଗୋଟିଏ ପାର୍ଶ୍ବରେ ଅଧିକ ସମୟ ଧରି ଯନ୍ତ୍ରଣା ହେଉଛି ତେବେ ଏହା ଏସିଡିଟି ଓ ଡାଇରିଆର ଲକ୍ଷଣ ମଧ୍ୟ ହୋଇପାରେ ।

Headache-Women

କେତେକ ସମୟରେ ଏକ ବିଶେଷ ଧରଣର ଶବ୍ଦ ଶୁଣିବା ଫଳରେ ମୁଣ୍ଡବିନ୍ଧା ଆରମ୍ଭ ହୋଇଥାଏ । ଘଣ୍ଟାଘଣ୍ଟା ଧରି ଫୋନରେ କଥା ହେବା ଦ୍ବାରା ମଧ୍ୟ ମୁଣ୍ଡବିନ୍ଧା ହୋଇଥାଏ । କିଛି ପରଫ୍ୟୁମର ଗନ୍ଧ କାରଣରୁ ମଧ୍ୟ ମୁଣ୍ଡ ବିନ୍ଧିଥାଏ । କହିବାକୁ ଗଲେ ଅଲଗା ଅଲଗା ଇନ୍ଦ୍ରୀୟ କାରଣରୁ ଭୀଷଣ ମୁଣ୍ଡବିନ୍ଧା ହୋଇଥାଏ ।

ମସ୍ତିଷ୍କ ଯେତେବେଳେ ଅଧିକ ଚିନ୍ତା କରିଥାଏ ସେତେବେଳେ ମୁଣ୍ଡରେ ଯନ୍ତ୍ରଣା ହୋଇଥାଏ। ଯଦି ଆପଣ କିଛି ଜିନିଷକୁ ନେଇ ଅଧିକ ଭାବୁଛନ୍ତି ବା ଚିନ୍ତା କରୁଛନ୍ତି ତେବେ ସେତେବେଳେ ଆପଣ ମୁଣ୍ଡରେ ଯନ୍ତ୍ରଣା ଅନୁଭବ କରିଥାନ୍ତି ।

ମୁଣ୍ଡବିନ୍ଧା ପଛରେ ହରମୋନ ଏକ ମୁଖ୍ୟ କାରଣ ହୋଇଥାଏ । ବେଳେ ବେଳେ ହରମୋନ କାରଣରୁ ହୃଦୟ ସ୍ପନ୍ଦନ ଅଧିକ ହୋଇଥାଏ ଏବଂ ଝାଳ ବୋହିବାକୁ ମଧ୍ୟ ଲାଗେ । ଏଭଳି ପରିସ୍ଥିତିରେ ମଧ୍ୟ ମୁଣ୍ଡବିନ୍ଧା ସମସ୍ୟା ଦେଖାଦେଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.