ବନାନ୍ତୁ ଟେଷ୍ଟି ନଡିଆ ବର୍ଫି, ଟେଷ୍ଟରେ ଏକଦମ୍‌ ଜବରଦସ୍ତ

ଆବଶ୍ୟକ ସାମଗ୍ରୀ

ଗୋଟିଏ ନଡିଆ
ଚିନି
ଡ୍ରାଏ ଫ୍ରୁଟ୍ସ
ଘିଅ

ପ୍ରସ୍ତୁତି ପ୍ରଣାଳୀ

  • ସର୍ବପ୍ରଥମେ ଏକ ସୁଖିଲା ନଡିଆ ନେଇ ଭଲଭାବେ ଧୋଇ ଗ୍ରାଇଣ୍ଡରରେ ପେଶି ଦିଅନ୍ତୁ।
  • ପେଶା ହୋଇଥିବା ନଡିଆକୁ କଡାରେ ପକାଇ ଭାଜିଦିଅନ୍ତୁ।
  • ଏହାପରେ ସିରା ପ୍ରସ୍ତୁତ କରନ୍ତୁ। ଧ୍ୟାନ ରଖନ୍ତୁ ଯେପରି ସିରା ଅଧିକ ଗାଢ଼ ନହେବ। ଅଧିକ ପତଳା ସିରାରେ ବରଫି ଠିକ ଭାବେ ହେବନାହିଁ।
  • ଯଦି ଆପଣ ନଡିଆ ବର୍ଫି ବନାଇବା ସମୟରେ ଡ୍ରାଏ ଫ୍ରୁଟ ପକାନ୍ତୁ। କିନ୍ତୁ ଏହାପୂର୍ବରୁ ତେଳରେ ଏହାକୁ ଭାଜି ଦିଅନ୍ତୁ।
  • ହାଲକା ଆଞ୍ଚରେ କଦ୍ଦୁକସ୍‌ କରାଯାଇଥିବା ନଡିଆ କୋରା ଏବଂ ସିରାକୁ ମିଶାଇ ଦିଅନ୍ତୁ। କଡାରେ ସେତେ ପର୍ଯ୍ୟନ୍ତ ଚଲାନ୍ତୁ ଯେବେ ପର୍ଯ୍ୟନ୍ତ ମିଶ୍ରଣ ଗାଢ଼ା ନହୋଇଛି।
  • ଯେତେବେଳେ ମିଶ୍ରଣକୁ ପ୍ଲେଟକୁ ବାହାର କରୁଛନ୍ତି ସେତେବେଳେ ପ୍ଳେଟରେ ଘିଅ ଲଗାଇ ଚିକ୍କଣ କରିଦିଅନ୍ତୁ। ଏମିତି କରିବା ପରେ ମିଶ୍ରଣ ଚିପଚିପା ହେବନାହିଁ।
  • ଏହାକୁ ମନଲାଖି ଆକାରରେ କାଟି ଦିଅନ୍ତୁ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.