Below header

ଅତ୍ୟଧିକ ପ୍ରୋଟିନ ସେବନ ଦୁର୍ବଳ କରିଦେଇ ପାରେ ହାଡ, ଏପ୍ରତି ଟିକେ ଧ୍ୟାନ ଦିଅନ୍ତୁ……

ମଣିଷ ଶରୀର ପାଇଁ ପ୍ରୋଟିନ ଵନିହାତି ଦରକାର । ହାଡ ଠାରୁ ଆରମ୍ଭ କରି ମାଂସପେଶୀ ପର୍ଯ୍ୟନ୍ତ ମଜବୁତ ରଖିବାରେ ପ୍ରୋଟିନ ସାହାଯ୍ୟ କରିଥାଏ । ଆମ ଶରୀରରେ ୧୮ ରୁ ୨୦ ପ୍ରତିଶତ ବିକାଶ ପ୍ରୋଟିନ କାରଣରୁ ହିଁ ହୋଇଥାଏ । ପ୍ରୋଟିନ ଶରୀରର ଆଭ୍ୟନ୍ତରୀଣ ଅଙ୍ଗ ସମେତ ବହିରଙ୍ଗ ବି ସୁସ୍ଥ ରହିଥାଏ । ପ୍ରୋଟିନର ଗୁଣ କାରଣରୁ ଜିମ କିମ୍ବା ୱାର୍କଆଉଟ କରୁଥିବା ଲୋକେ ସ୍ପିଲମେଣ୍ଟ ବ୍ୟବହାର କରିବା ଆରମ୍ଭ କରିଦିଅନ୍ତି । କିନ୍ତୁ ଜାଣନ୍ତିକି ଅତ୍ୟଧିକ ପ୍ରୋଟିନର ସେବନ ବି ଶରୀର ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ । ପ୍ରାରମ୍ଭିକ ସ୍ତରରେ ଲକ୍ଷଣ ମାନ ସ୍ପଷ୍ଟ ହେଉନଥିବା ବେଳେ ପରେ କିନ୍ତୁ ଧୀରେ ଧୀରେ ଏହାର ପ୍ରଭାବ ଶରୀର ଉପରେ ପଡିଥାଏ । ଆଉ ଦେହ ମଧ୍ୟ ଖରାପ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଅତ୍ୟଧିକ ପ୍ରୋଟିନ ଖାଇବା ଦ୍ୱାରା ହେଉଥିବା ରୋଗ ଗୁଡିକ ବିଷୟରେ ।

କାହିଁକି ହାନିକାରକ ହୋଇଥାଏ ପ୍ରୋଟିନ:

ଅଧିକ ପ୍ରୋଟିନର ସେବନ ଦ୍ୱାରା କିଡ୍ନୀ ଜନିତ ସମସ୍ୟା, କୋଷ୍ଠକାଠିନ୍ୟ, ହାଡ଼ରେ ଦୁର୍ବଳତା, ଡିହାଇଡ୍ରେସନ, ଆଣ୍ଠୁଗଣ୍ଠି ଜନିତ ସମସ୍ୟା ମଧ୍ୟ ଦେଖାଦେଇପାରେ । ଏହି କାରଣରୁ ଶରୀରରେ ଅତ୍ୟଧିକ ପ୍ରୋଟିନ ହଜମ ହୋଇପାରେନାହିଁ । ଏହା ସହ ଶରୀରରେ କିଟୋସର ମାତ୍ର ବଢ଼ିଯାଇପାରେ । “କିଟୋସ” ହେଉଛି ଏକ ବିଷାକ୍ତ ପଦାର୍ଥ ଯାହା ଶରୀରରେ କ୍ଷତିକାରୀ ପ୍ରଭାବ ପକାଇଥାଏ । ତେଣୁ ଶରୀରରୁ ଏହାକୁ ବାହାର କରିବା ପାଇଁ ଅତ୍ୟଧିକ ପାଣି ପିଇବା ନିହାତି ଦରକାର । ବିନା ପାଣିରେ ଏହା ଶରୀରରୁ ବାହାରେ ନାହିଁ ।

ଶରୀରର ତଳ ପାର୍ଶ୍ବରେ ରକ୍ତ ପ୍ରୋଟିନକୁ ସଫା କରିବାରେ ସାହାଯ୍ୟ କରେ । ଶରୀରରେ ପ୍ରୋଟିନ ବଢିଲେ କିଡ୍ନୀ ଉପରେ ପ୍ରେସର ବଢିଯାଏ । ଶରୀରରୁ ଏକ୍ସଟ୍ରା ନାଇଟ୍ରୋଜେନ ବାହାର କରିବା ପାଇଁ କିଡ୍ନୀକୁ ଅଧିକ ପରିଶ୍ରମ କରିବାକୁ ପଡିଥାଏ । ଏହା ପରେ କିଡ୍ନୀ ଖରାପ ହେବାର ଆଶଙ୍କା ଅଧିକ ଥାଏ ।

extra protein
image credit: well curve

କୋଷ୍ଠ କାଠିନ୍ୟ:

ପ୍ରୋଟିନ ଯୁକ୍ତ ଆହାରରେ ଫାଇବରର ମାତ୍ରା କମ ଥାଏ । ଖାଦ୍ୟକୁ ହଜମ କରିବାରେ ପ୍ରୋଟିନ ଖୁବ ଆବଶ୍ୟକ । କିନ୍ତୁ ଏହାର ଅଧିକ ସେବନ କୋଷ୍ଠ କାଠିନ୍ୟ ଜନିତ ଆଶଙ୍କା ବଢ଼ାଇପାରେ । ଆଉ ଏହି ପ୍ରୋଟିନ କାରଣରୁ ହିଁ ପେଟ ଜନିତ ସମସ୍ୟା ବି ଶରୀର ଉପରେ ପଡିପାରେ ।

ହାଡ଼ ଦୁର୍ବଳ ହୋଇପଡେ:

ଡାଏଟରେ ଅଧିକ ପ୍ରୋଟିନ ଯୁକ୍ତ ଖାଦ୍ୟ ସାମିଲ କଲେ କ୍ୟାଲସିୟମ ମାତ୍ରା କମିଯାଇପାରେ । ହାଡକୁ ସମ୍ପୂର୍ଣ୍ଣ ରୂପେ ପୋଷଣ ମିଳେନାହିଁ । ଏହା ଦ୍ୱାରା ହାଡ ଦୁର୍ବଳ ହୋଇପଡେ ।

ହୃଦ ରୋଗ ଜନିତ ସମସ୍ୟା:

ପ୍ରୋଟିନ ଯୁକ୍ତ ଆହାର ଖାଇବା ଦ୍ୱାରା ଭୋକ କମ ଲାଗିଥାଏ । ଶରୀରକୁ ପ୍ରୋଟିନ ସହିତ ଭିଟାମିନ, ଖଣିଜ ପଦାର୍ଥ, ଫାଇବର ଓ ମିନେରାଲ ପର୍ଯ୍ୟାପ୍ତ ପରିମାଣରେ ଆବଶ୍ୟକ । ଶରୀରରେ ଏଗୁଡିକ କମିଲେ ଶରୀରକୁ ଅନେକ ରୋଗ ଗ୍ରାସ କରିପାରେ ।

ୟୁରିକ ଏସିଡ ମାତ୍ରା ବଢିଥାଏ:

ଅଧିକ ପ୍ରୋଟିନ ଖାଇବା ଫଳରେ ଶରୀରରେ ୟୁରିକ ଏସିଡ ମାତ୍ରା ବଢିଥାଏ । ୟୁରିକ ଏସିଡ ବଢିବା ଜନିତ ସମସ୍ୟା ୪୦ ରୁ ଉର୍ଦ୍ଧ୍ବ ଲୋକଙ୍କ ଠାରେ ଦେଖାଦେଇଥାଏ । କିନ୍ତୁ ଭୁଲ ଖାଦ୍ୟପେୟ ଦ୍ୱାରା ଆଉ ଶରୀରର ଠିକ ଭାବରେ ଧ୍ୟାନ ନରଖିପାରିବା କାରଣରୁ ଅଳ୍ପ ବୟସର ଲୋକଙ୍କ ଠାରେ ବି ଏହି ସମସ୍ୟା ଦେଖାଦିଏ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.