ରାତିରେ ଖାଇବା ଛାଡିବା ସ୍ୱାସ୍ଥ୍ୟ ପାଇଁ କାହିଁକି କ୍ଷତିକାରକ ? ଜାଣନ୍ତୁ ଏହାକୁ ନେଇ ବିଶେଷଜ୍ଞମାନେ କ’ଣ କହୁଛନ୍ତି

ଲୋକମାନେ ବଢୁଥିବା ଓଜନ କମ୍‌ କରିବାକୁ, ଯୋଗ ଠାରୁ ଆରମ୍ଭ କରି ଡାଏଟ୍ ପର୍ଯ୍ୟନ୍ତ ଅନେକ ଜିନିଷ ଚେଷ୍ଟା କରୁଛନ୍ତି । ଏହା ବ୍ୟତୀତ ଲୋକଙ୍କ ମଧ୍ୟରେ ଇଣ୍ଟରମିଟେଣ୍ଟ ଫାଷ୍ଟିଂ ପାଇଁ ଏକ କ୍ରେଜ୍ ରହିଛି । ଆଜିକାଲି ଲୋକମାନେ ନିଜକୁ ଫିଟ୍ ଏବଂ ହେଲଦି ରଖିବା ପାଇଁ ରାତି ଖାଇବା ମଧ୍ୟ ଛାଡି ଦେଉଛନ୍ତି । ତେବେ ଏପରି କରିବା ଦ୍ୱାରା ଆପଣ କି ପ୍ରକାରର ସମସ୍ୟାରୁ ସମ୍ମୁଖୀନ ହେବେ, ସେନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କିଛି ସୂଚନା ଦେଇଛନ୍ତି ।

ବର୍ତ୍ତମାନ ଲୋକମାନେ ଅଧିକରୁ ଅଧିକ ଓଜନ ବଢିବାକୁ ନେଇ ଚିନ୍ତିତ ରହୁଛନ୍ତି । ତେବେ ଲୋକମାନେ ବଢୁଥିବା ଓଜନ କମ୍‌ କରିବାକୁ, ଯୋଗ ଠାରୁ ଆରମ୍ଭ କରି ଡାଏଟ୍ ପର୍ଯ୍ୟନ୍ତ ଅନେକ ଜିନିଷ ଚେଷ୍ଟା କରୁଛନ୍ତି । ଏହା ବ୍ୟତୀତ ଲୋକଙ୍କ ମଧ୍ୟରେ ଇଣ୍ଟରମିଟେଣ୍ଟ ଫାଷ୍ଟିଂ ପାଇଁ ଏକ କ୍ରେଜ୍ ରହିଛି । ଆଜିକାଲି ଲୋକମାନେ ନିଜକୁ ଫିଟ୍ ଏବଂ ହେଲଦି ରଖିବା ପାଇଁ ରାତି ଖାଇବା ମଧ୍ୟ ଛାଡି ଦେଉଛନ୍ତି । ତେବେ ଏପରି କରିବା ଦ୍ୱାରା ଆପଣ କି ପ୍ରକାରର ସମସ୍ୟାରୁ ସମ୍ମୁଖୀନ ହେବେ, ସେନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କିଛି ସୂଚନା ଦେଇଛନ୍ତି । ତାହେଲେ ଆସନ୍ତୁ ଜାଣିବା ଯେ ରାତିରେ ଖାଇବା ଛାଡିବା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ କି କ୍ଷତିକାରକ ?

ହେଲଥ୍‌ ଏକ୍ସପର୍ଟଙ୍କ କହିବା ଅନୁସାରେ, ଯଦି ଆପଣ ଓଜନ କମ୍‌ କରିବାକୁ ଚାହୁଁଛନ୍ତି ଏବଂ ନିଜକୁ ହେଲଦି ରଖିବା ପାଇଁ ଷ୍ଟ୍ରିଟ୍‌ ଡାଏଟ୍‌ ଫଲୋ କରୁଛନ୍ତି । ତେବେ ଆପଣ ଗୋଟିଏ ବି ମିଲ୍‌ ଛାଡନ୍ତୁ ନାହିଁ । ଏହା ସହ ରାତିରେ ଶୋଇବା ପୂର୍ବରୁ ଆପଣ ଅତି କମ୍‌ରେ ହାଲୁକା ଭୋଜନ କରନ୍ତୁ । ତେବେ ଯଦି ଆପଣ ନିଜକୁ ହେଲଦି ରଖିବାକୁ ଚାହୁଁଛନ୍ତି, ତାହେଲେ ଆପଣ ରାତିରେ ଖାଇବା ଛାଡନ୍ତୁ ନାହିଁ । ନଚେତ ଏହା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇପାରେ । କିନ୍ତୁ ଯଦି ଆପଣଙ୍କର କୋଷ୍ଠକାଠିନ୍ୟ, ଏସିଡିଟି କିମ୍ବା ପେଟ ଫୁଲିବା ସମସ୍ୟା ଅଛି ତେବେ ଏହା ଆପଣଙ୍କ ପାଇଁ ଏକ ବଡ଼ ସମସ୍ୟା ପାଲଟିପାରେ । ତାହେଲେ ଆସନ୍ତୁ ଜାଣିବା ଯେ ରାତିରେ ଖାଇବା ଛାଡିଲେ କି ପ୍ରକାରର ସମସ୍ୟା ସୃଷ୍ଟି ହୋଇଥାଏ ।

ଇନସୁଲିନ୍ ଲେବଲ କମ୍‌ ହୋଇପାରେ : ଡାକ୍ତରମାନେ କୁହନ୍ତି ଯେ ଯେତେବେଳେ ଆପଣ ରାତିରେ ଖାଇବା ନଖାଆନ୍ତି । ସେତେବେଳେ ଆପଣଙ୍କର ଇନସୁଲିନ୍ ଲେବଲ କମ୍‌ ହୋଇଯାଏ । ସେଥିପାଇଁ ଆପଣଙ୍କର ଇନସୁଲିନ୍ ଲେବଲକୁ ନିୟନ୍ତ୍ରଣରେ ରଖିବା ପାଇଁ, ଆପଣଙ୍କୁ ରାତି ଖାଇବା ଛାଡିବା ପରିବର୍ତ୍ତେ ଆପଣ ହାଲୁକା କିମ୍ବା କମ୍ କ୍ୟାଲୋରୀଯୁକ୍ତ ଖାଦ୍ୟ ଖାଇବା ଉଚିତ ।

ଗ୍ୟାସ୍ ସମସ୍ୟା : ଯଦି ଆପଣଙ୍କର ଗ୍ୟାସ୍ କିମ୍ବା ପେଟ ଫୁଲିବା ସମସ୍ୟା ଅଛି ତେବେ ଆପଣ ନିଜ ବ୍ରେକ୍‌ଫାଷ୍ଟା, ଲଞ୍ଚ୍‌ ଏବଂ ଡିନରକୁ କେବେବି ଛାଡିବା ଉଚିତ୍ ନୁହେଁ । ବିଶେଷ କରି ଆପଣ ରାତିରେ ହାଲୁକା ଖାଦ୍ୟ ଖାଇବା ଉଚିତ୍ । ଯଦି ଆପଣ ରାତିରେ ଖାଇବା ଛାଡିଦିଅନ୍ତି, ତେବେ ଏହା ଅନେକ ପ୍ରକାରର ସମସ୍ୟା ସୃଷ୍ଟି କରିପାରେ ।

ନିଦ ନହେବା ଭଳି ସମସ୍ୟା : ରାତିରେ ନ ଖାଇବା ଦ୍ୱାରା ଗ୍ୟାସ ସମସ୍ୟା ହୋଇପାରେ । ବାସ୍ତବରେ ଖାଲି ପେଟ ଯୋଗୁଁ ପେଟରେ ଗ୍ୟାସ୍ ମଧ୍ୟ ସୃଷ୍ଟି ହୋଇଥାଏ । ଯେଉଁଥିପାଇଁ ଆପଣଙ୍କୁ ନିଦ ହେବାରେ ବହୁତ ଅସୁବିଧା ହୋଇପାରେ ।

ଅଧିକ ଭୋକ ଲାଗିବା : ଅନେକ ଥର ଲୋକମାନେ ରାତି ଖାଇବା ଛାଡିଦିଅନ୍ତି, ଯେଉଁ କାରଣରୁ ଲୋକମାନେ ମଧ୍ୟରାତିରେ ଭୋକିଲା ଅନୁଭବ କରନ୍ତି । ଏପରି ପରିସ୍ଥିତିରେ ଲୋକମାନେ ପ୍ରାୟତଃ ଚିପ୍ସ, ଚକୋଲେଟ୍ ଏବଂ ବେଳେବେଳେ ଅତ୍ୟଧିକ ଖାଇବା ଭଳି ଅସ୍ୱାସ୍ଥ୍ୟକର ଜିନିଷ ଖାଆନ୍ତି, ଯାହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଅଧିକ କ୍ଷତି ପହଞ୍ଚାଇଥାଏ । ସେଥିପାଇଁ ଯଦି ଆପଣ ନିଜ ଓଜନ ନିୟନ୍ତ୍ରଣରେ ରଖିବାକୁ ଚାହୁଛନ୍ତି, ତାହେଲେ ଆପଣ ରାତିରେ ଖାଇବା ଛାଡିବା ବଦଳରେ ହାଲୁକା ଖାଦ୍ୟ ଖାଇକି ଶୋଇବା ଉଚିତ । ଯାହାଫଳରେ ଆପଣ ହେଲଦି ରହିବେ ଏବଂ ଓଜନ ବଢିବ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.