ପେଟ ଉପରେ ଗାଡ଼ି ଚଢ଼ାଇ ଭାଙ୍ଗିଲେ ଓ୍ଵାର୍ଲ୍ଡ ରେକର୍ଡ, ଭାଇରାଲ ହେଉଛି ଭିଡିଓ

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓ ଦେଖିବା ପରେ ଲୋକମାନେ ନିଜ ଆଖିକୁ ବିଶ୍ୱାସ କରିପାରୁ ନାହାନ୍ତି । କାରଣ ଗୋଟାଏ ପରେ ଗୋଟାଏ ଭାରି ବାଇକ୍‌ ବ୍ୟକ୍ତିଙ୍କ ଉପରେ ଚଢ଼ି ଯାଉଛି କିନ୍ତୁ ତାଙ୍କୁ ଟିକେ ବି ଯନ୍ତ୍ରଣା ହୋଇନାହିଁ ।

ମୃତ୍ୟୁକୁ ଚ୍ୟାଲେଞ୍ଜ ଦେଇଛନ୍ତି ଜଣେ ବ୍ୟକ୍ତି । ନିଜ ଶରୀର ଉପରେ ବାରମ୍ବାର ବାଇକ ଚଢ଼ାଇ ଦେଖାଇଛନ୍ତି ଷ୍ଟଣ୍ଟ । ତାଙ୍କ ପେଟ ଉପରେ ବାରମ୍ବାର ବାଇକକୁ ଚଢ଼ାଇଥିଲେ ମଧ୍ୟ ତାଙ୍କର କିଛି ବି କ୍ଷତି ହୋଇନି । ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓ ଦେଖିବା ପରେ ଲୋକମାନେ ନିଜ ଆଖିକୁ ବିଶ୍ୱାସ କରିପାରୁ ନାହାନ୍ତି । କାରଣ ଗୋଟାଏ ପରେ ଗୋଟାଏ ଭାରି ବାଇକ୍‌ ବ୍ୟକ୍ତିଙ୍କ ଉପରେ ଚଢ଼ି ଯାଉଛି କିନ୍ତୁ ତାଙ୍କୁ ଟିକେ ବି ଯନ୍ତ୍ରଣା ହୋଇନାହିଁ । ଥରେ କି ଦୁଇଥର ନୁହେଁ ବ୍ୟକ୍ତିଙ୍କ ଉପରେ ୩୭୬ ଥର ବାଇକ ଯାଇଛି । କିନ୍ତୁ ସେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଅଛନ୍ତି । ବ୍ୟକ୍ତି ଜଣଙ୍କ ଏଭଳି ଷ୍ଟଣ୍ଟ କରି ଓ୍ଵାର୍ଲ୍ଡ ରେକର୍ଡ କରିଛନ୍ତି । ସୂଚନା ଥାଉ କି ବ୍ୟକ୍ତି ଜଣଙ୍କ ନିଜ ପୁରୁଣା ରେକର୍ଡକୁ ହିଁ ନିଜେ ଭାଙ୍ଗିଛନ୍ତି । ତେବେ ଏହି ଷ୍ଟଣ୍ଟର ଭିଡିଓ ବର୍ତ୍ତମାନ ଗିନିଜ୍‌ ଓ୍ଵାର୍ଲ୍ଡ ରେକର୍ଡ ଇନଷ୍ଟଗ୍ରାମ ହ୍ୟାଣ୍ଡେଲରେ ସେୟାର କରାଯାଇଛି ।

ପଣ୍ଡିତ ଧାଏଗୁଡ଼େ ନାମକ ଏହି ବ୍ୟକ୍ତି ତାଙ୍କ ପେଟ ଉପରେ ହିଁ ଷ୍ଟଣ୍ଟ ଦେଖାଇଛନ୍ତି । ବ୍ୟକ୍ତିଙ୍କ ଏଭଳି ଷ୍ଟଣ୍ଟ ଦେଖିବା ପାଇଁ ଲୋକଙ୍କ ଭିଡ଼ ଲାଗିଥିଲା । ଲୋକମାନେ ଏଭଳି ଷ୍ଟଣ୍ଟକୁ ସହଜରେ ବିଶ୍ୱାସ କରିପାରି ନଥିଲେ । ୩୭୬ ଥର ବ୍ୟକ୍ତିଙ୍କ ପେଟ ଉପରେ ହିଁ ବାଇକ୍‌ ପାର କରାଯାଇଥିଲା, ଯାହା ନିଶ୍ଚିତ ଭାବେ ଅବିଶ୍ୱସନୀୟ । କିନ୍ତୁ ବ୍ୟକ୍ତିଜଣଙ୍କ ଏଭଳି ଷ୍ଟଣ୍ଟ କରି ଏବେ ଓ୍ଵାର୍ଲ୍ଡ ରେକର୍ଡରେ ନିଜ ନାଁ କୁ ସାମିଲ କରିଛନ୍ତି ।

ପୂର୍ବ ରେକର୍ଡରେ ପଣ୍ଡିତଙ୍କ ଉପରେ ୧୨୧ ଥର ଗାଡ଼ିକୁ ପାର କରାଯାଇଥିଲା । କିନ୍ତୁ ବର୍ତ୍ତମାନର ଷ୍ଟଣ୍ଟରେ ତାଙ୍କ ଉପରେ ୩୭୬ଥର ବାଇକ୍‌ ପାର କରାଯାଇଥିଲା । ତେବେ ଭାଇରାଲ ଭିଡିଓରେ ବ୍ୟକ୍ତି ଜଣଙ୍କ ତଳେ ଶୋଇଛନ୍ତି ଏବଂ ତାଙ୍କ ଦୁଇ ପାଖରେ ର‍୍ୟାମ୍ପ ରହିଛି । ଷ୍ଟଣ୍ଟ ପାଇଁ ପ୍ରସ୍ତୁତ ହେବା କ୍ଷଣି ତାଙ୍କ ଉପରେ ଗୋଟିଏ ପରେ ଗୋଟିଏ ବାଇକୁ ଚଢ଼ାଯାଇଥିଲା । ଏହି ଭିଡିଓଟି ଭାଇରାଲ ହେବା ପରେ ଲକ୍ଷ ଲକ୍ଷ ଲୋକ ଏହାକୁ ଦେଖିଛନ୍ତି । ୟୁଜରମାନେ ଭିଡିଓକୁ ଲାଇକ୍‌ କରିବା ସହ କମେଣ୍ଟ ମଧ୍ୟ କରିଛନ୍ତି ।

କିଛି ୟୁଜର ଏହି ଭିଡିଓ ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇଛନ୍ତି । ଅନ୍ୟପଟେ କିଛି ୟୁଜର ଏହାକୁ ବିପଦପୂର୍ଣ୍ଣ ବୋଲି କହିଛନ୍ତି । ବ୍ୟକ୍ତି ଜଣଙ୍କ ଓ୍ଵାର୍ଲ୍ଡ ରେକର୍ଡ ନାଁରେ ନିଜ ଜୀବନକୁ ନଷ୍ଟ କରୁଥିବା ଜଣେ ୟୁଜର ଭିଡିଓରେ କମେଣ୍ଟରେ କହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.